ଦେଶ ବିଦେଶ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ଅଧିନିୟମ – Utkal Mail


ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇବା ପରେ ଆଜି ‘ଦିଲ୍ଲୀ ସେବା ଅଧିନିୟମ’ ସମେତ ସଂସଦର ମୌସୁମୀ ଅଧିବେଶନରେ ପାରିତ ହୋଇଥିବା ୪ଟି ଚିଠା ଆଇନରେ ପରିଣତ ହୋଇଛି।

ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିବା ବାକି ୩ଟି ଚିଠା ବା ‘ବିଲ୍‌’ ମଧ୍ୟରେ ରହିଛି, ‘ଡିଜିଟାଲ୍‌ ପର୍ସଲାନ୍‌ ଡାଟା ପ୍ରୋଟେକ୍ସନ୍‌ ବିଲ୍‌’, ‘ଦି ରେଜିଷ୍ଟ୍ରେସନ୍‌ ଅଫ୍‌ ବାର୍ଥସ୍‌ ଆଣ୍ଡ୍‌ ଡେଥ୍‌ସ୍‌ (ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌’, ‘ଦି ଜନ ବିଶ୍ବାସ (ଆମେଣ୍ଡ୍‌ମେଣ୍ଟ୍‌ ଅଫ୍‌ ପ୍ରୋଭିଜନ୍‌) ବିଲ୍‌, ଏବଂ ‘ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟରି ଅଫ୍‌ ଡେଲି (ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌’। ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇବା ପରେ ଏ ସବୁ ଏବେ ଆଇନରେ ପରିଣତ ହୋଇଛି।

Image Courtesy of India Today

ସ୍ବାକ୍ଷରିତ ହୋଇ ଆଇନରେ ପରିଣତ ହୋଇଥିବା ଉପରୋକ୍ତ ‘ବିଲ୍‌’ଗୁଡ଼ିକ ମଧ୍ୟରୁ ଅନ୍ୟୂନ ୨ଟି ‘ବିଲ୍‌’କୁ ବିରୋଧୀ ଦଳ ତୀବ୍ର ବିରୋଧ କରୁଥିଲେ।

ସେଥିରୁ ‘ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ନ୍ୟାସ୍‌ନାଲ୍‌ କ୍ୟାପିଟାଲ୍‌ ଟେରିଟରି ଅଫ୍‌ ଡେଲି (ଦିଲ୍ଲୀ)(ଆମେଣ୍ଡ୍‌ମେଣ୍ଟ୍‌) ବିଲ୍‌’ ଗୋଟିଏ। ଅଗଷ୍ଟ ୧ ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଚିଠାକୁ ଲୋକସଭାରେ ଆଗତ କରିଥିଲେ।

ଜାତୀୟ ରାଜଧାନୀରେ ଅମଲା ସେବା ଉପରେ ନିୟନ୍ତ୍ରଣ ସଂକ୍ରାନ୍ତ ବିବାଦୟୀ ଅଧ୍ୟାଦେଶ ଉଠାଇବା ପାଇଁ ଏହି ଚିଠା ଆଗତ କରାଯାଇଥିଲା। ଏହି ‘ବିଲ୍‌’ ବା ଅଧିନିମୟ ଆଇନରେ ପରିଣତ ହେଲେ ବଳରେ ଜାତୀୟ ରାଜଧାନୀରେ ଅମଲାମାନଙ୍କ ଉପରେ କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବ ରହିବ।

‘ଆପ୍‌’ ଏହି ଚିଠାକୁ ସବୁଠୁ ‘ଅଗଣତାନ୍ତ୍ରିକ’ ବୋଲି କହିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button