ଦେଶ ବିଦେଶ

ମେଇତେଇ ଓ କୁକିଙ୍କ ରକ୍ତସଂଘର୍ଷରେ ଫସିଛନ୍ତି ଲକ୍ଷାଧିକ ମୁସଲିମ୍, ବିପନ୍ନ ହୋଇଛି ଜୀବନଜୀବିକା – Utkal Mail

କ୍ବାକତା (ମଣିପୁର): ମଣିପୁରରେ ଜାତିଗତ ହିଂସାକୁ ୧୦୦ ଦିନରୁ ଅଧିକ ସମୟ ବିତିଗଲାଣି। ଧୀରେ ଧୀରେ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ହେବାରେ  ଲାଗିଛି ଏବଂ  ଗତ କିଛି ଦିନ ହେବ କୌଣସି ବଡ ଧରଣର ଘଟଣା ସାମ୍ନାକୁ ଆସିନାହିଁ। କିନ୍ତୁ ସଙ୍ଘର୍ଷର କେନ୍ଦ୍ରସ୍ଥଳ ପାଲଟିଥିବା କୁକିବହୁଳ ଚୁରାଚାନ୍ଦପୁର ଜିଲ୍ଲା ଏବଂ ମେଇତେଇବହୁଳ ବିଷ୍ଣୁପୁର ଜିଲ୍ଲା ମଧ୍ୟରେ ଥିବା ଅଞ୍ଚଳରେ ଏବେ ବି ଗୁଳିଗୋଳା ଏବଂ ବୋମାମାଡ଼ ସାଧାରଣ ଘଟଣା ପାଲଟିଛି।

ଏହି ଦୁଇ ଜିଲ୍ଲା ମଧ୍ୟରେ ଥିବା ଦୂରତା ୩୫ କି.ମି ଏବଂ ଏହି ଅଞ୍ଚଳରେ ବାସ କରୁଥିବା  ମେଇତେଇ ପଙ୍ଗଲ ବା ମୁସଲମାନ କୁକି ଜନଜାତି ଏବଂ ମେଇତେଇମାନଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ହିଂସା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି । ଏଣୁ ଉଭୟ ପକ୍ଷଙ୍କୁ ସଂଘର୍ଷ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି ମଣିପୁରର ମୁସଲିମ୍ ସଂପ୍ରଦାୟ।

ମଣିପୁରର ଆନୁମାନିକ ଜନସଂଖ୍ୟା ୩୨ ଲକ୍ଷ ଓ ଏହାର ୯ ପ୍ରତିଶତ ହେଉଛନ୍ତି ମୁସଲମାନ। କୁକି ଓ ମେଇତେଇଙ୍କ ମଧ୍ୟରେ ଜାତିଗତ ସଂଘର୍ଷ ଚାଲିଥିବା ବେଳେ ମୁସଲିମ୍ ସମ୍ପ୍ରଦାୟର ଲୋକେ ଏବେ ଶାନ୍ତି ପାଇଁ ଗୁହାରି କରୁଛନ୍ତି। କାରଣ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ହିଂସାରେ ସେମାନେ ଫସି ରହିଛନ୍ତି।

ମୁସଲିମ୍ ବହୁଳ କ୍ବାକତା  ଏକ ବହୁଜାତିକ ଅଞ୍ଚଳ।ତେବେ ସହରର ମୋଟ ଜନସଂଖ୍ୟାର  ୯୦ ପ୍ରତିଶତ ହେଉଛନ୍ତି ମୁସଲମାନ। ଏହି ସଙ୍ଘର୍ଷରେ ସମ୍ପୃକ୍ତ ନ ଥିଲେ ମଧ୍ୟ ମଣିପୁରର ମୁସଲମାନମାନେ ମେଇତେଇ ଓ କୁକିଙ୍କ ମଧ୍ୟରେ ଚାଲିଥିବା ରକ୍ତପାତରେ ଫସି ବହୁ ଯନ୍ତ୍ରଣା ଭୋଗ କରିଛନ୍ତି। କ୍ବାକତାରେ ସେମାନଙ୍କର ଜୀବନଜୀବିକା ବିପନ୍ନ ହୋଇଛି।

କ୍ବାକତା ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଖାଇବା ଜିନିଷ ଓ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟାପକ ମୂଲ୍ୟବୃଦ୍ଧି, ଜୀବିକାର ଅଭାବ, ଜୀବନ ପ୍ରତି ଭୟ ଚରମ ସୀମାରେ ପହଞ୍ଚିଛି। ବାରମ୍ବାର ବୋମା ବିସ୍ଫୋରଣ ଯୋଗୁଁ ସ୍କୁଲ୍ ନଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିବେ ନାହିଁ ବୋଲି ଶିକ୍ଷକ ନାସିର୍ ଖାନ୍ କ୍ବାତା  ଗଣମାଧ୍ୟମକୁ  କହିଛନ୍ତି।

ରାସନ୍‌ କାର୍ଡ ନଥିଲେ 5 ମିନିଟରେ ମିଳିବ ରାସନ୍‌ କାର୍ଡ, ଘରେ ବସି ସହଜରେ କିପରି କରିବେ APPLY ଦେଖନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button