ରାଜନୀତି

ରାଜନୀତିରୁ ସନ୍ୟାସ ନେବେ ମହାରାଷ୍ଟ୍ର ରାଜ୍ୟପାଳ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି। ଏସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇବା ସହ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ତେବେ କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ବିରୋଧୀ ଦଳ ରାଜ୍ୟପାଳଙ୍କ ଉପରେ ପକ୍ଷପାତର ଅଭିଯୋଗ ଆଣିଥିଲେ। ଏବେ ରାଜ୍ୟପାଳ ରାଜନୀତିରୁ ସନ୍ୟାସ ନେବାକୁ ଇଛା କରିବା ରାଜନୈତିକ ବିଶେଷଜ୍ଞଙ୍କୁ ଚକିତ କରି ଦେଇଛି।

ରାଜଭବନ ଦ୍ବାରା ଜାରି ବୟାନ ଅନୁଯାୟୀ, ରାଜ୍ୟପାଳ କୋଶ୍ୟାରୀ ନିଜ ଶେଷ ଜୀବନ ପଢା ଲେଖା ଓ ଅନ୍ୟ କାମରେ ବିତାଇବାକୁ ଚାହୁଁଛନ୍ତି। ସେପଟେ ଗଣମାଧ୍ୟମକୁ କୋଶ୍ୟାରୀ କହିଛନ୍ତି, ମହାରାଷ୍ଟ୍ରପରି ମହାନ ରାଜ୍ୟର ରାଜ୍ୟପାଳ ରୂପେ ସେବା କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଗୌରବ ଓ ସୌଭାଗ୍ୟର କଥା ଥିଲା।

କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ କହିଥିଲେ ରାଜ୍ୟପାଳ ହେବା ପରେ ସେ ଖୁସି ନାହାନ୍ତି ଓ ତାଙ୍କୁ ଲାଗୁଥିଲା ସେ ଉଚିତ ସ୍ଥାନରେ ନାହାନ୍ତି। ଯେତେବେଳେ ରାଜଭବନକୁ ସନ୍ଥ ସନ୍ୟାସୀ ଆସନ୍ତି ସେ ସେତେବେଳେ କେବଳ ଖୁସି ହୋଇଥାନ୍ତି ବୋଲି ଏକ କାର୍ଯ୍ୟକ୍ରମରେ କୋଶ୍ୟାରୀ କହିଥିଲେ।

କୋଶ୍ୟାରୀ ସରକାରକୁ ତୀର୍ଥ ଉଦ୍ୟୋଗ ଲଗାଇବାକୁ ଅନୁରୋଧ କରିଛନ୍ତି। ଅନୁରୋଧରେ ସେ କହିଛନ୍ତି, ତୀର୍ଥର ନିଜସ୍ବ ଗରିମା ରହିଛି। ତେଣୁ ସରକାର ପର୍ଯ୍ୟଟନ ମନ୍ତ୍ରଣାଳୟ ଅନ୍ତର୍ଗତ ତୀର୍ଥ ମନ୍ତ୍ରାଣାଳୟ କରାଯାଉ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button