ଜୀବନଶୈଳୀ

ହେ ଭଗବାନ! ୨୨ ଜଣ ପୁରୁଷ ଦେଲେ ଛୁଆଙ୍କୁ ଜନ୍ମ, ଲୋକ କଲେ ପୁରୁଷତ୍ଵ ଉପରେ ପ୍ରଶ୍ନ

ଆମେ ସାଧାରଣତଃ ସମାଜ ରେ ଦେଖିବାକୁ ପାଉଛୁ କି ମହିଳାମାନେ ଛୁଆ ଜନ୍ମ କରିବା ସମୟ ରେ କେତେ କଷ୍ଟ ପାଆନ୍ତି, ଏହି କଷ୍ଟକୁ ପୁରୁଷ କେବେ ବୁଝିପାରିବେ ନାହିଁ, କିନ୍ତୁ ଏବେ ଏମିତି ନାହିଁ । ଏବେ ପୁରୁଷ ବି ମହିଳାଙ୍କ ପରି ଛୁଆ ଜନ୍ମ କରିବା ପାଇଁ ସକ୍ଷମ ଅଛନ୍ତି, ଗୋଟେ ଅଧ୍ୟୟନ ଅନୁଯାଇ ଗତ ବର୍ଷ ଆଷ୍ଟ୍ରେଲିଆ ରେ ୨୨ଟି ପୁରୁଷ ଗର୍ଭ ଧାରଣ କରିଥିଲେ ଏବଂ ଛୁଆ ଜନ୍ମ କରିଥିଲେ ।

ଆଷ୍ଟ୍ରେଲିଆ ର ଡିପାର୍ଟମେନ୍ଟ ଅଫ ହ୍ୟୁମାନ ସର୍ଭିସ ଅନୁଯାଇ ଯେଉଁ ୨୨ ଜଣ ପୁରୁଷ ଛୁଆଙ୍କୁ ଜନ୍ମ ଦେଇ ଥିଲେ ସେ ୨୨ ଟି ପୁରୁଷ ଟ୍ରାନ୍ସଜେଣ୍ଡର ଥିଲେ ।

ଏହି ପୁରୁଷଙ୍କ ନା ମଧ୍ୟ ସେହି ସୂଚୀ ରେ ଲେଖା ହୋଇଛି ଯେଉଁଥିରେ ପୂର୍ବରୁ  ୨୨୮ଲୋକଙ୍କ ନାଁ ସାମିଲ ଅଛି, ଯେଉଁମାନେ ଗତ ୧୦ ବର୍ଷ ରେ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ଏହା ପୂର୍ବରୁ ୧୯୯୩ ମସିହା ରୁ ୨୦୦୯ ପର୍ଯ୍ୟନ୍ତ ପୁରୁଷ ଛୁଆଙ୍କୁ ଜନ୍ମ ଦବା କଥା ସାମ୍ନା କୁ ଆସିନଥିଲା, ଏଇ କିଛି ମାସ ତଳେ ଜଣେ ୩୦ ବର୍ଷୀୟ ବ୍ରିଟିଶ ଟ୍ରାନ୍ସଜେଣ୍ଡର ଫ୍ରେଡି ମେକକୋନେଲ ପୁଅ କୁ ଜନ୍ମ ଦେଇଥିଲେ ।

ଏହି ଘଟଣା କୁ ନେଇ ବିବିଶି ଗୋଟେ ଡକୁମେନ୍ଟ୍ରି କରିଥିଲେ, ଯାହା ୨୦୧୯ ରେ ମେଲବର୍ନ ଅନ୍ତରାଷ୍ଟ୍ରିୟ ଫିଲ୍ମ ଫେଷ୍ଟିଭଲ ରେ ଲୋକଙ୍କୁ ଦେଖାଯାଇଥିଲା । ଟ୍ରାନ୍ସଜେଣ୍ଡର ଉପରେ ଏବଂ ଛୁଆ ଜନ୍ମ କରିବା କଥା ନେଇ କିଛି ଲୋକ ସେହି ପୁରୁଷମାନଙ୍କ ଉପରେ କହିଛନ୍ତି କି ଯେଉଁ ପୁରୁଷ ଛୁଆ ଜନ୍ମ ଦିଏ ସେ ପୁରୁଷ ନୁହଁ । ସମସ୍ତଙ୍କ ପାଇଁ ପୁରୁଷତ୍ଵ ଅଲଗା ଅଲଗା ହୋଇ ପାରେ କାହିଁକିନା ସମସ୍ତଙ୍କ ଭାବନା ଓ ମତ ଏକା ପରି ନୁହେଁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button