ଦେଶ ବିଦେଶ

୨୬ ନିହତ ପର୍ଯ୍ୟଟକଙ୍କ ତଥ୍ୟ ଜାରି କଲେ ସରକାର

ନୂଆଦିଲ୍ଲୀ: ଆମେରିକାରେ ଅବସ୍ଥାପିତ ଜଣେ ‌କୋଲକାତା ଇଞ୍ଜିନିୟର, ବିହାରର ଜଣେ ଅବକାରୀ ଇନ୍ସପେକ୍ଟର, କର୍ଣ୍ଣାଟକର ଜଣେ ରିୟଲଟର , ଓଡ଼ିଶାର ଜଣେ ଆକାଉଣ୍ଟାଣ୍ଟ୍‌,  ଜଣେ ନୌସେନା ଅଧିକାରୀ, ବା‌ୟୁସେନା ଅଧିକାରୀ ଏବଂ ଆଇବି ଅଧିକାରୀଙ୍କ ସମେତ ୨୬ ଜଣଙ୍କର ଗତକାଲି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଯାଇଛି।  ଆକ୍ରମଣରେ ପ୍ରାଣ  ହରାଇଥିବା ସମସ୍ତ ପର୍ଯ୍ୟଟକଙ୍କ ନାମ ଏବଂ ପରିଚୟ ଆଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଛି। ମୃତକମାନେ ‌ହେଉଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ସୁଶୀଲ ନଥ୍ୟାଲ, ପହଲଗାମର ସୟଦ ଅଦିଲ ହୁସେନ ଶାହ,  ମୁମ୍ବାଇର ହେମନ୍ତ ସୁହାସ ଯୋଶୀ,  ହରିୟାଣା କର୍ନାଲ୍‌ର ବିନୟ ନରୱାଲ, ପଶ୍ଚିମ ମହାରାଷ୍ଟ୍ରର ଅତୁଲ ଶ୍ରୀକାନ୍ତ ମୋନି, ଉତ୍ତରାଖଣ୍ଡର ନିରଜ ଉଧୱାନି, ‌କୋଲକାତାର ବିଟନ ଅଧିକାରୀ, ‌ନେପାଳର ସୁଦୀପ ନେପାନେ, ଉତ୍ତରପ୍ରଦେଶର ଶୁଭମ ଦ୍ବିବେଦୀ, ଓଡ଼ିଶାର ପ୍ରଶାନ୍ତ କୁମାର ଶତପଥୀ, ବିହାରର ମନୀଷ ରଂଜନ,  କୋଚି କେରଳର ଏନ୍‌ ରାମଚନ୍ଦ୍ର, ଥାନେ ମୁମ୍ବାଇର ସଂଜୟ ଲକ୍ଷ୍ମଣ ଲାଲି, ଚଣ୍ଡିଗଡ଼ର ଦିନେଶ ଅଗ୍ରୱାଲ, ‌କୋଲକାତାର ସମୀର ଗୁହର, ମୁମ୍ବାଇର ଦିଲୀପ ଦସାଲି, ବିଶାଖାପାଟନମର ଜେ ସଚନ୍ଦ୍ର ମୋଲି, ବେଙ୍ଗାଲୁରୁର ମଧୁସୁଦନ ସୋମିସେଟ୍ଟି, ପୁନେ ମହାରାଷ୍ଟ୍ରର ସନ୍ତୋଷ ଜାଘଡ଼ା, କର୍ଣ୍ଣାଟକର ମଞ୍ଜୁନାଥ ରାଓ,  ମହାରାଷ୍ଟ୍ରର କସ୍ତୁବା ଗଣଭୋତେ, ବେଙ୍ଗାଲୁରୁର ଭାରତ ଭୂଷଣ, ଭାବନଗର ଗୁଜରାଟର ସୁମିତ ପାରମର ଏବଂ ୟତେଶ ପାରମର,  ଅରୁଣାଚଳପ୍ରଦେଶର ତାଗେହେଲିଙ୍ଗ ଏବଂ ସୁରଟ ଗୁଜରାଟର ଶୈ‌ଳେଶଭାଇ ଏଚ୍‌ ହିମ୍ମତଭାଇ କାଲାଥିଆ। ବାୟୁସେନା ଅଧିକାରୀ ତାଗେ ‌ହେଲ୍ୟାଙ୍ଗ ଏବଂ ଆଇବି ଅଫିସର ମନୀଷ ରଂଜନଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି।  ମନୀଷ ରଂଜନ ହେଉଛନ୍ତି ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାର ଜଣେ କେନ୍ଦ୍ରୀୟ ଆଇବି ଅଧିକାରୀ।  ରଂଜନ ଏବେ ହାଇଦ୍ରାବାଦରେ ଥିବାବେଳେ ପରିବାର ସହ ସେ କାଶ୍ମୀର ବୁଲିବାପାଇଁ ଯାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button