ବିଚାର

ମାଟି ତଳୁ ଆସୁଥିଲା କାନ୍ଦିବାର ଶବ୍ଦ, ଲୋକମାନେ ମାଟି ଖୋଳିଲା ପରେ ଯାହା ଦେଖିଲେ ତାହା କୌଣସି ଚମତ୍କାର ଠାରୁ କମ୍ ନଥିଲା

କୁହାଯାଏ କି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ- ୟୁପି ର ଏକ ଗାଁ ରୁ ଏହି ଲୋକକଥାକୁ ସତ କରିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ମାଟି ଭିତରେ ପୋଟା ଯାଇଥିବା ନିରୀହ ଶିଶୁଟିକୁ ବାହାର କରାଯାଇଛି , ଯାହାର ନିଶ୍ବାସ ଚାଲୁଥିଲା । ଉତ୍ତରପ୍ରଦେଶର ସିଦ୍ଧାର୍ଥ ନଗର ଜିଲ୍ଲାର ସୌନୋରା ଗାଁରୁ ଏମିତି ହିଁ ଏକ ହୃଦୟକୁ ଥରାଇଦେଉଥିବା ଘଟଣା ସାମ୍ନା କୁ ଆସିଛି । ଗାଁରେ ରହୁଥିବା ଲୋକଙ୍କୁ ହଟାତ୍ ଏକ ପିଲାର କାନ୍ଦିବା ଶବ୍ଦ ଶୁଭିଲା । ସେମାନେ ପିଲାର ଶବ୍ଦ ଶୁଣି ତାକୁ ଅନୁସରଣ କଲେ । ଆଗକୁ ଯାଇ ଦେଖିଲେ ମାଟି ତଳେ ଗୋଟେ ପିଲା ପୋତାହୋଇଛି । ପିଲାଟିକୁ ବାହାର କରି ଅତିଶିଘ୍ର ହସ୍ପିଟାଲ୍ ରେ ପହଞ୍ଚାଇ ଦିଆଗଲା, ଯେଉଁଠି ତାର ଅବସ୍ଥା ସ୍ଥିର ଅଛି ବୋଲି ଜଣାପଡିଛି ।

ମାଟିରୁ ଆସୁଥିଲା କାନ୍ଦିବାର ଶବ୍ଦ

ସିଦ୍ଧାର୍ଥ ନଗର ର ସୌନୋରା ଗାଁରେ କିଛି ଲୋକ କାମ କରୁଥିଲେ । କାମ କରିବା ସମୟରେ ସେମାନଙ୍କୁ ପିଲା ର କାନ୍ଦ ସ୍ୱର ଶୁଣା ଯାଇଥିଲା । ଯେଉଁ ପଟରୁ କାନ୍ଦ ଶବ୍ଦ ଶୁଭିଲା ସେପଟକୁ ଲୋକମାନେ ଶବ୍ଦ ଅନୁସରଣ କରି ଯିବାରୁ ସେଇ ଯାଗାରେ ପହଞ୍ଚିଲେ ଯେଉଁଠି ଏକ ବିଲ୍ଡିଂ ନିର୍ମାଣ କାମ ଚାଲୁଥିଲା । ସେଠାରେ ଏକ ଜଙ୍ଗଲ ଯାଗା ଥିଲା ଯେଉଁଠି ନିର୍ମାଣ କାମ ହେଉଥିଲା ।

କାନ୍ଦିବା ଶବ୍ଦ ଶୁଣି ଯେବେ ଲୋକମାନେ ମାଟି ଖୋଳିଲେ ତ ଦେଖିଲେ କି ଏକ ନବଜାତ ଶିଶୁ (ପୁଅ) ର ଗୋଡ଼ ବାହାରିଲା  ।ତାପରେ ଧୀରେ ଧୀରେ ମାଟି କାଢ଼ି ଶିଶୁଟିକୁ ସାବଧାନ ରେ ବାହାର କରାଗଲା ଓ ଅତିଶୀଘ୍ର ହସ୍ପିଟାଲ୍ ରେ ଭର୍ତ୍ତି କରାଗଲା । ସେଠାରେ ପିଲାଟିର ପ୍ରାଥମିକ ଉପଚାର କରାଗଲା । ଡାକ୍ତର ଜଣାଇଛନ୍ତି କି ପିଲାଟିର ସ୍ଥିତି ବର୍ତ୍ତମାନ ଭଲ ଅଛି କିନ୍ତୁ କିଛି ମାଟି ତାର ଶରୀର ଭିତରକୁ ଚାଲିଯାଇଛି।

କୋଳକୁ ନେବା ପାଇଁ ସାମ୍ନାକୁ ଆସିଲେ ଲୋକ

 

ଏମିତି କୁହାଯାଏ କି ଏହି ନବଜାତ କୁ ଜନ୍ମ ଦେଇ ତୁରନ୍ତ ଫୋପାଡି ଦିଆଯାଇଥିଲା । ଏହି ଘଟଣାରେ ଲକ୍ଷ୍ନୌ ଠାରୁ 260 କିମି ଦୂର ସିଦ୍ଧାର୍ଥ ନଗର ଜିଲ୍ଲା ର ଏକ ଅଜ୍ଞାତ ବ୍ୟକ୍ତି ବିରୋଧରେ ପୋଲିସ୍ ମାମଲା ରୁଜୁ ମଧ୍ୟ କରିଛି । ସମୂଦାୟିକ ସ୍ଵାସ୍ଥ୍ୟ କେନ୍ଦ୍ର ଯୋଗୀୟା ରେ ନବଜାତଟିର ଚିକିତ୍ସା କରାଯାଉଛି । ପ୍ରଭାରୀ ଚିକିତ୍ସା ଅଧିକାରୀ ମାନବେନ୍ଦ୍ର ପାଲ୍ କହିଛନ୍ତି କି, ଶିଶୁଟିକୁ ଦେଖି ଲାଗୁଛି କି ଏହାର ଜନ୍ମ କିଛି ସମୟ ପୂର୍ବରୁ ହିଁ ହୋଇଛି ।

 

ସବୁଠୁ ଅଧିକ ଆଶ୍ଚର୍ଯ୍ୟକର କଥା ହେଉଛି କି, ପିଲାଟିର ଶ୍ୱାସନଳୀରେ ମାଟି ପଶିଯାଇଥିଲା, ହେଲେ ସେ ଏବେ ଠିକ୍ ଅଛି । ଏହାକୁ ଲୋକମାନେ ଡାକ୍ତରଙ୍କ ସହ ଭଗବାନଙ୍କ ଚମତ୍କାର ମଧ୍ୟ ଭାବୁଛନ୍ତି । ଯେଉଁଠି ନବଜାତ ପିଲାକୁ ଏତେ ସାବଧାନରେ ରଖାଯାଏ, ସେଇଠି ଏହି ପିଲାଟି ମାଟି ତଳେ ନିଜ ଆଖି ଖୋଲିଛି । ପିଲାଟି କିଛି ନଖାଇ ନପିଇ ମାଟି ତଳେ ବଞ୍ଚିକି ରହିବା ମଧ୍ୟ ଏକ ଆଶ୍ଚର୍ଯ୍ୟକର କଥା ।

ସୌନୋରା ଟୋଲା ରେ ଘର ତିଆରି କାମ କରୁଥିବା ମଜୁରିଆ ଯଦି ପିଲାଟିକୁ ସାବଧାନ ସହ ଉଠାଇ ହସ୍ପିଟାଲ୍ କୁ ନେଇନଥାନ୍ତେ ତେବେ ତାହାର ବଞ୍ଚିବା ଅସମ୍ଭବ ଥିଲା । ଏମିତିକି ଏତେ ମାଟି ଭିତରେ ପିଲାଟିର ଜୀବନ କେମିତି ବଞ୍ଚିଲା ଏହା ପ୍ରକୃତରେ ଚମତ୍କାର ଘଟଣା। ଗାଁ ର ଦ୍ଵାରିକା ଙ୍କ ସ୍ତ୍ରୀ ଲକ୍ଷ୍ମୀ ପିଲାଟିକୁ କୋଳେଇ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ସେ ତାକୁ ନିଜ ପୁଅ କରି ପାଳିବାକୁ ଚାହାଁନ୍ତି । ଅନ୍ୟ ପଟେ ଏହି ମାମଲାର ଯାଞ୍ଚ୍ ମଧ୍ୟ ଆରମ୍ଭ କରିଦିଆଯାଇଛି,ଯେମିତି କି ପିଲାଟିକୁ ମୃତ୍ୟୁ ମୁଖରେ ପକାଇଥିବା ଲୋକ ଧରା ପଡିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button