ବିଜ୍ଞାନ

ଭଙ୍ଗା ଫୋନରୁ: କୀର୍ତ୍ତିମାନ କାର୍ତ୍ତିକ

ଭଙ୍ଗା ଫୋନରୁ କୋଡିଂ ଶିଖି ୧୨ ବର୍ଷର କାର୍ତ୍ତିକ ଏବେ ହାଭାର୍ଡ ୟୁନିଭରସିଟିର ଛାତ୍ର। ତିନୋଟି ଲର୍ଣ୍ଣିଂ ଆପ୍ ତିଆରି କରି କାର୍ତ୍ତିକ ଜାଖଡ଼ ଏବେ ଆମେରିକାର ହାର୍ଭାଡ ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ବିଏସସି କରିବାକୁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି। ଭାଙ୍ଗିଯାଇଥିବା ଫୋନ ଜରିଆରେ ୟୁଟ୍ୟୁବ୍ ର ସହଯୋଗରେ କୋଡିଂ କରିବା ଶିଖିଥିଲେ କାର୍ତ୍ତିକ। ଆଉ ଏହାକୁ ନେଇ ଲର୍ଣ୍ଣିଂ ଆପ୍ ତିଆରି କରିଥିଲେ। ଯେଉଁ ଆପ୍‌ରେ ୪୫ ହଜାରରୁ ବେଶୀ ପିଲାଙ୍କୁ ମାଗଣାରେ ଶିକ୍ଷା ଦିଆଯାଉଛି। ହରିଆଣାର ଝଜ୍ଜର ଜିଲ୍ଲାର ଝାସବା ଭଳି ଏକ ଛୋଟ ଗାଁର କାର୍ତ୍ତିକଙ୍କ ନାଁ ଗିନିଜ୍ ବୁକ୍ ଅଫ ଓ୍ୱାର୍ଲଡରେ ରେକର୍ଡ ହୋଇସାରିଛି। ତିନୋଟି ଯାକ ଆପ୍ ତିଆରି କରିବାକୁ କୌଣସି ସ୍ୱତନ୍ତ୍ର କୋଚିଂ ନେଇନାହାନ୍ତି କାର୍ତ୍ତିକ। କେବଳ ମୋବାଇଲରୁ ଭିଡିଓ ଦେଖି ଆପ୍ ତିଆରି ଶିଖିଥିଲେ କାର୍ତ୍ତିକ। ଅଷ୍ଟମ ଶ୍ରେଣୀରେ ପଢୁଥିବା କାର୍ତ୍ତିକ ଯେଉଁ ଫୋନ୍ ଜରିଆରେ କୋଡିଂ ତିଆରି କରିବା ଶିଖିବା ଓ ସେଥିରୁ ଆପ୍ ତିଆରି କରିଥିଲେ, ସେ ମୋବାଇଲର ସ୍କ୍ରିନ୍ ବି ଭାଙ୍ଗି ଯାଇଥିଲା। କାର୍ତ୍ତିକଙ୍କ ବାପା ଜଣେ ଚାଷୀ। ତିନି ଭଉଣୀ ତଳେ କାର୍ତ୍ତିକ। କାର୍ତ୍ତିକଙ୍କ ଘରେ ପଢ଼ିବାକୁ ନା ଟେବୁଲ୍ ଚେୟାର ଅଛି ନା ତାଙ୍କ ଗାଁକୁ ନିରନ୍ତର ବିଜୁଳିର ସୁବିଧା ଅଛି। ତୃତୀୟ ଶ୍ରେଣୀରୁ ପଢ଼ିଲା ବେଳୁ କିଛି ଅଲଗା ତଥା ସ୍ୱତନ୍ତ୍ର କରିବାର ମନ ଥିଲା ତାଙ୍କର।କରୋନା ସମୟରେ ସ୍କୁଲ ବନ୍ଦ ଥିଲାବେଳେ ତାଙ୍କ ବାପା ଅନଲାଇନ କ୍ଲାସ୍ କରିବାକୁ ୮ରୁ ୧୦ ହଜାର ଟଙ୍କାର ଏକ ଆଣ୍ଡ୍ରଏଡ୍ ମୋବାଇଲ ଆଣିକି ଦେଇଥିଲେ। ପଢ଼ା କାମ ସାରି ବାକି ସମୟରେ ୟୁଟ୍ୟୁବରେ କୋଡିଂ ଓ ଆପ୍ ଡେଭେଲପ ବାବଦରେ ଶିଖିଥିଲେ। ୟୁଟ୍ୟୁବରୁ ହିଁ ସେଲ୍ଫ ଟ୍ରେନିଂ ନେଇ ନିଜର ଆପ୍ଲିକେସନ୍ ତିଆରି କରିଥିଲେ। ତେବେ ଏଥିରେ ଅନେକ ପ୍ରତିବନ୍ଧକ ବି ଆସିଥିଲା। ଅନେକ ସମୟରେ ଫୋନ୍ ହ୍ୟାଙ୍ଗ୍ ହୋଇଯାଉଥିଲା। ଫଳରେ କାର୍ତ୍ତିକଙ୍କୁ ବାରମ୍ୱାର କୋଡିଂ କରିବାକୁ ପଡ଼ୁଥିଲା। କାର୍ତ୍ତିକ ତିଆରି କରିଥିବା ଆପ୍ ଭିତରେ ପ୍ରଥମ ଆପ୍ ସାଧାରଣ ଜ୍ଞାନ ସମ୍ୱନ୍ଧିତ । ଯାହାର ନାଁ ଦିଆଯାଇଛି ଲୁସେଣ୍ଟ ଜିକେ ଅନଲାଇନ। ଦ୍ୱିତୀୟ ଆପ୍  ଶ୍ରୀ ରାମ କାର୍ତ୍ତିକ ଲର୍ଣ୍ଣିଂ ସେଣ୍ଟର। ଯେଉଁଥିରେ କୋଡିଂ ଓ ଗ୍ରାଫିକ୍ସ ଡିଜାଇନିଂର ଶିକ୍ଷା ଦିଆଯାଉଛି। ଆଉ ତୃତୀୟ ଆପ୍ ହେଉଛି, ଡିଜିଟାଲ ଏଜୁକେସନ ସମ୍ୱନ୍ଧିତ। ଯାହାର ନାଁ ଶ୍ରୀରାମ କାର୍ତ୍ତିକ ଡିଜିଟାଲ ଏଜୁକେସନ ଆପ୍। ଏବେ ଏହି ତିନୋଟି ଯାକ ଆପ୍ଲିକେସନ ଜରିଆରେ ଏକ ସଂସ୍ଥା ସହ ଅନୁବନ୍ଧିତ ହୋଇ କାର୍ତ୍ତିକ ପ୍ରାୟ ୪୫ ହଜାରରୁ ବେଶୀ ପିଲାଙ୍କୁ ମାଗଣାରେ ଅନଲାଇନ ଶିକ୍ଷା ଦେଉଛନ୍ତି। ବିଶେଷ କରି ଯେଉଁ ପିଲାଙ୍କର ଆଗ୍ରହ ଅଛି, କିନ୍ତୁ ପାଖରେ ସାଧନ ନାହିଁ। ୧୨ ବର୍ଷର କାର୍ତ୍ତିକ ଅନେକ ପୁରଷ୍କାର ଓ ସମ୍ମାନର ଅଧିକାରୀ ସାଜିସାରିଲେଣି। କାର୍ତ୍ତିକ ହାର୍ଭାଡ୍ ୟୁନିରଭରସିଟିର ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ କରି ସ୍କଲାରସିପ୍ ପାଇଛନ୍ତି। ହାର୍ଭାଡରୁ କାର୍ତ୍ତିକ ବିଏସସି ଇନ  କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ନେବାକୁ ଚୟନ ହୋଇଛନ୍ତି। ତେବେ କାର୍ତ୍ତିକ କହିଛନ୍ତି କି, ଯଦିଓ ସେ ଏବେ ହାଭାର୍ଡ ୟୁନିଭରସିଟିରୁ ଅଧ୍ୟୟନ କରୁଛନ୍ତି। କିନ୍ତୁ ଆଗକୁ ଯାଇ ସେ ଭାରତରେ ରହି ନିଜ ଦେଶ ପାଇଁ କିଛି କରିବେ। ତମାମ ପ୍ରତିବନ୍ଧକ ଓ ଆହ୍ୱାନ ସତ୍ତ୍ୱେ କାର୍ତ୍ତିକ ପ୍ରମାଣିତ କରିଛନ୍ତି କି, ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହେଲେ ରାସ୍ତା ଯେତେ କଠିନ ହୋଇଥାଉନା କାହିଁକି। ମନରେ ଉତ୍ସାହ ଓ ମନୋବଳ ସୁଦୃଢ଼ ଥିଲେ ଲକ୍ଷ୍ୟ ସ୍ଥଳରେ ପହିଞ୍ଚିବା ବିଲକୁଲ ଅସମ୍ଭବ ନୁହେଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button