ଓଡିଶା

ତାଣ୍ଡବ ରଚିଛି କାଳବୈଶାଖୀ, ଗଛ ଭାଙ୍ଗି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ

ବଲାଙ୍ଗିର : ତାଣ୍ଡବ ରଚିଛି କାଳବୈଶାଖୀ ।  ପବନ ସାଙ୍ଗକୁ ବିଭିନ୍ନ ସ୍ଥାନରେ ହୋଇଛି କୁଆପଥର ବର୍ଷା ।  ବର୍ଷା ପବନରେ ବଡ ବଡ ଗଛ ଭାଙ୍ଗି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଘସିଏନ ଅଞ୍ଚଳ ସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖର ପ୍ରଭାବ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ : ୨୬ ରୁ ୩୦ ଯାଏ ଗ୍ରୀଷ୍ମ ପ୍ରଵାହ ସହ ଗୁଳୁଗୁଳି , ବିଜୁଳି ଘଡଘଡି ସହ ବର୍ଷା, କୁଆପଥର ସହ ଝଡ ପବନ ର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଏହାସହ ୨ ଦିନ ଭିତରେ ୨ ରୁ ୫ ଡିଗ୍ରୀ ତଳମାତ୍ର ମଧ୍ୟ ହ୍ରାସ ପାଇବ।ମୟୁରଭଂଜ ବାଲେଶ୍ୱର କେନ୍ଦୁଝର କୋରାପୁଟ ଓ ଗଂଜାମ ଜିଲ୍ଲାକୁ ବିଜୁଳି ଘଡଘଡି ସହ କୂଆପଥର ବର୍ଷା ଓ ୫୦ ରୁ ୬୦ କିମି ଝଡ ପବନ ସମ୍ଭାବନା ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।

ସେହିପରି ପୁରୀ ,ଖୋର୍ଦ୍ଧା, ନୟାଗଡ, ଗଜପତି, ସୋନପୁର, ବୌଦ୍ଧ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି , ନବରଙ୍ଗପୁର ରାୟଗଡା ଓ ମାଲକାନଗିରି ଜିଲାରେ ବିଜୁଳି ଘଡଘଡି ସହ ୪୦ ରୁ ୫୦କିମି ଝଡ ପବନ ସମ୍ଭାବନା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।୩୦ ତାରିଖ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ ରାଜ୍ୟରେ ଲାଗିରହିଥିବା ଗରମରୁ ତ୍ରାହି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button