ଦେଶ ବିଦେଶ

‘ଫ୍ରିଜ୍‌ କମ୍ପ୍ରେସର୍‌’ ଫାଟି ୩ ପିଲାଙ୍କ ସମେତ ଗୋଟିଏ ପରିବାରରେ ୫ ମୃତ – Utkal Mail


ଚଣ୍ଡୀଗଡ଼: ପଞ୍ଜାବର ଜଳନ୍ଧର ସହରରେ ‘ଫ୍ରିଜ୍‌ କମ୍ପ୍ରେସର୍‌’ ଫାଟିବାରୁ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପୁଲିସ କହିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ପୁଲିସ କହିଛି, ରବିବାର ରାତିରେ ସହରର ଅବତାର ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ‘ଫ୍ରିଜ୍‌’ ବିସ୍ଫୋରଣ ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା।

Image Courtesy of India Today

ପ୍ରଥମେ ଆହତ ହୋଇଥିବା ୫ଜଣଙ୍କୁ ଜଳନ୍ଧର ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ସେଠାରେ ସେମାନଙ୍କର ମୃତ୍ୟୁ ଘଟିଲା। ମୃତ ବ୍ୟକ୍ତିମାନେ ହେଉଛନ୍ତି ୭୦ ବର୍ଷିୟ ଯଶପାଲ୍‌ ଘାଇ, ୪୦ ବର୍ଷୀୟ ରୁଚି ଘାଇ, ୧୪ ବର୍ଷୀୟ ମନଷା, ୧୨ ବର୍ଷୀୟ ଦିୟା ଓ ୧୦ ବର୍ଷିୟ ଅକ୍ଷୟ।

Image Courtesy of Pardaphash

ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଘଟଣାସ୍ଥଳରୁ ନମୁନା ସଂଗ୍ରହ ଲାଗି ‘ଫୋରେନ୍‌ସିକ୍‌ ଟିମ୍‌’କୁ ଡକାଯାଇଥିବା କଥା ପୁଲିସ କହିଛି।

ଜଳନ୍ଧରର ଅତିରିକ୍ତ ଡେପୁଟି ପୁଲିସ କମିସନର୍‌ ଆଦିତ୍ୟ କହିଛନ୍ତି, ଜଳନ୍ଧରର ଅବତାର ନଗରସ୍ଥିତ ଏକ ଘରେ ବ‌ିସ୍ଫୋରଣ ଭଳି ଘଟଣା ଘଟିଥିବା ସୂଚନା ପାଇବା କ୍ଷଣି ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ତଦନ୍ତ କରୁଛୁ। ଏଥପାଇଁ ଆମେ ‘ଫୋରେନ୍‌ସିକ୍‌’ ବିଶେଷଜ୍ଞ ଟିମ୍‌ ଡକାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button