ବିଚାର

ମଣିଷ କୁ ତାର ବ୍ୟବହାର ପାଇଁ ଜଣାଯାଏ, ନା କି ତାର ସମ୍ପତ୍ତି ପାଇଁ

ଗୋଟେ ପ୍ରଚଳିତ କଥା ଅନୁଯାଇ ଜଣେ ବ୍ୟକ୍ତି ଗୋଟେ ରାଜାଙ୍କ ରାଜ ଦରବାର କୁ ଆସିଲେ, ଏହି ବ୍ୟକ୍ତି ରାଜାଙ୍କୁ କାମ ମାଗିଲା ଓ ରାଜାଙ୍କୁ ନିଜ ବିଶେଷତା କହିଲା ମହାରାଜ ମୁଁ କୌଣସି ବ୍ୟକ୍ତି ବା ପଶୁ ଦେଖି ତାଙ୍କ ବିଷୟରେ ସବୁ କିଛି କହି ପାରିବି । ରାଜାଙ୍କୁ ସେହି ବ୍ୟକ୍ତି ର କଥା ଭଲ ଲାଗିଲା ଓ ରାଜା ସେହି ବ୍ୟକ୍ତିଙ୍କୁ ତୁରନ୍ତ କାମରେ ରଖି ନେଲେ ।

ରାଜା ସେହି ଲୋକକୁ ନିଜ ଘୋଡ଼ାର ସେବକ କରି ଦେଲେ, କିଛି ଦିନ ପରେ ରାଜା ସେହି ଲୋକକୁ ଡକାଇଲେ ଓ ତାକୁ ପଚାରିଲେ ତମେ ମୋ ଘୋଡ଼ା ସହ ଏତେ ଦିନ ରହିଲ ତା ବିଷୟରେ ମତେ କିଛି କୁହ । ସେବକ ରାଜାଙ୍କୁ କହିଲା ମହାରାଜ ଏହି ଘୋଡ଼ା ଉଚ୍ଚ ନସଲ ର ନୁହେଁ, ଏହା ଶୁଣି ରାଜା ସେହି ଲୋକକୁ ଡାକିଲେ ଯାହା ଠାରୁ ସେ ଘୋଡ଼ା କିଣିଥିଲେ ।

ଘୋଡ଼ା ବ୍ୟାପାରୀ କହିଲା ମହାରାଜ ଏହା ଉଚ୍ଚ ନସଲ ଘୋଡ଼ା କିନ୍ତୁ ଏହି ଘୋଡ଼ା ଗାଈ ଖିର ପି ବଡ ହେଇଛି । ସେଥିପାଇଁ ଏହି ଘୋଡ଼ା ଉଚ୍ଚ ନସଲ ର ନୁହେଁ, ଏହା ପରେ ରାଜା ସେହି ଲୋକକୁ ପଚାରିଲେ ଯିଏ ଘୋଡ଼ା ସେବକ ତମୁକୁ କେମିତି ଜଣା ପଡିଲା ଯେ ସେହି ଘୋଡ଼ା ଉଚ୍ଚ ନସଲ ର ନୁହେଁ ବୋଲି । ସେବକ କହିଲା ସେହି ଘୋଡ଼ା ଉଚ୍ଚ ଘୋଡ଼ା ପରି ବ୍ୟବହାର କରୁ ନଥିଲା, ଓ ସବୁବେଳେ ଗାଈ ପରି ମୁଣ୍ଡ ତଳେ କରି ଘାସ ଖାଉଥିବ ।

ସେବକ ହୁନର ଦେଖି ରାଜା ଖୁସି ହୋଇ ଗଲେ ଓ ସେହି ଲୋକକୁ ଉପହାର ରେ ଅନ୍ନ ଓ ଗାଇ ଦେଲେ, ଏହା ସହ ସେହି ଲୋକକୁ ରାଣୀ ସେବକ ନିୟୁକ୍ତ କରି ଦେଲେ । କିଛି ଦିନ ପରେ ମହାରାଜ ସେହି ଲୋକକୁ ରାଣୀଙ୍କ ବିଷୟରେ ପଚାରିଲେ ସେବକ ଉତ୍ତର ଦେଲେ ମହାରାଜ ରାଣୀ ଉଚ୍ଚ ଘର ଝିଅ ନୁହନ୍ତି, ଏହା ଶୁଣି ମହାରାଜ ରାଣୀ ବାପାଙ୍କୁ ଡକା ଗଲା ଓ ରାଜା ତାଙ୍କୁ ରାଣୀଙ୍କ ବିଷୟରେ ପଚାରିଲେ ତା ପରେ ରାଣୀଙ୍କ ବାପା କହିଲେ ସେ ମୋର ଓ ମହାରାଣୀଙ୍କ ଝିଅ ନୁହେଁ ସେ ମୋର ଓ ଦାସୀ ର ଝିଅ ଯାହାକୁ ମୁଁ ପାଳିଛି ।

ଏହା ଶୁଣି ରାଜା ସେବକ ଉପରେ ଖୁସି ହୋଇ ଉପହାର ଦେଲେ । କିଛି ଦିନ ପରେ ରାଜା ସେବକ କୁ ନିଜ ବିଷୟରେ ପଚାରିଲେ ସେବକ କହିଲା ଆପଣ ରାଜ ପରିବାରରୁ ନୁହଁନ୍ତି ଏହା ଶୁଣି ରାଜା ନିଜ ମାଁ କୁ ପଚାରିଲେ, ରାଜାଙ୍କ ମାଁ କହିଲେ ତମ ମାଁ ବାପା ବହୁତ ଗରିବ ଅଟନ୍ତି ଓ ଆମେ ତମକୁ ଗୋଦ ନେଇଥିଲୁ ଏହା ଶୁଣି ରାଜା ଖୁସି ହୋଇ ଗଲେ । ହେଲେ ରାଜା ସେବକ କୁ ପଚାରିଲେ ଯେ ସେ କେମିତି ଜାଣିଲେ ତାଙ୍କ ବିଷୟରେ ତ ସେବକ ଜଣଙ୍କ କହିଲେ କୌଣସି ରାଜା କେବେ ଉପହାରରେ ଗାଈ ଓ ଖାଦ୍ୟ ଦିଅନ୍ତି ନାହିଁ ।

କଥାର ଶିକ୍ଷା-

ମନୁଷ୍ୟ ର ଚିହ୍ନଟ ତାର ବ୍ୟବହାର ଓ ଆଦତରୁ ଜଣା ଯାଏ । ନା କି ତାର ଧନ ସମ୍ପତ୍ତି ରୁ ।

Related Articles

Leave a Reply

Your email address will not be published. Required fields are marked *

Back to top button