ଦେଶ ବିଦେଶ

ଗୁପ୍ତ ଭିଡ଼ିଓ ଦ୍ବାରା ୟୁପି ହଷ୍ଟେଲ ଛାତ୍ରୀଙ୍କୁ ବ୍ଲାକ୍‌ମେଲ – Utkal Mail


UP hostel student blackmailed through secret video

ଗାଜିପୁର: ଉତ୍ତରପ୍ରଦେଶ ଗାଜିପୁରର ସରକାରୀ ହୋମିଓପାଥିକ୍ ମେଡିକାଲ କଲେଜର ଜନୈକା ଛାତ୍ରୀ ରହୁଥିବା ହଷ୍ଟେଲର ଅନ୍ୟ ଛାତ୍ରୀଙ୍କର ଆପତ୍ତିଜନକ ଫଟୋ ଓ ଭିଡ଼ିଓ ପ୍ରସ୍ତୁତ କରି ବରିଷ୍ଠ ଛାତ୍ରଙ୍କ ପାଖକୁ ପଠାଇବା ପରେ ସମ୍ପୃକ୍ତ ଛାତ୍ରୀମାନଙ୍କୁ ବ୍ଲାକ୍‌ମେଲ କରାଯାଇଥିବା ଅଭିଯୋଗ ହୋଇଛି।
ମଣ୍ଟାସା କାଜମି ନାମ୍ନୀ ଛାତ୍ରୀ ଜଣକ ନିଜ ସାଥୀ ଛାତ୍ରୀମାନଙ୍କର ଆପତ୍ତିଜନକ ଫଟୋ ଓ ଭିଡ଼ିଓ ଗୋପନରେ ଉଠାଇ କଲେଜର ଜନୈକ ବରିଷ୍ଠ ଛାତ୍ର ମହମ୍ମଦ ଆମିରଙ୍କ ପାଖକୁ ପଠାଇଥିଲେ। ଆମିର ଏହି ଫଟୋ ଓ ଭିଡ଼ିଓକୁ ନେଇ ସମ୍ପୃକ୍ତ ଛାତ୍ରୀମାନଙ୍କୁ ବ୍ଲାକ୍‌ମେଲ କରୁଥିଲେ। ଅଗଷ୍ଟ ୭ ତାରିଖରେ କେତେକ ଛାତ୍ରୀ ଏ ସମ୍ପର୍କରେ କଲେକ ପ୍ରଶାସନ ଓ ସ୍ଥାନୀୟ ପୁଲିସରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। କଲେଜ ପ୍ରଶାସନ ତଦନ୍ତ କରି ଘଟଣା ସତ ବୋଲି ପ୍ରକାଶ କରିଛି। ଏହାପରେ ସମ୍ପୃକ୍ତା ଛାତ୍ରୀ କାଜମି ଓ ମହମ୍ମଦ ଆମିରଙ୍କ ବିରୋଧରେ କଲେଜ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ୬ ମାସ ପାଇଁ କଲେଜରୁ ନିଲମ୍ବିତ କରାଯାଇଛି। ଉକ୍ତ ଆପତ୍ତିଜନକ ଫଟୋ ଓ ଭିଡ଼ିଓଗୁଡ଼ିକୁ ସେମାନଙ୍କ ଫୋନରୁ ଅପସାରିତ କରାଯାଇଛି। ପୁଲିସ ମଧ୍ୟ ଘଟଣା ଉପରେ ତଦନ୍ତ କରୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button