BSF ଜବାନ ବିବାହରେ ଝିଅ ଘର ଲୋକେ ଦେଲେ ୧୧ଲକ୍ଷ ଟଙ୍କା, ତ ଜବାନ ଏହା ଦେଖି କହିଲେ – ‘ମତେ ଟଙ୍କା ଦରକାର ନାହିଁ ବରଂ…’

ବିଏସଏଫ ଜବାନ ୧୧ଲକ୍ଷ ଟଙ୍କା ଫେରେଇ ଦେଇଛନ୍ତି ଓ ଯୌତୁକ ନବା ପାଇଁ ମନା କରିଛନ୍ତି, ଏହା ବଦଳରେ ସେ ଝିଅ ମାତା ପିତାଙ୍କୁ ୧୧ଟଙ୍କା ଓ ଗୋଟେ ନଡିଆ ଦବା ପାଇଁ ଅନୁରୋଧ କରିଥିଲେ । ତାଙ୍କ ଏହି କାମ ପାଇଁ ଲୋକ ତାଙ୍କ ବହୁତ ପ୍ରଶଂସା କରୁଛନ୍ତି, ବର ଜିତେନ୍ଦ୍ର ସିଂହ ଖୁସି ଅଛନ୍ତି ଯେ ତାଙ୍କ ସ୍ତ୍ରୀ ଏଲଏଲବି ଓ ଏଲଏଲଏମ ଗ୍ରାଜୁଏଟ ଅଛନ୍ତି ଏବଂ ପିଏଚଡି କରୁଛନ୍ତି । ବର ମାତା ପିତା ଝିଅ କୁ ଆଗୁକୁ ପଢେଇବା ଓ ବଡ ଅଫସର ବନେଇବା ପାଇଁ କହିଛନ୍ତି । ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା କଣ ଓ କାହିଁକି ବାର ଯୌତୁକ ନେବାକୁ ମନା କଲେ-

ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାଇ, ୮ନଭମ୍ବର କୁ ବିବାହ ସମୟରେ ଯେତେବେଳେ କନ୍ୟାର ୫୯ ବର୍ଷୀୟ ପିତା ବର ଜିତେନ୍ଦ୍ରଙ୍କୁ ସଗୁନ ରେ ୧୧ଲକ୍ଷ ଟଙ୍କା ଭର୍ତି ବ୍ୟାଗ ଦେଲେ ବର ସେହି ବ୍ୟାଗ ନେଲେ ନାହିଁ ଏହା ସହ ଟଙ୍କା ଭର୍ତି ବ୍ୟାଗ ଫେରାଇ ଦେଲେ ।

ଏହା ଦେଖି କନ୍ୟା ବାପା ଆଖିରେ ଖୁସି ର ଅସ୍ରୁ ଆସିଗଲା, ବର ଏହା ଦେଖି କନ୍ୟା ପିତାଙ୍କୁ କହିଲେ “ଚଞ୍ଚଲ (କନ୍ୟା) ପିଏଚଡି ରାଜସ୍ଥାନ ନ୍ୟାଇକ ସେବା ପାଇଁ ପ୍ରସ୍ତୁତ ହେଉଛି ଯଦି ସେ ମାଜିଷ୍ଟେଟ ହୋଇଯିବ ତେବେ ଏହା ଆମ ଘର ଲୋକଙ୍କ ପାଇଁ ଗର୍ବ ର ବିଷୟ ଏହା ଛଡା ଆମର କିଛି ଦରକାର ନାହିଁ ।”

କନ୍ୟା ପିତା ଗୋବିନ୍ଦ ସିଂହ ଶେଖାଵତ କହିଲେ, “ଯେତେବେଳେ ବର ଟଙ୍କା ଫେରେଇ ଦେଲେ ମୋ ମନ ଭୟଭୀତ ହୋଇ ଗଲା, ମତେ ଲାଗିଲା ବର ପକ୍ଷ ଲୋକ ବିବାହ ଆୟୋଜନ ପାଇଁ ଖୁସି ନାହାନ୍ତି, କିନ୍ତୁ ପରେ ଆମେ ଜାଣିବାକୁ ପାଇଲୁ ଜେ ପରିବାର ଯୌତୁକ ବିରୋଧୀ ଅଛନ୍ତି ।”
ବରର ଏହି ପଦକ୍ଷପ ପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଆଜି କାଲୀ ଦୁନିଆରେ ଏଭଳି ଲୋକେ ମିଳିବା ବହୁତ କଷ୍ଟ । ସତରେ ସେହି ଝିଅ କେତେ ଭାଗ୍ଯବାନ ଯେ ସେ ଏଭଳି ଶାଶୁଘର ଓ ବର ପାଇଛି । ନଚେତ ଏମିତି ଅନେକ ସାସୁ ଘର ଅଛନ୍ତି ଯିଏ ସାମାନ୍ୟ ଟଙ୍କା ପାଇଁ ବୋହୁ ମାନଙ୍କୁ ମାରିବାକୁ ମଧ୍ୟ ପଚଉ ନାହାନ୍ତି ।