କ୍ରୀଡା

ଧୋନିଙ୍କ ଅନୁରୋଧକୁ ତାମିଲନାଡୁର ପ୍ରତ୍ୟାଖ୍ୟାନ – Utkal Mail


ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ତାମିଲନାଡୁ କ୍ରିକେଟ୍‌ ସଂଘ (ଟିଏନ୍‌ସିଏ)। ତାମିଲନାଡୁରେ କ୍ରିକେଟର୍‌ଙ୍କ ମଧ୍ୟରେ ଧୋନିଙ୍କ ଅଧିକ କ୍ରେଜ୍‌ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଭାବେ ଏପର୍ଯ୍ୟନ୍ତ ସେ ଖେଳିଆସୁଥିଲା ବେଳେ ତାଙ୍କ ଅଧିନରେ ଦଳ ୫ ଥର ଆଇପିଏଲ୍‌ ବିଜେତା ହୋଇଛି। ଏତେ ଲୋକପ୍ରିୟତା ସତ୍ତ୍ବେ ଟିଏନ୍‌ସିଏ ଧୋନିଙ୍କ ଅନୁରୋଧକୁ ସମ୍ମାନ ଦେଇପାରିନାହିଁ। ୬ ବର୍ଷ ପରେ ଟିଏନ୍‌ସିଏ ପକ୍ଷରୁ ସର୍ବଭାରତୀୟ ବୁଚି ବାବୁ ଆମନ୍ତ୍ରଣୀୟ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୧୫ ତାରିଖରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏଥିରେ ଝାଡ଼ଖଣ୍ଡକୁ ସାମିଲ କରିବା ପାଇଁ ଧୋନି ଅନୁରୋଧ କରିଥିଲେ। ହେଲେ ‌‌ଝାଡ଼ଖଣ୍ଡକୁ ସାମିଲ କରିବା ପାଇଁ ଆଉ ସ୍ଥାନ ନଥିବା ଦର୍ଶାଯାଇଥିଲା। ପୂର୍ବରୁ ୮ ଦଳ ଖେଳୁଥିଲା ବେଳେ ଏଥର ୧୨ ଦଳଙ୍କୁ ନେଇ ପ୍ରତିଯୋଗିତା ହେବାକୁ ଯାଉଛି। ଧୋନିଙ୍କ ବ୍ୟତୀତ ଛତିଶଗଡ଼ ଓ ସର୍ଭିସେସ୍‌ ମଧ୍ୟ ଏହି ପ୍ରତିଯୋଗିତାରେ ଖେଳିବାକୁ ଅନୁରୋଧ କରିଥିଲେ କିନ୍ତୁ ସ୍ଥାନ ଅଭାବରୁ ସେମାନଙ୍କୁ ମଧ୍ୟ ମନା କରାଯାଇଥିବା ଟିଏନ୍‌ସିଏ ସମ୍ପାଦକ ଆର୍‌ଆଇ ପଲାନି ସୂଚନା ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button