ଓଡିଶା

ଉତ୍ତରାଖଣ୍ଡରେ ସୁଡଙ୍ଗ ଭିତରୁ ଆସିଲା ଫସିଥିବା ଓଡ଼ିଆଙ୍କ ବାର୍ତ୍ତା – Utkal Mail



ଡେରାଡୁନ: ଉତ୍ତରାଖଣ୍ଡର ଏକ ସୁଡ଼ଙ୍ଗରେ ଗୁରୁବାର ଆଶାର କିରଣ ଆସିଛି। ଫସି ରହିଥିବା 40 ଶ୍ରମିକଙ୍କ ମଧ୍ୟରୁ ଜଣେ ଓଡ଼ିଆ  ତାଙ୍କ ପରିବାରକୁ ନିଜ ସ୍ୱରର ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଧୀରେନ ନାୟକ ସୁଡଙ୍ଗ ଭିତରେ ଫସି ରହିଥିଲେ ମଧ୍ୟ ସେ ଓ ତାଙ୍କ ସହକର୍ମୀ ସୁରକ୍ଷିତ ଅଛନ୍ତି ବୋଲି ତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି।

ଏକ ପାଇପ୍ ମାଧ୍ୟମରେ ବାର୍ତ୍ତାଳାପ କରି ଧୀରେନ୍ ଜଣାଇଥିଲେ ଯେ ଫସି ରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସୁସ୍ଥ ଥିବା ବେଳେ ଅଳ୍ପ କେତେଜଣ ସାମାନ୍ୟ ରୋଗରେ ପୀଡ଼ିତ ଅଛନ୍ତି। ଖୁବଶୀଘ୍ର ଉଦ୍ଧାର ହେବେ ବୋଲି ସେମାନେ ଆଶା ରଖିଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ଅବସ୍ଥା ସମ୍ପର୍କରେ ଏକ ଭିଡିଓ ପଠାଇବେ ବୋଲି ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।

ଧୀରେନଙ୍କ ଏହି ବାର୍ତ୍ତା ସୁଡ଼ଙ୍ଗରୁ ପ୍ରଥମ ଆସିଛି, ଯାହା ଫସି ରହିଥିବା ଶ୍ରମିକଙ୍କ ପରିବାର ପାଇଁ ଆଶାର କିରଣ ଆଣିଥିଲା। ଏହି ମେସେଜ୍ ପାଇଥିବା ତାଙ୍କ ସମ୍ପର୍କୀୟ ଏହାକୁ ରେକର୍ଡ କରି ପରିବାରର ଅନ୍ୟ ସଦସ୍ୟଙ୍କ ସହ ସେୟାର୍ କରି ଧୀରେନ୍ ଓ ତାଙ୍କ ସାଥୀମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରିଛନ୍ତି।

ସେପଟେ ଫସିଥିବା ଓଡ଼ିଶାର ଆଉ ଜଣେ ଶ୍ରମିକ ଭାଗବାନଙ୍କ ପରିବାର ଦୁଃଖ ଓ ଉଦବେଗ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ତାଳବେଡା ନିବାସୀ ଭଗବାନ ଦେଢ଼ ବର୍ଷ ତଳେ ଜୀବିକା ଅନ୍ୱେଷଣରେ ଉତ୍ତରାଖଣ୍ଡ ଯାଇଥିଲେ। ବୁଧବାର  ସୁଡଙ୍ଗ ଭୁଶୁଡ଼ିବାରୁ ସେ ଫସିଯାଇଥିଲେ। ଭାଗବାନଙ୍କ ସହ ଉତ୍ତରାଖଣ୍ଡ ଯାଇଥିବା ଜଣେ ସହକର୍ମୀଙ୍କ ଫୋନ୍ ପାଇ ଏବେ ପରିବାର ଲୋକେ ଚିନ୍ତିତ ଅଛନ୍ତି। ଉଦ୍ଧାର କାମ ଜାରି ରହିଥିବା ବେଳେ ଫସି ରହିଥିବା ଶ୍ରମିକଙ୍କ ପରିବାର ଆଶାରେ ରହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button