ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ମାରୁଛି ପାକିସ୍ତାନ, ଭୟାବହ ହେବ ପରିଣାମ…

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ଉଗ୍ର ରୂପ ନେଉଥିବା ବେଳେ ପାକିସ୍ତାନ ଭାରତକୁ ଉସୁକାଇବାରେ ଲାଗିଛି । ଆଗୁଆ ଫାୟାରିଂ କରି ଉସୁକାଇବା ସହ ନିଜ ବିନାଶକୁ ହାତ ଠାରି ଡାକୁଛି ପାକିସ୍ତାନ । କାରଣ ଆକ୍ସନ ମୁଡରେ ଥିବା ଭାରତ ଯଦି ଥରେ ଯୁଦ୍ଧ ହେବାର ନିଷ୍ପତ୍ତି ନିଏ ତେବେ ତ୍ରାହି ପାରିବନି ପାକିସ୍ତାନ । ଗୋଡେଇ ଗୋଡେଇ ଆତଙ୍କୀଙ୍କ ସହ ପାସ୍ ସେନାକୁ ପାନେ ଦେବ ଭାରତ । ତେବେ ନଜର ପକାନ୍ତୁ କଣ କରି ଭାରତ ସହ ପଙ୍ଗା ନେବାକୁ ଉସୁକାଉଛି ପାକିସ୍ତାନ ।
ପ୍ରଥମେ ଆଜି ଏଲଓସିରେ ପାକିସ୍ତାନ ଆଗୁଆ ଗୁଳିମାଡ କରିଥିବା ସୂଚନା ରହିଛି । ଭାରତର ଆକ୍ସନ ପରେ ବିଳିବିଳେଇ ଯାଇଥିବା ପାକିସ୍ତାନ ଭୟରେ ସୀମାରେ ଆଗୁଆ ଫାୟାରିଂ କରିଥିଲା । ଏହା ପରେ ଭାରତ – ପାକିସ୍ତାନ ସୀମାରେ ଆରମ୍ଭ ହୋଇଯାଇଛି ଗୁଳିବିନିମୟ । ରାତି ସାରା ଫାୟାରିଂ ଚାଲିଥିବା ବେଳେ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା ଆକ୍ସନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ତେଣୁ ଭୟରେ ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଇଛନ୍ତି ଭାରତୀୟ ଯବାନ । ଯଦିଓ କୌଣସି ମୃତାହତର ଖବର ନାହିଁ କିନ୍ତୁ ଛକପଞ୍ଝା ଜାରି ରହିଛି ।
ସେପଟେ ବାନ୍ଦିପୋରାରେ ଆତଙ୍କୀ-ସୁରକ୍ଷାକର୍ମୀଙ୍କ ଭିତରେ ଗୁଳିବିନିମୟ ହୋଇଥିବା ବେଳେ ଜଣେ ଆତଙ୍କୀ ଆହତ ହୋଇଛି ଛାନିଆରେ ଧାଇଁ ପଳାଇଥିବା ସୂଚନା ରହିଛି । ଆତଙ୍କୀଙ୍କ ଆକ୍ରମଣରେ ୨ ଯବାନ ଆମର ଆହତ ହୋଇଛନ୍ତି ।
ଗତକାଲି ପଞ୍ଜାବରେ ଭାରତ-ପାକ୍ ସୀମାରେ ଜଣେ ବିଏସଏଫ ଯବାନଙ୍କୁ ଅଟକ ରଖିଛି ପାକିସ୍ତାନ । ୱାଘା ସୀମା ବନ୍ଦ କରିବା ସହ ବାୟୁସୀମା ଭାରତ ପାଇଁ ବନ୍ଦ ତ କରିଛି କରିଛି ଏପଟେ ଆର୍ମି ଚିଫ୍ ଆଜି ଶ୍ରୀନଗର ଗସ୍ତରେ ଥିବା ବେଳେ ତା ଆଗରୁ ଏଲଓସିର ବିଭିନ୍ନ ସ୍ଥାନରେ ଖୁଲମଖୁଲା ଗୁଳିମାଡ କରୁଛି ପାକିସ୍ତାନ । ଯାହାର ଜବାବ ଖୁବଶୀଗ୍ର ଦିଆଯିବ ।
କାରଣ ମୋଦୀ ଆତଙ୍କବାଦୀ ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା ଦେଶକୁ ଖୋଲା ଚୋବନୀ ଦେଇଛନ୍ତି । ଗତକାଲି ମୋଦୀ ଆତଙ୍କୀଙ୍କ ନିପାତ ପାଇଁ ଚେତାବନୀ ଦେଇଥିଲେ । ପାତାଳରେ ଲୁଚିଥିଲେ ବି ଖୋଜି ଖୋଜି ମାରିବୁ ବୋଲି ମୋଦି କହିଥିଲେ । ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିଦେବୁ କହି ମୋଦି ଆତଙ୍କୀଙ୍କୁ ଚାଲେଞ୍ଜ ଦେଇଥିଲେ ଏବଂ କାହାକୁ ଛାଡିବୁନି, ଆତଙ୍କୀଙ୍କୁ ମାରି ମାଟିରେ ମିଶେଇଦେବୁ । ଏମିତି ଦଣ୍ଡ ଦେବୁ ସେମାନେ କେବେ କଳ୍ପନା ବି କରିନଥିବେ ବୋଲି କହିଥିଲେ । ମୋଦୀ ଆହୁରି କହିଥିଲେ, ଭାରତର ଆତ୍ମା ଉପରେ ଆକ୍ରମଣ କରି ଭୁଲ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦକୁ ପ୍ରଶୟ ଦେଉଥିବା ଦେଶକୁ ଧ୍ବଂସ କରିବାର ସମୟ ଆସିଛି । ଆତଙ୍କୀଙ୍କ ଭୂସ୍ବର୍ଗକୁ ମାଟିରେ ମିଶେଇ ଦେବୁ ।