ଓଡିଶା

ପ୍ରବଳ ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି, ଆଉ ଦୁଇ ଦିନ ଜଳାଇବ

ଭୁବନେଶ୍ୱର : ତାତିରୁ ମିଳୁନି ତ୍ରାହି ।  ପ୍ରବଳ ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି।  ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ।  ପଶ୍ଚିମ ଓଡ଼ିଶାରେ ସ୍ଥିତି ସଙ୍ଗୀନ ।  ୨୮ ତାରିଖ ଯାଏ ଗ୍ରୀଷ୍ମଲହରୀରୁ ନାହିଁ ଆଶ୍ବସ୍ତି ।  ଆଜି ହିଟ ୱେଭ ପାଇଁ ୨ଜିଲ୍ଲା ବଲାଙ୍ଗୀର ଓ ସମ୍ବଲପୁର ଏବଂ ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ଓ ବଲାଙ୍ଗୀରରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଗ୍ରୀଷ୍ମଲହରୀ ପାଇଁ ୬ ଜିଲ୍ଲା ଓ ଗରମ ଏବଂ ଗୁଳୁଗୁଳି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଗାମୀ ୨ରୁ ୩ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୨୭ ତାରିଖକୁ କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

୨୬ ତାରିଖ (ଶନିବାର)ରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ନୂଆପଡ଼ା, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ଆଶଙ୍କା ଅଛି ।

୨୭ରୁ ତାତି ପ୍ରକୋପ କମିବା ସହ ରାଜ୍ୟରେ କାଳବୈଶାଖୀ ବଢ଼ିବ । ୨୭ ଓ ୨୮ରେ ବିସ୍ତୃତ ଅଞ୍ଚଳରେ ଘଡ଼ଘଡ଼ି, ପବନ ସହ ବର୍ଷା ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ଅଛି । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୨୬ରୁ ୨୯ ଭିତରେ ପୂର୍ବ ଭାରତରେ କାଳବୈଶାଖୀ ବର୍ଷା ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button