କ୍ରାଇମ

ଦୁଷ୍କର୍ମ ପରେ ବିଜେପି ନେତ୍ରୀ ସୋନାଲିଙ୍କୁ ହତ୍ୟା ଅଭିଯୋଗ

ପାନାଜି: ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ଗୋଆ ପୁଲିସ ଗୁରୁବାର ଦିନ ୨ ଜଣଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିଛି। ଗୋଆ ପୁଲିସ ପକ୍ଷରୁ କୁହାଯାଇଛି କି, ସୋନାଲିଙ୍କ ଭାଇ ରିଙ୍କୁ ଢାକା ଗୋଆ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି, ତାଙ୍କ ଭଉଣୀଙ୍କୁ ତାଙ୍କରି ବ୍ୟକ୍ତିଗତ ସହାୟକ ସୁଧୀର ସଙ୍ଗୱାନ ଓ ତାଙ୍କ ସାଙ୍ଗ ସୁଖବିନ୍ଦର ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି।

ରିଙ୍କୁ ତାଙ୍କ ଅଭିଯୋଗରେ ଆହୁରି କୁହାଯାଇଛି କି, ବିଜେପି ନେତ୍ରୀ ସୋନାଲି ଫୋଗଟ ଅଗଷ୍ଟ ୨୩ ତାରିଖରେ ମୃତ୍ୟୁ ପୂର୍ବରୁ ନିଜ ମା, ଭଉଣୀ, ଭିଣୋଇଙ୍କ ସହ କଥା ହୋଇଥିଲେ। କଥା ହେବା ବେଳେ ସେ ନିଜ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରିଙ୍କୁ ଆହୁରି ଅଭିଯୋଗ କରିଛନ୍ତି କି, ଫୋଗଟଙ୍କ ବ୍ୟକ୍ତିଗତ ସଚିବ ତାଙ୍କ ଖାଦ୍ୟରେ ଡ୍ରଗ୍ସ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା।

ରିଙ୍କୁଙ୍କ ଅଭିଯୋଗକୁ ଦୃଢତାର ସହ ସମର୍ଥନ କରି ସୋନାଲିଙ୍କ ପୁତୁରା ମୋନିନ୍ଦର ଫୋଗଟ କହିଛନ୍ତି, ଆମକୁ ସନ୍ଦେହ ନୁହେଁ ସମ୍ପୂର୍ଣ୍ଣ ବିଶ୍ବାସ ତାଙ୍କ ସହ ଏମିତି ହୋଇଛି।  ସେପଟେ ସୋନାଲିଙ୍କ ହତ୍ୟା ଘଟଣାରେ ତାଙ୍କ ୧୫ ବର୍ଷୀୟା ଝିଅ ଯଶୋଧାରା ମାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।

ସୋନାଲି ହରିଆଣାର ବାସିନ୍ଦା ହୋଇଥିବା ବେଳେ ହରିଆଣାର ଆଦମପୁର ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ। ସେ ୨୦୨୦ରେ ବିଗବସରେ ମଧ୍ୟ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button