ଓଡିଶା
ଚାରି ବର୍ଷ ଶିଶୁ କନ୍ୟାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ପରିତ୍ୟକ୍ତ ଘରୁ ଚାରି ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛ । ଶିଶୁ କନ୍ୟାଟି ଅଜା ଘରକୁ ବୁଲିଯାଇଥିବା ବେଳେ ଗତକାଲି ଅପରାହ୍ନରୁ ନିଖୋଜ ହୋଇ ଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କଲେ ବି ପାଇନଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଆଜି ଭୋରରୁ ଶିଶୁ କନ୍ୟାକୁ ପୋଲିସ ସହାୟତାରେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଆଡପଡ଼ା ମେଡିକାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ତେବେ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ପହଞ୍ଚି ଘଟଣା ସ୍ଥଳରୁ କିଛି ନମୁନା ସଂଗ୍ରହ କରିଥିବା ଜଣାପଡିଛି । ଏବଂ ଶିଶୁର ମୃତ ଶରୀରକୁ ବ୍ରହ୍ମପୁର ଏଫ, ଏମ ଟି ବିଭାଗକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ।