ଦେଶ ବିଦେଶ

ବଡ ବଡ ଷ୍ଟାର ଯେତେବେଳେ ପିଏମ ମୋଦୀଙ୍କୁ ଦେଖା କଲେ, ସମନ୍ନା କୁ ଆସିଲା ଭିଡିଓ

ଅକ୍ଟୋବର 2ରେ ବାପୁ ଙ୍କର ଜନ୍ମଦିନ ହୋଇ ଯାଇଛି । ଯେଉଁ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଫିଲ୍ମ ଜଗତର କଳାକାର ମାନଙ୍କୁ ଡକାଇଥିଲେ କିଛି ବିଶେଷ ଉଦେଶ୍ୟରେ । ଫିଲ୍ମ ଉଦ୍ୟୋଗ କୁ ଆମନ୍ତ୍ରଣ କରିବାର ଗୋଟେ ମାତ୍ର ଉଦେଶ୍ୟ ଥିଲା ଏହା କି ମାହାତ୍ମା ଗାନ୍ଧୀଙ୍କ ୧୫୦ଜୟନ୍ତୀ ଉପରେ ଗାନ୍ଧୀ ଓ ଗାନ୍ଧୀବାଦ ଉପରେ ଫିଲ୍ମ ବନେଇବା ପାଇଁ ପିଏମ ମୋଦୀ ସବୁ ଷ୍ଟାରଙ୍କୁ ପ୍ରେରଣା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ରେ ଫିଲ୍ମ ଜଗତ ର ଜଣା ଶୁଣା ହସ୍ତିମାନଙ୍କୁ ଦେଖା କରିବା ପାଇଁ ଓ ତାଙ୍କୁ ଗାନ୍ଧୀବାଦ ଉପରେ ଚଳଚିତ୍ର ବନେଇବା ପାଇଁ ପ୍ରେରିତ କରିବା ପାଇଁ ଓ ଅନୁରାଧ କରିଥିଲେ ।

ଏହି ଅବସର ରେ ବଲୀଉଡ ର ପ୍ରମୁଖ ଷ୍ଟାରମାନେ ଉପସ୍ଥିତ ଥିଲେ, ଏହି ଷ୍ଟାରମାନଙ୍କ ମଧ୍ୟରେ ଶାହରୁଖ ଖାନ, ଆମିର ଖାନ, କଙ୍ଗନା ରଣାବତ, ଜେକଲିନ ଫର୍ନାଣ୍ଡସ, ଇମ୍ତିୟାଜ ଅଲି, ଏକତା କପୁର, ଅନୁରାଗ ବାସୁ, ବୋନୀ କପୁର ଏବଂ ସନି ଦେୱଲ ପରି ବଡ ବଡ ଷ୍ଟାର ଉପସ୍ଥିତ ଥିଲେ ।

ବଲୀଉଡ ର କେତେକ ହସ୍ତୀ ଏହି ଇଭେଣ୍ଟ ରେ ସମ୍ମିଳିତ ହୋଇ ଗାନ୍ଧୀଙ୍କ ପାଇଁ କରା ଯାଇଥିବା ଏହି କାର୍ଯ୍ୟକ୍ରମ ଉପରେ ନିଜ ମତ ଦେଇଥିଲେ । ଷ୍ଟାରମାନଙ୍କ ସହ କଥା ହେଉଥିବା ସମୟ ରେ ମୋଦୀ ଷ୍ଟାରମାନଙ୍କୁ ଡାଣ୍ଡି ରେ ପ୍ରସ୍ତୁତ ମହାତ୍ମା ଗାନ୍ଧୀଙ୍କ ମ୍ୟୁଜିୟମ ବୁଲିବା ପାଇଁ ଅନୁରୋଧ କରିଥିଲେ ।

ମୋଦୀ ଏହା ବି କହିଲେ ଯେ ଆପଣମାନଙ୍କୁ ଷ୍ଟାଚୁ ଆଫ ୟୁନିଟି ବି ଯିବା ଉଚିତ ଯେଉଁଠି ଦେଶ ଓ ବିଦେଶ ରୁ ଲୋକ ଆସୁଛନ୍ତି, ଏହି କାର୍ଯ୍ୟକ୍ରମ ବିଷୟରେ ପିଏମ ମୋଦୀ ନିଜ ଟ୍ବିଟର ଅକାଉଣ୍ଟ ରେ ଲେଖିଛନ୍ତି ।

ଏହି ଉପଲକ୍ଷ ରେ ପିଏମ ମୋଦୀ କହିଲେ “ମହାତ୍ମା ଗାନ୍ଧୀଙ୍କ ବିଚାର ବିଷୟ ରେ ପ୍ରଚାରିତ କରିବା ପାଇଁ ଫିଲ୍ମ ଓ ଟେଲିଭିଜନ ଜଗତ ର କଳାକାର ମାନଙ୍କୁ ମୁଁ ଆହ୍ଵାନ କରୁଛି’ । ଏହା ଉପରେ ଆମିର ଖାନ କହିଲେ “ବାପୁଙ୍କ ବିଷୟରେ ଆଲୋଚନା କରିବା ପାଇଁ ଆମ ସମସ୍ତଙ୍କୁ ଡାକି ଥିବାରୁ ମୁଁ ପିଏମ ମୋଦୀଙ୍କୁ ଧନ୍ୟବାଦ ଜଣାଉଛି । କ୍ରିଏଟିବ ଲୋକଙ୍କ ଅନୁଯାଇ ଆମ ଦ୍ଵାରା ଯାହା ହବ କରିବା ପାଇଁ ଚେଷ୍ଟା କରିବୁ” ।

https://www.facebook.com/BJP4India/videos/431744194196277/

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button