ରାଜନୀତି

ଶାବନା, ନାଶିରୁଦ୍ଦିନଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଟ କହିଲେ ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ସମର୍ଥକ ନିଜ ଆଲୋଚକଙ୍କୁ ଟାର୍ଗେଟ କରିବାକୁ ସେମାନଙ୍କ ପାଇଁ ଅପମାନଜନକ ଟୁକଡେଟୁକଡେ ଗ୍ୟାଙ୍ଗର ନାମ ଦେଇଛନ୍ତି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ମରୋତ୍ତମ ମିଶ୍ରା ଶନିବାର ଦିନ ଫିଲ୍ମ ଅଭିନେତ୍ରୀ ଶବାନା ଆଜମୀ ଓ ଅଭିନେତା ନାଶିରୁଦ୍ଦିନ ଶାହ ତଥା ଜାବେଦ ଅଖ୍ତରଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଟ କହିଛନ୍ତି।

ନରୋତ୍ତମ ମିଶ୍ରା କହିଛନ୍ତି, ଶାବନା ଆଜମୀ, ନାଶିରୁଦ୍ଦିନଙ୍କ ପରି ଲୋକ ଟୁକଡେ ଟୁକଡେ ଗ୍ୟାଙ୍ଗର ସ୍ଲିପର ସେଲ ଏଜେଣ୍ଟ ହୋଇଛନ୍ତି। କେବଳ ବିଜେପି ଶାସିତ ରାଜ୍ୟରେ ହେଉଥିବା ଘଟଣାକୁ ନେଇ ହୋହାଲ୍ଲା କରୁଛନ୍ତି, କିନ୍ତୁ କଂଗ୍ରେସ ଶାସିତ ରାଜସ୍ଥାନ ଓ ଝାରଖଣ୍ଡ ପରି ରାଜ୍ୟରେ ହେଉଥିବା ଘଟଣାରେ ନୀରବ ରହୁଛନ୍ତି। ଏବେ ଏପରି ଲୋକଙ୍କ ଗୁମର ଖୋଲିଛି।

ନିକଟରେ ଶାବନା ଆଜମୀ ବିଲକିସ ବାନୁ ମାମଲାରେ ସମସ୍ତ ୧୧ ଦୋଷୀଙ୍କୁ ଜେଲ ଦଣ୍ଡର ୧୫ ବର୍ଷ ପରେ ଛଡାଯିବାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କରିଥିଲେ। ଏକ ଟିଭି କାର୍ଯ୍ୟକ୍ରମରେ ଯୋଗଦେଇ ଶାବନା ବିଲକିସ ମାମଲାରେ କହିଥିଲେ ଏପରି ଘଟଣା ଉପରେ କହିବାକୁ ତାଙ୍କ ନିକଟରେ କୌଣସି ଶବ୍ଦ ନାହିଁ। ସେ ଏହାକୁ ନେଇ ଲଜ୍ଜିତ। ଏଥିସହ ବିଲକିସଙ୍କ ଦୋଷୀଙ୍କୁ ମୁକ୍ତ କରାଯିବାକୁ ନେଇ ଛାତ୍ରୀ ଓ ମହିଳାଙ୍କ ଦ୍ବାରା ହୋଇଥିବା ପ୍ରଦର୍ଶନରେ ମଧ୍ୟ ଶାବନା ଭାଗ ନେଇଥିଲେ, ଯାହାକୁ ନେଇ ବିଜେପି ନେତା ଶାବନାଙ୍କ ଉପରେ ଖପ୍ପା

ଏହାକୁ ନେଇ ମିଶ୍ରା କହିଛନ୍ତି, ସେମାନେ ୧୫ ବର୍ଷ ଜେଲ ଦଣ୍ଡ ପରେ ମୁକ୍ତ ହେବାକୁ ନେଇ ଶାବନା ଆଜମୀ ଚିଲାଉଥିବା ବେଳେ ଝାରଖଣ୍ଡରେ ଜଣେ ବାଳିକାକୁ ଜୀବନ୍ତ ଜାଳି ଦେବାକୁ ନେଇ କାହିଁ ଚୁପ ବସିଛନ୍ତି।

୧୫ ଅଗଷ୍ଟ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଗୁଜୁରାଟ ସରକାର ୨୦୦୨ ବିଲକିସ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ମୁକ୍ତ କରିଦେଇଥିଲା। ଏହାକୁ ନେଇ ଦେଶ ବ୍ୟାପୀ କେନ୍ଦ୍ର ସରକାର ଓ ଗୁଜୁରାଟ ସରକାର ବିରୋଧରେ ପ୍ରଦର୍ଶନ କରାଯିବା ସହ ଏହାକୁ ନେଇ ଏକାଧିକ ଯାଚିକା ମଧ୍ୟ ସୁପ୍ରିମକୋର୍ଟରେ ଦାୟର ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button