ରାଜନୀତି

ଇଭିଏମ୍ ବିବାଦ ତେଜିଲା: କଂଗ୍ରେସ ନେତାଙ୍କୁ ଇସ୍ତଫା ଦେବାକୁ ବିଜେପିର ଆହ୍ବାନ

ନୂଆଦିଲ୍ଲୀ: ଇଭିଏମ୍‌ ସମେତ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ଆଜି ବିଜେପି କଡ଼ା ଜବାବ ଦେଇଛି। ଯଦି ଇଭିଏମ୍‌ରେ ଜାଲିଆତି ହୋଇଥିବା ଆଳ ଦେଖାଇ କଂଗ୍ରେସ ଅନର୍ଥ କରିବାକୁ ଚାହୁଛି, ତା’ହେଲେ ପ୍ରଥମେ ଏହାର ମୁଖ୍ୟମନ୍ତ୍ରୀଗଣ ଏବଂ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ଅନ୍ୟ ନିର୍ବାଚିତ ପ୍ରତିନିଧିମାନେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଆହ୍ବାନ ଦେଇଛି। ଯଦି ସାହସ ଅଛି ତା’ହେଲେ ବାଲାଟ୍ ପେପର ଫେରାଇ ଆଣିବା ପରେ ହିଁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ଘୋଷଣା କରୁ ବୋଲି ବିଜେପି କହିଛି।

ବିଜେପି ମୁଖପାତ୍ର ଗୌରବ ଭାଟିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅନ୍ତତଃ ଏଭଳି ଆଭିମୁଖ୍ୟ କଂଗ୍ରେସ ଓ ଇଣ୍ଡିମେଣ୍ଟ ନେତାଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗ ଉପରେ ସେମାନଙ୍କ ବିଶ୍ୱାସକୁ ସୂଚାଇବ ଏବଂ କଂଗ୍ରେସ ଯେଉଁ ଦାବି କରୁଛି ତା’ ପଛରେ ସେମାନଙ୍କର କିଛି ନିଷ୍ଠା ରହିଛି ବୋଲି ପ୍ରମାଣିତ ହେବ। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ଅଦାଲତର ଦ୍ୱାରସ୍ଥ ହେବା ଉଚିତ ବୋଲି ଭାଟିଆ କହିଛନ୍ତି । ସୁପ୍ରିମ୍ କୋର୍ଟ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ଗ୍ରହଣ କରିବା ସହ ଇଲେକ୍ଟୋରାଲ ଭୋଟିଂ ମେସିନ ବ୍ୟବହାରକୁ ବାରମ୍ବାର ଯୁକ୍ତିଯୁକ୍ତ ଦର୍ଶାଇଥିଲେ ମଧ୍ୟ କଂଗ୍ରେସ ନେତାମାନେ ପ୍ରତିଟି ପରାଜୟ ପରେ କେବଳ ଇଭିଏମ୍‌ ଉପରେ ଦୋଷ ଲଦି ଜନମତକୁ ଅସମ୍ମାନ କରୁଛନ୍ତି ବୋଲି ସେ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭା ସାଂସଦ ଭାବେ ଶପଥ ଗ୍ରହଣ କରିବା ଦିନ ହିଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ବିଡ଼ମ୍ବନାର ବିଷୟ ବୋଲି ବିଜେପି ମୁଖପାତ୍ର କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button