ଓଡିଶା
ମହାନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାରକଲା ଜଗତପୁର ପୋଲିସ
ଟାଙ୍ଗୀ-ଚୌଦ୍ୱାର :୨୫/୮/୨୨ମହାନଦୀରେ ଗୁରୁବାର ଏକ ଅଜଣା ଯୁବକଙ୍କ ମୃତ ଦେହ ଜଗତପୁର ପୋଲିସ ଉଦ୍ଧାର କରିଛି । ଯୁବକଙ୍କ ବୟସ ୩୫ବର୍ଷ ଅନୁମାନ ହେଉଥିବା ବେଳେ ମର୍ତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସୂଚନା ମୁତାବକ, ଗୁରୁବାର ସକାଳୁ ସ୍ଥାନୀୟ କିଛି ଯୁବକ ମହାନଦୀକୁ ଗାଧେଇବାକୁ ଆସିଥିଲେ । ଗାଧଉଥିବା ସମୟରେ ମହାନଦୀରେ ଏକ ଶବ ଭାସି ଆସି କୂଳରେ ଲାଗିଥିଲା । ଯୁବକମାନେ ମୃତ ଯୁବକଙ୍କୁ ଦେଖି ଜଗତପୋଲିସଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠେଇବା ସହ ଏକ ଅପମୃତ୍ୟ ମାମଲା (ନଂ ୫୩/୨୨)ରୁଜୁ କରିଛି । ଏ ନେଇ ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର କହିଛନ୍ତି, ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଯୁବକ ଜଣଙ୍କ ଭାସି ଆସିଛନ୍ତି । ତାଙ୍କ ପରିଚୟ ମିଳି ପାରି ନାହିଁ । ଯଦି କେହି ବ୍ୟକ୍ତି ମୃତ ଯୁବକଙ୍କୁ ପରିଚୟ ପାଇ ପାରନ୍ତି ତାହେଲେ ଜଗତପୁର ଥାନା ଅଧିକାରୀ (୮୦୧୮୩୭୯୧୭୦)ଙ୍କୁ ଫୋନ କରି ଜଣାଇବାକୁ ଅନୁରୋଧ କରିଛନ୍ତି |