ଓଡିଶା

ଭୁବନେଶ୍ୱର ବିମାନ ବନ୍ଦର ଉତ୍ତେଜନା, ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦର ଉତ୍ତେଜନା । ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ । ଗେଟ ସମ୍ମୁଖରେ ପ୍ରତିବାଦରେ ବିମାନବନ୍ଦର ଗେଟ୍ ସମ୍ମୁଖରେ ୧୪୦ରୁ ଅଧିକ ଯାତ୍ରୀଙ୍କ ହୋହଲ୍ଲା  । ଗତକାଲି ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ କୋଲକାତା ଯାଉଥିଲା ସ୍ପାଇସଜେଟ୍ ବିମାନ ।

ମିଳିଥିବା ସୂଚନା ଅନୁସାରେ ପାଗ ଖରାପ ଯୋଗୁଁ ଦିଲ୍ଲୀରୁ କଲିକତା ଯାଉଥିବା ଯାତ୍ରୀଙ୍କୁ ଗତକାଲି ରାତିରୁ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣ କରିଥିଲା ସ୍ପାଇସ ଜେଟ୍ ।  ହେଲେ ପାଗ ଭଲ ହେବା ପରେ ବି ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ ।

ଅନ୍ୟପଟେ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି, ଗତକାଲି ୮ଟି ଫ୍ଲାଇଟ୍ ଅବତରଣ କରିଥିଲା ।  ସେଥିମଧ୍ୟରୁ ୬ଟି ଉଡାଣ ଭରିଥିବାବେଳେ ଆଉ ଦୁଇଟି ବାକି ରହିଛି ।  ଏ ପର୍ଯ୍ୟନ୍ତ ୬ଟି ଫ୍ଲାଇଟ ଉଡାଣ ଭରିଥିବା ଦେଲେ ଅନ୍ୟ ଦୁଇଟି ଫ୍ଲାଇଟର ଯାତ୍ରୀ ରହିଯାଇଛନ୍ତି ।  ଏବେ ଉତ୍ତେଜିତ ଲୋକମାନଙ୍କୁ ବୁଝା ସୁଝା କରି ବିମାନକୁ ନିଆଯାଇଛି ।  ଖୁବଶୀଘ୍ର ତାଙ୍କୁ କୋଲକାତା ନିଆଯିବ ବୋଲି ସୂଚନା ମିଲିଛି ।   ବିମାନ ଭିତରେ ଯାତ୍ରୀଙ୍କୁ ବସାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button