ସ୍ୱାସ୍ଥ୍ୟ

ସାଇଲେଣ୍ଟ ହାର୍ଟ ଆଟାକ : ୨୫% ଘଟଣାରେ ହାର୍ଟଆଟାକ ସାଇଲେଣ୍ଟ ହୋଇଥାଏ, ଏମିତି ଚିହ୍ନି ପାରିବେ ସଂକେତ

ସାଇଲେଣ୍ଟ ହାର୍ଟ ଅଟାକ କେତେ ଥର ଜଣା ବି ପଡେନି ଯେ ଏହା ସାଇଲେଣ୍ଟ ହାର୍ଟ ଅଟାକ ବୋଲି, କେତେଥର ଏହାର ଲକ୍ଷଣ ବି ଦେଖା ଯାଏ ନାହିଁ ଏବଂ ହଟାତ ଲୋକ ପୀଡାରୁ ବ୍ୟସ୍ତ ହୋଇଥାଏ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ସାଇଲେଣ୍ଟ ହାର୍ଟ ଅଟାକ ଅଧିକ ଭୟଙ୍କର ହୋଇଥାଏ, କେତେକ ଥର ହୃଦୟରେ ହେଉଥିବା ପୀଡାକୁ ଆମେ ଅଣଦେଖା ବା ଅବହେଳା କରିଥାଉ କିନ୍ତୁ ଏହା ଉଚିତ ନୁହେଁ ଏହା ସାଇଲେଣ୍ଟ ହାର୍ଟ ଅଟାକ ର ସଂକେତ ବି ହୋଇପାରେ ।

ଏହି ଭଳି ସଂକେତକୁ ନଜରଅନ୍ଦାଜ କଲେ ଏହା ମୃତ୍ୟୁ ର କାରଣ ବି ହୋଇପାରେ ସେଥିପାଇଁ ଏହା ଆବଶ୍ୟକ ଅଟେ ଯେ ଆପଣ ସାଇଲେଣ୍ଟ ହାର୍ଟ ଅଟାକ କାରଣ, ଲକ୍ଷଣ ଏବଂ ବଞ୍ଚିବା ଉପାୟ ଜାଣି ରଖନ୍ତୁ ।

ଶରୀର ରେ ବ୍ଲଡ ଦ୍ଵାରା ଅକ୍ସିଜେନ ସବୁ ଅଙ୍ଗ ରେ ପହଞ୍ଚି ଥାଏ, କିନ୍ତୁ କେତେକ ଥର କୋଲେଷ୍ଟ୍ରୋଲ ରୂପରେ ଫ୍ୟାଟ ହାର୍ଟ ଧମନୀରେ ଏମିତି ପ୍ରକାର ଜମା ହୋଇଥାଏ ଯେ ବ୍ଲଡ ସରକୁଲେସନ ବନ୍ଦ ହବାକୁ ଲାଗିଥାଏ । ଏହା କାରଣରୁ ହାର୍ଟ ଅତ୍ୟଧିକ ପମ୍ପ ହୋଇଥାଏ ବା ହାର୍ଟ ଫେଲ ହୋଇଯାଏ, କିଛି ସେକେଣ୍ଡରେ ଯଦି ପରିସ୍ଥିତି ସାମାନ୍ୟ ନହୁଏ ତାହେଲେ ଲୋକର ମୃତ୍ୟୁ ହୋଇଯାଏ ।

ସାଇଲେଣ୍ଟ ହାର୍ଟ ଅଟାକ ବି ଦେଇଥାଏ ସଂକେତ, ଚିହ୍ନିବା ଅତି ଆବଶ୍ୟକ ଅଟେ :  ହୃଦୟ ପର୍ଯ୍ୟନ୍ତ କାହିଁ ପହଞ୍ଚିପାରେ ନାହିଁ  ଅକ୍ସିଜେନ:

ଯେତେବେଳେ ଶରୀରରେ କୋଲେଷ୍ଟ୍ରୋଲ ବଢି ଥାଏ, ବ୍ଲଡ ଗାଢ ହବାକୁ ଲାଗେ, ଏହା କାରଣରୁ ଧମନୀ ରେ ବ୍ଲଡ ସରକୁଲେସନ ସଠିକ ଭାବରେ ହୋଇ ପାରେ ନାହିଁ । ଧମନୀରେ ପ୍ଲାକ ଜମା ହୋଇଥିବାରୁ ଏହା ବ୍ଲକ ହୋଇଥାଏ, ଯେତେବେଳେ ଆପଣଙ୍କ ଛାତିରେ ଦରଜ ଅନୁଭବ ହୁଏ, ହଡବଡ ଲାଗେ ବା ହୃଦୟ ହଟାତ ଉତ୍ତେଜିତ ହୋଇ ଯାଏ ତାହେଲେ ବୁଝି ଯାଅନ୍ତୁ ଆପଣଙ୍କ ଶରୀର ରେ କିଛି ଗଡବଡ ହୋଇଛି ଓ ଏହା ଦ୍ଵାରା କିଛି ବଡ ଅନିଷ୍ଠ ହୋଇ ପାରେ ।

ହାଇବିପିରୁ ସାବଧାନ ରୁହନ୍ତୁ :

କୋଲେଷ୍ଟ୍ରୋଲ ଭଳି ହାଇବିପି ବି ହାର୍ଟ ପାଇଁ ଖତର୍ନାକ ଅଟେ, ସେଥିପାଇଁ ଚେଷ୍ଟା କରନ୍ତୁ ଏହି ରୋଗ ଆପଣଙ୍କୁ ନ ହେଉ କିନ୍ତୁ ଯଦି ଅଛି ତାହେଲେ ଏହାର ନିୟମିତ ଭାବରେ ଯାଞ୍ଚ କରନ୍ତୁ ଓ ନିୟମିତ ରୂପରେ ଔଷଧ ବି ସେବନ କରନ୍ତୁ ।

ଯଦି ଶରୀର କିଛି ସଂକେତ ଦେଉଛି ତାହେଲେ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ :

ଓଟ୍ସ ଠାରୁ ଉତ୍ତମ କିଛି ବି ନୁହେଁ, ଯଦି ଆପଣ କୋଲେଷ୍ଟ୍ରୋଲ, ହାଇବିପି ବା ଡାଇବେଟିଜ ରୋଗୀ ଅଛନ୍ତି ତାହେଲେ ଆପଣଙ୍କ ପାଇଁ ଓଟ୍ସ ସବୁଠାରୁ ଉତ୍ତମ ଖାଦ୍ୟ ଅଟେ । ଏହି ଖାଦ୍ୟ ଆପଣଙ୍କ ଏହି ସବୁ ସାମସ୍ୟାକୁ ଦୂର କରିଥାଏ ଓ ଶରୀରକୁ ସାମାନ୍ୟ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ ।

ରସୁଣ ଖାଇବା ଆରମ୍ଭ କରନ୍ତୁ, କୁହାଯାଇଛି ଯେ ସକାଳେ ସକାଳେ ରସୁଣ ଖାଇଲେ କୋଲେଷ୍ଟ୍ରୋଲ ସାମାନ୍ୟ ରହିଥାଏ ଏବଂ ରସୁଣ ଖାଇଲେ ଧମନୀ ରେ ଜମା ହୋଇଥିବା ଫ୍ୟାଟ ବି କମିବାକୁ ଲାଗିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button