ନୀତି

ଏଆଇ ଜରିଆରେ ପ୍ରେମିକଙ୍କ ପ୍ରତାରଣାକୁ ଧରିଲେ ଯୁବତୀ, ଜାଣନ୍ତୁ କେମିତି – Utkal Mail


ନୂଆଦିଲ୍ଲୀ: ଆଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ଵାରା ଆଜିକାଲି ବିଭିନ୍ନ ପ୍ରକାରର କାମ ହୋଇପାରୁଛି। ପୂର୍ବରୁ ଆମେ ଏଆଇ କଣ୍ଠସ୍ବର ଚୋରି କରୁଛି ବୋଲି ଶୁଣିଥିଲେ। ନିକଟରେ ଏକ ନୂଆ କଥା ଶୁଣିବାକୁ ମିଳିଛି।
ଜଣେ ଯୁବତୀ ଏଆଇ ଜରିଆରେ ତାଙ୍କ ପ୍ରେମିକଙ୍କ ପ୍ରତାରଣାକୁ ଧରିପାରିଛନ୍ତି।

ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ଧରିବା ସହ ନିଜ ଅଭିଜ୍ଞତାକୁ ଏକ ଭିଡିଓ ଜରିଆରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏଆଇର ଏଭଳି ଉପଯୋଗ କରି ଚର୍ଚ୍ଚ‌ାରେ ଥିବା ଯୁବତୀଙ୍କ ନାମ ମିଆ ଡିଓ। ସେ ଅନେକ ଦିନ ହେବେ ତାଙ୍କ ପ୍ରେମିକ ବିଲିଙ୍କୁ ସନ୍ଦେହ କରୁଥିଲେ। ବିଲିଙ୍କ ଆଚରଣ ତାଙ୍କୁ ଭିନ୍ନ ଲାଗିବାରୁ ମିଆ ଉପାୟ ଚିନ୍ତାକଲେ।
ସେ ନିଜ ମେଲବକ୍ସରୁ ବିଲିଙ୍କ କଣ୍ଠସ୍ବର କାଢ଼ି ତାହାକୁ ଏଆଇ ଜରିଆରେ କ୍ଲୋନ କରି ବିଲିଙ୍କର ଜଣେ ବନ୍ଧୁଙ୍କ ନିକଟକୁ କଲ୍ କଲେ। ବନ୍ଧୁ ଭାବିଲେ ବିଲି କଲ୍ କରିଛନ୍ତି। ମାତ୍ର ବାସ୍ତବରେ କଲ୍ କରିଥିଲେ ମିଆ।

ସେ ବିଲିଙ୍କ ପରି କହିବାକୁ ଲାଗିଲେ, “ସେଦିନ ପାର୍ଟିରେ ଡ୍ରିଙ୍କ କରିବା ପରେ କ’ଣ ହେଲା ମୋର ମନେ ନାହିଁ। ତମେ ଜାଣିଛ କି କ’ଣ ହୋଇଥିଲା?” ସାଙ୍ଗ ଜଣକ ମିଆଙ୍କୁ ବିଲି ବୋଲି ଭାବି ବିନା ଦ୍ବିଧାରେ କହିଲେ, “ହଁ, ତମେ ଡ୍ରିଙ୍କ କରିବା ପରେ ସେ ଝିଅକୁ କିସ୍ କଲ୍। ଏଇଟା କ’ଣ ମନେ ନାହିଁ ତମର।” ଏକଥା ଶୁଣି ମିଆ ଚକିତ ହୋଇପଡ଼ିଲେ। ସେ ନିଶ୍ଚିତ ହୋଇଗଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ଧୋକା ଦେଇଛନ୍ତି । ଏହାପରେ ସେ ବିଲିଙ୍କୁ ମନଇଚ୍ଛା ଗାଳି କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button