ମନୋରଞ୍ଜନ

ଦେଖନ୍ତୁ Viral ଭିଡିଓ -ଏଥର ଆଉ କାହାସହ ଚେନ୍ନାଇ ନୁହଁ ନିଜ ସ୍ତ୍ରୀ ତୃପ୍ତିଙ୍କୁ ଧରି ମୁମ୍ବାଇ ବାହାରିଲେ ସୁପରଷ୍ଟାର ବାବୁସାନ

ଦମନ ଫିଲ୍ମର ସଫଳତା ପରେ ଗୋଟିଏ ପରେ ଗୋଟିଏ ସୁବର୍ଣ୍ଣ ସୁଯୋଗ ମିଳିବାରେ ଲାଗିଛି ଓଲିଉଡ ହିରୋ ବାବୁସାନ ଙ୍କୁ ।ବନ୍ଧୁମାନେ ଆପଣ ଦେଖୁଥିବେ ବର୍ତ୍ତମାନ ଓଲିଉଡ ସିନେମା ଇଣ୍ଡଷ୍ଟ୍ରିରେ ବାବୁସାନ ଙ୍କର ଦମନ ଫିଲ୍ମ ଏକ ନୂଆ ମୋଡ଼ ଆଣି ଦେଇଛି ।

ଆଉ ଦର୍ଶକ ମନେ ମଧ୍ୟ ଏହି ଫିଲ୍ମ ଦେଖି ଖୁବ ଖୁସି ଅଛନ୍ତି, ତେବେ ଏହି ଫିଲ୍ମ ର ସଫଳତା ପରେ ବାବୁସାନ ଙ୍କୁ ଭିନ୍ନ ଭିନ୍ନ ଭାଷାରେ ଫିଲ୍ମ ଡବିଂ କରିବା ପାଇଁ ଇନ ଭାଇଟ କରାଯାଉଛି ।ତେବେ ନିକଟରେ ହିନ୍ଦୀରେ ଦମନ ଫିଲ୍ମ ଡବିଂ ପାଇଁ ଯାଉଥିବା ବେଳେ ବାବୁସାନ ଙ୍କ ସାଙ୍ଗରେ ଦେଖିବାକୁ ମିଳିଛି ତାଙ୍କ ସ୍ତ୍ରୀ ତୃପ୍ତିଙ୍କୁ ।

ତେବେ ଆପଣ ମାନେ ସମସ୍ତେ ଓଲିଉଡ ହିରୋ ବାବୁସାନ ଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ।ତେବେ ଓଡ଼ିଆ ସିନେମା ବର୍ତ୍ତମାନ ଖୁବ ଦୁର୍ନୀତି ଦେଇ ଗତି କରୁଥିବା ବେଳେ ବାବୁସାନ ଙ୍କର ଦମନ ଫିଲ୍ମ ଏକ ନୂଆ ଆଶା ଆଣିଦେଇଛି ।ତେବେ ବାସ୍ତବ ଷ୍ଟୋରୀ ଉପରେ ଏହି ଫିଲ୍ମ ତିଆରି ହେଇଛି ଆଉ ବାବୁସାନ ମଧ୍ୟ ଏଥିରେ ଖୁବ ନିଖୁଣ ଅଭିନୟ କରିଛନ୍ତି ।

ତେଣୁ ବର୍ତ୍ତମାନ ଏହି ଫିଲ୍ମ କେବଳ ଓଡ଼ିଶାରେ ନୁହେ ବରଂ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।ଆଉ ଅନେକ ଭାଷାରେ ଏହି ଫିଲ୍ମକୁ ଡବିଂ କରିବାକୁ ପଡୁଛି, ତେବେ ଦର୍ଶକଙ୍କ ଖୁସିର କଥା ହେଉଛି ବର୍ତ୍ତମାନ ସବୁ ସ୍ଥାନରେ ବାବୁସାନ ଙ୍କ ସହିତ ତାଙ୍କ ସ୍ତ୍ରୀ ଅଛନ୍ତି ଆଉ ମୁମ୍ବାଇ ଗଲାବେଳେ ବି ଏଆରପୋର୍ଟ ରେ ବାବୁସାନ ସହିତ ତୃପ୍ତି ଙ୍କୁ ଦେଖିବାକୁ ମିଳିଛି ।

ତେବେ ଦମନ ଫିଲ୍ମ ରିଲିଜ ହେବା ଆଗରୁ ଏହାର ପ୍ରମସନ ପାଇଁ ଚେନ୍ନାଇ ଯାଇଥିଲେ ବାବୁସାନ ସେତେବେଳେ ତାଙ୍କ ସହିତ ପ୍ରକୃତି ମିଶ୍ର କୁ ଦେଖିବାକୁ ମିଳିଥିଲା ।ଯାହାପରେ ବାବୁସାନ ଓ ସ୍ତ୍ରୀ ତୃପ୍ତି ମଝିରେ ପାରିବାରିକ ବିବାଦ ଆରମ୍ଭ ହେଇ ଯାଇଥିଲା ଆଉ ବାବୁସାନ ଙ୍କୁ ଛାଡ଼ି ଚାଲିଯାଇଥିଲେ ତୃପ୍ତି ।ତେବେ ପରେ ପରେ ସ୍ଥିତି ସୁଧୁରିବାରେ ଲାଗିଥିଲା ଆଉ ବାବୁସାନ ତୃପ୍ତି ଙ୍କୁ କ୍ଷମା ମାଗିଥିଲେ ।ଆଉ ବର୍ତ୍ତମାନ ଦମନ ଫିଲ୍ମ ରିଲିଜ ହେବାପରେ ପ୍ରଥମ ଥର ତୃପ୍ତି ଙ୍କୁ ବାବୁସାନ ସହିତ ଓଡ଼ିଆ ଫିଲ୍ମ ଦେଖିବାର ମିଳିଥିଲା ଆଉ ଏତିକି ନୁହେଁ ହିନ୍ଦୀରେ ଫିଲ୍ମର ଡବିଂ ପାଇଁ ଯିବାବେଳେ ତୃପ୍ତି ବାବୁସାନ ଙ୍କ ସାଙ୍ଗରେ ଥିଲେ ।

ଏହି ଖବର ଆସିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବାବୁସାନ ଓ ତୃପ୍ତି, ତେବେ ଏନେଇ ବାବୁସାନ ଙ୍କ ମାମୁଁ ରବି ମିଶ୍ର କହିଛନ୍ତି କି ଏବେ ଉଭୟଙ୍କ ସମ୍ପର୍କରେ ମଧୁରତା ଆସିଯାଇଛି ।ତେବେ ଆପଣ ମାନେ ଊଉଭଙ୍କ ସମ୍ପର୍କରେ ଆସିଥିବା ଏହି ସୁଧାର କୁ ଦେଖି କେତେ ଖୁସି ତାହା ନିଶ୍ଚିତ ଜଣାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button