ଓଡିଶା

ଆସିଲା ଶ୍ରମିକ ସାଥୀ ମୋବାଇଲ ଆପ, ୫୦ କୋଟି ସହାୟତା ପ୍ରଦାନ କଲେ ସରକାର

ଭୁବନେଶ୍ୱର : ଶ୍ରମିକ ଦିବସରେ ଶ୍ରମିକଙ୍କ ପାଇଁ ଆସିଲା ଶ୍ରମିକ ସାଥୀ ମୋବାଇଲ ଆପ । ଶ୍ରମିକ ଦିବସ ଅବସରରେ ରାଜ୍ୟର ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ୍ କଲ୍ୟାଣ ବୋର୍ଡ ଜରିଆରେ ୫୦ କୋଟି ସହାୟତା ପ୍ରଦାନ କଲେ ସରକାର । ଏହା ସହ ଶ୍ରମିକ ମାନଙ୍କ ଭୁବନେଶ୍ବରରେ ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ଲୋକାର୍ପଣ କଲ ମୁଖ୍ୟମନ୍ତ୍ରୀ । ଆଗାମି ଦିନରେ ଦାଦନ ରୋକିବାକୁ ଟାକ୍ଦ ଫେର୍ସ ଗଠନ କରି ସ୍କିଲ ମ୍ୟାପ କରିବେ ସରକାର ।

ଶ୍ରମିକ ଦିବସରେ ସରକାର ଆଣିଲେ ଶ୍ରମିକ ସାଥୀ ମୋବାଇଲ ଆପ । ଶ୍ରମିକ ପଂଜିକରଣ ,ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ସୁବିଧ ପାଇ ପାରିବେ ଶ୍ରମିକ। ଶ୍ରମିକଙ୍କ ସୁବିଧା ପାଇଁ ରାଜ୍ୟର ବିଭିନ୍ନ୍ ସହରରେ ବହୁମୁଖି ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର ନିର୍ମାଣ କରିବେ ସରକାର। ଶ୍ରମିକ ପ୍ରସୂତି ସହାୟତା, ଶିକ୍ଷା ସହାୟତା , ନ୍ଦୂର୍ଘଟଣା ଜିନିତ ମୃତ୍ୟୁ ଓ ଅନ୍ତେଷ୍ଟି କ୍ରୀୟା ପାଇଁ ସହାୟତା ଯୋଗାଇବା ବ୍ୟବସ୍ଥା କରାଯାଇଛି।ଶ୍ରମିକ ମାନେ ନିର ବିଚ୍ଛିନ୍ନଯୋଗ ଶ୍ରମ ଦେଇ ଆସୁଛନ୍ତି। କନ୍ୟା ବିବାହ ଯୋଜନା ରେ ଶ୍ରମିକଙ୍କ ଝିଅ ବିଭାଗ ପାଇଁ୫୦ ହଜାର ଟଙ୍କା ସହାୟତା ରାଶି ଯୋଗେଇ ଦିଆଯାଉଛି। ଯାହା ଫଳରେ ଗରିବ ଶ୍ରମିକ ନିଜ ଝିଅ ବିବାହ କରାଇପାରିବେ। ଆଗାମୀ ଦିନରେ ଆକ୍ସନ ପ୍ଲାନ୍ କରାଯିବା। କିଭଳି ଓଡ଼ିଶା ରେ କର୍ମ ନିଯୁକ୍ତି ଦିଆଯିବ ସେ ନେଇ କାର୍ଯ୍ୟ କରାଯିବ। ଉତ୍କର୍ଷ ଓଡ଼ିଶା ମେକ ଇନ ଓଡିଶା ପୁଞ୍ଜି ନିବେଶ ଓ ଯୋଗୁ ରାଜ୍ୟରେ ଅଧିକ କର୍ମ ନିଯୁକ୍ତି ନିଯୁକ୍ତି ସୃଷ୍ଟି କରିବ। ଶ୍ରମିକ ସଂଗଠନ ମାନଙ୍କୁ ମୁଖ୍ୟ ମନ୍ତ୍ରୀ ଶ୍ରମିକ ବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଶ୍ରମିକଙ୍କୁ ନେଇ ଅନେକ ସମସ୍ୟା ରାଜ୍ୟରେ ରହିଛି। ତେଣୁ ଏହାର ସମାଧାନ ପାଇଁ ବିଭିନ୍ନ ଜିଲ୍ଲାରେ ଶ୍ରମ ବିଭାଗ କାମ କରୁଛି। ଲେବର ଅଫିସର ନିଯୁକ୍ତି ସହ 314 ବ୍ଲକରେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କ ଅଫିସ ହେବ। ଯେଉଁଥିରେ କ୍ଳରିକଲ, ଆକାଉଣ୍ଟଣ୍ଟ, ପିଅନ ଓ ସିଷ୍ଟମ ଯୋଗାଇଦିଆଯିବ। ଦାଦନ ଶ୍ରମିକ ପ୍ରବଣ ୯ ଜିଲ୍ଲାରେ ଓଡ଼ିଶା ସରକାର ଟାସ୍କ ଫୋର୍ସ ଗଠନ କରାଯାଇଛି। ଦାଦନ ପ୍ରବଣ ପଶ୍ଚିମ ଓଡିଶାର ବିଭିନ୍ନ୍ ଜିଲ୍ଲାରେ ଶ୍ରମ ବିଭାଗ ପକ୍ଷରୁ ସର୍ଭେ ଚାଲିଛି। ଦାଦନ ଖଟିବାକୁ ବାହାରକୁ ଯାଉଥିବା ଲୋକଙ୍କ ସଖ୍ୟା କମାଇବା ସହ ସେମାନଙ୍କ ମଙ୍ଗଳ ପାଇଁ କାମ କରିବା। ଲେବର କାର୍ଡ ଯେଉଁଭଳି ପାଇବେ ତାର ମଧ୍ୟ ବ୍ୟବସ୍ଥା କରାଯାଉଥିବା ନେଇ ଶ୍ରମ ଦିବସ ରେ କହିଛନ୍ତି ଶ୍ରମ ବିଭାଗ ମନ୍ତ୍ରୀ।
ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ଅଡିଟରି ୟମ ରାଜ୍ୟସ୍ତରୀୟ। ସମାରୋହରେ ଯୋଗ ଦେବେ ମୁଖ୍ୟ ମନ୍ତ୍ରୀ ମୋହନ ଚରନ ମାଝି ଙ୍କ ସହ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଙ୍କ ସହ ଶ୍ରମ ବିଭାଗ ର ବହୁ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button