ଦେଶ ବିଦେଶ

ଗୁଜୁରାଟରେ ମର୍ମନ୍ତୁଦ ଦୁର୍ଘଟଣା: ବସ-କାର ଧକ୍କାରେ ୧୦ ମୃତ

ଗାନ୍ଧୀନଗର : ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନଭସରୀରେ ବସ-କାର ମୁହାଁମୁହିଁ ଧକ୍କା ଫଳରେ ୧୦ ଜଣ ମୃତ୍ୟୁ ହୋଇଥିବା ବେଳେ ୩୨ ରୁ ଅଧିକ ଆହତ ହୋଇଛନ୍ତି । ନଭସରିର ୪୮ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ଅହମ୍ମଦାବାଦରୁ ବଲସାଡ ଅଭିମୁଖେ ଯାଉଥିଲା । ବସଟି ଯାଉଥିବା ବେଳେ ଡ୍ରାଇଭରଙ୍କୁ ହଠାତ ହାର୍ଟଆଟାକ ଆସିଯାଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ନାଭସାରୀ ଜିଲ୍ଲାର ଭେସମା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଫର୍ଚୁନର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସମୟରେ କାରରେ ୧୦ ଜଣ ଲୋକ ରହିଥିବା ବେଳେ ୯ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃ୍ତ୍ୟୁ ହୋଇଥିଲା । ହୃଦଘାତରେ ବସ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବସରେ ରହିଥିବା ଯାତ୍ରୀମାନଙ୍କର ଚିତ୍କାର କରି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ସହ ଯାତ୍ରାମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ବସରେ ରହିଥିବା ଯାତ୍ରୀମାନେ ବଲସାଡ କୋଲାକ ଗ୍ରାମର ବାସିନ୍ଦା ହୋଇଥିବା ସୂଚନା । ତେବେ ଦୁର୍ଘଟଣାରେ ବସରେ ରହିଥିବା ୧୧ଜଣ ଯାତ୍ରୀଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ନାଭସରୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗ୍ରାମବାସୀମାନେ ବସରେ ଅହମ୍ମଦାବାଦ ଯାଇଥିବା ସୂଚନା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କାରରେ ରହିଥିବା ଯାତ୍ରୀମାନେ ଭରୁଚର ବାସିନ୍ଦା ଅଟନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହେବାରୁ ସୁରଟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button