ଜୀବନଶୈଳୀ

ନିଜ ସ୍ତ୍ରୀ ଉପରେ ସନ୍ଦେହ କରି ସ୍ଵାମି ଘରେ ଲଗେଇଲେ ସିସିଟିବି କ୍ୟାମେରା- ଯେଉଁଥିରେ ରେକର୍ଡ ହେଲା ସ୍ତ୍ରୀର କିଛି ଏଭଳି କାର୍ଯ୍ୟ ଯାହା ଦେଖି ହୋସ ଉଡିଗଲା ସମସ୍ତଙ୍କର

ଏଇ ପୁରା ଦୁନିଆରେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ସବୁଠାରୁ ଅନମୋଲ ବୋଲି ସମସ୍ତେ ମାନନ୍ତି ଏବଂ ଏହି ସମ୍ପର୍କ ଭଲ ପାଇବା ଓ ବିଶ୍ଵାସ ସହ ବହୁତ ମଜବୁତ ହୋଇ ଥାଏ । ଯଦି ଟିକେ ବି ସମ୍ପର୍କ ରେ ବିଶ୍ଵାସ କମ ହୁଏ ତେବେ ଏହାକୁ ଭାଙ୍ଗିବାରେ ଟିକେ ସମୟ ବି ଲାଗେନୀ । ଆଜି ଏମିତି ଗୋଟେ ଘଟଣା ସାମ୍ନାକୁ ଆସିଛି ଯାହା ଦେଖି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ଏମିତି କେମିତି ହୋଇ ପାରେ ।

ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ –

ଏହି ଘଟଣା ଗୋରଖନାଥ ଥାନା ହାତୀତାଲ କଲୋନୀ ରେ ରହୁ ଥିବା ମଧ୍ୟପ୍ରଦେଶ ବିଦ୍ୟୁତ ମଣ୍ଡଲର ଗୋଟେ ଇଞ୍ଜିନିୟର ଅଛନ୍ତି, ତାଙ୍କ ଘରେ ଲକ୍ଷ ଲକ୍ଷ ଟଙ୍କାର ଚୋରୀ ହେଲା ଏବଂ ଯେତେବେଳେ ପୋଲିସ କୁ ଏହି କଥା ଜଣା ପଡିଲା ଏବଂ ଇଞ୍ଜିନିୟର ଘର ସିସିଟିବି ଦେଖା ଗଲା ତେବେ ଯାହା ଦେଖିଲେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ଫୁଟେଜ ରେ ହିମାଂଶୁ ଙ୍କର ନିଜ ସ୍ତ୍ରୀ ଚୋରୀ କରୁଥିଲେ ଯାହା ଦେଖି ହିମାଂଶୁ ଅଗ୍ରବାଲ ଗୋଡ ତଳୁ ଜମି ଖସି ଗଲା ।

ଖବର ଅନୁଯାଇ ଏମପିଇବି ସିନିୟର ଇଞ୍ଜିନିୟର ହିମାଂଶୁ ଅଗ୍ରବାଲ ଓ ତାଙ୍କ ସ୍ତ୍ରୀ ଏମପିଇବି ରେ ଇଞ୍ଜିନିୟର ନିର୍ଧାରିତ ଅଛନ୍ତି, ୨୦୧୫ ରେ ହିମାଂଶୁ ଓ ତାଙ୍କ ସ୍ତ୍ରୀ ବର୍ଷିକା ଅଗ୍ରବାଲ ପ୍ରେମ ବିବାହ କରି ଥିଲେ । କିନ୍ତୁ ବିବାହ ପରେ ଘର ବୁଝା ମଣା ପାଇଁ ଦୁହେଁ ଅଲଗା ହୋଇ ଯାଇଥିଲେ । ଶୁକ୍ରବାର ଦିନ ଯେତେବେଳେ ହିମାଂଶୁ ଘରୁକୁ ଫେରିଲେ ଦେଖିବାକୁ ପାଇଲେ ଯେ ତାଙ୍କ ଘର ତାଲା ଭଙ୍ଗା ଅଛି ଓ ଘର ଜିନିଷ ଏପଟ ସେପଟ ଫୋପଡା ହୋଇଛି ଏହା ସବୁ ଦେଖି ସେ ବୁଝି ଗଲେ ତାଙ୍କ ଘରେ ଚୋରୀ ହୋଇଛି, ଓ ସେ ତୁରନ୍ତ ପୋଲିସକୁ ଏହି କଥା ବିଷୟରେ ସୂଚନା ଦେଲେ ।

ସୂଚନା ପାଇ ପୋଲିସ ଅଧିକାରୀ, ସ୍ନିଫର ଡଗ, ଏଫଏସଏଲ ଏବଂ ଫିଙ୍ଗରପ୍ରିଣ୍ଟ ଏକ୍ସପର୍ଟ ନେଇ ସୂଚନା ସ୍ଥଳରେ ଆସି ପହଞ୍ଚିଲେ । ଘର ତଲାସି କଲା ପରେ ପୋଲିସ ସିସିଟିବି ଦେଖିଲା ପରେ ଜାଣିବାକୁ ପାଇଲେ ଯେ ଚୋରୀ ଆଉ କେହି ନୁହଁ ହିମାଂଶୁଙ୍କ ସ୍ତ୍ରୀ ବର୍ଷିକା କରିଛନ୍ତି । ସନ୍ଧ୍ୟା ୬:୪୭ ରେ ବର୍ଷିକା ଦୁଇଟି ଲୋକଙ୍କ ସହ ଆସି ତାଲା କାଟିବାର ଓ ଚୋରୀ କରିବାର ସିସିଟିବି ରେ ଫୁଟେଜ ରହି ଯାଇ ଥିଲା । ଘରେ ଥିବା କ୍ୟାସ ଓ ସୁନା ଗହଣା ସବୁ ନେଇ ଦୁଇଟି ଲୋକ ବାଇକ ରେ ପଳେଇଲେ ତା ପରେ ବର୍ଷିକା ୫୦ହଜାର ଟଙ୍କା ଓ କିଛି ଅନ୍ୟ ଗହଣା ନେଇ ଘରୁ ବାହାରିବାର ଫୁଟେଜ ରେ ଦେଖା ଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button