ଶିକ୍ଷା

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ ରାଧାମୋହନ ଗଡନାୟକ ଜୟନ୍ତୀ ପାଳନ

ସାଉଥବଲଣ୍ଡା(ତା-୨୬/୦୮/୨୦୨୨)-ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଜିଲ୍ଲା ସାହିତ୍ୟ ସଂସଦ,ଅନୁଗୋଳ ଓ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ମିିଳିତ ଆନୁକୂଲ୍ୟରେ ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ କଳମଛୁଇଁ ପଂଚାୟତସ୍ଥିତ ହିଙ୍ଗୁଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ଅନୁଗୋଳ ଜିଲ୍ଲା ସଦସ୍ୟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ଆବାହାକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦର ସଭାପତି ପ୍ରଫେସର କୁମୁଦ ଚନ୍ଦ୍ର ଦାଶ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସାହିତ୍ୟ ସଂସଦର ଉପ ସଭାପତି ପ୍ରଫେସର ଶାନ୍ତନୁ କୁମାର ସର ,ମୁଖ୍ୟ ବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ଅର୍ଥନୈତିକ ସଦସ୍ୟା ପୁଷ୍ପଲତା ରଥ,ସମ୍ମାନୀତ ଅତିଥି ଭାବରେ ପ୍ରଫେସର କୂଳମଣି ନାଏକ,ସାଉଥବଲଣ୍ଡା ସାହିତ୍ୟ ଘରର ସଭାପତି ଗବେଷକ ବିଭୂତି
ଭୂଷଣ ସାହୁ,ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି ଓ ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଶ୍ରୀ
ଗଡନାୟକଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଏହି ଅବସରରେ ଲତିକା ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଶ୍ଳୋକ ପାଠ କରିଥିବା ବେଳେ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସାହିତ୍ୟ ଘରର ସଂପାଦକ ତ୍ରିନାଥ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ସାହିତ୍ୟ ଏକାଡେମୀର ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେବା ସହ ସାହିତ୍ୟ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୀବନୀ ଓ ସାମଗ୍ରିକ କାଳଜୟୀ କୃତି ଗୁଡିକ ଉପରେ ଅତିଥିମାନେ ଆଲୋଚନା କରିଥିଲେ । ରାଧାମୋହନ ଗଡନାୟକ ଥିଲେ ମାଟି ଓ ମାଟିମନସ୍କ । ସେ ଓଡିଆ କାବ୍ୟ ସାହିତ୍ୟର ଏକ ବିସ୍ମୟକର ପ୍ରତିଭା ଥିଲେ । ତାହାସହିତ ସେ ଥିଲେ ଜଣେ ବହୁ ଆୟାମଯୁକ୍ତ କବି । ସେ ଏକାଧାରରେ ଛାନ୍ଦକବି,ଗୀତିକବି,ଗାଥାକବି,ରୋମାଣିକ ଓ କ୍ଲାସିିଷ୍ଟିକ୍ । ସେ ପୁଣି ଅନେକ କିମ୍ବଦନ୍ତୀର ନିର୍ମାତା । ଓଡିଶାର ଅନେକ ଅଖ୍ୟାତ କମ୍ବଦନ୍ତୀ,ଆଖ୍ୟାୟିକା,ଲୋକକଥା,ସ୍ମୃତିକଥା ତାଙ୍କ ଲେଖନୀରେ ଜୀବନ୍ତ ହୋଇଛି । ତାଙ୍କ କବିତାରେ ବିଦ୍ରୋହ ଯେମିତି ଜୀବନ୍ତ,ପ୍ରେମର ପ୍ରାଚୁର୍ଯ୍ୟ ସେମିତି ପ୍ରାଣବନ୍ତ । ସେ ଏକାଧାରାରେ
ରାଧାମୋହନ ଓ ଗଡନାୟକ । ବିମୁଗ୍ଧତା ଓ ବିଦଗ୍ଧତାର ମିଶ୍ରରାଗ ହିଁ ରାଧାମୋହନ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିଶୁ କିଶୋର ପତ୍ରିକା ଆମ କୁନାକୁନିକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ତାହାସହିତ କବି ରାଧାମୋହନ ଗଡନାୟକଙ୍କ କବିତା ଆବୃତି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ଈପ୍‌ସିତା ଦାସ,ମିନୁରାଣୀ ସାହୁ,ଜଗଦୀଶ ନାୟକଙ୍କୁ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ
ଅରୁଣ କୁମାର ଗଡନାୟକ ପରିଚାଳନା କରିଥିବା ବେଳେ ସାହିତ୍ୟ ଘରର ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ସାଉଥବଲଣ୍ଡା ସାହିତ୍ୟ ଘରର ଉପସଭାପତି କବୟତ୍ରୀ ଅନୀତା ପାଣିଙ୍କ ସଂଯୋଜନାରେ କବି ରାଧାମୋହନଙ୍କୁ ନେଇ ଏକ ସ୍ୱରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ହିଙ୍ଗୁଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକା ଇନ୍ଦିରା ଦାସ ଓ ସମୀକ୍ଷକ ଭାବରେ ପ୍ରଧ୍ୟାପକ ଡ. ପ୍ରଶାନ୍ତ କୁମାର ରଥ ମଂଚାସୀନ ଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ
ସ୍ଥାନରୁ ପଚାଶରୁ ଉର୍ଦ୍ଧ୍ୱ କବି,କବୟତ୍ରୀ ଉପସ୍ଥିତ ରହି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମସ୍ତ କବିମାନଙ୍କୁ ସାହିତ୍ୟ ଘର ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଘରର ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ,କୋଷାଧ୍ୟକ୍ଷ ଅରୁଣ ରାଉତ,ତେତ୍ରାନନ୍ଦ ସାମନ୍ତ,ଅନୁପମା ପ୍ରଧାନ,ଦୀପ୍ତିମୟୀ ସିଂହ,କରୁଣାକର ବାଇ,ସାଗର ପ୍ରଧାନ,ଧନେଶ୍ୱର ସାହୁ,ଜଗବନ୍ଧୁ ବାରିକ,ହାଡିବନ୍ଧୁ ବାରିକ,ରଙ୍ଗାଧର ନାୟକ,ପଂଚାନନ ବେହେରା,ସୁଶୀଲ କୁମାର ପ୍ରଧାନ,ହରିହର
ଭୂକ୍ତାଙ୍କ ସମେତ ଜିଲ୍ଲା ସହିତ୍ୟ ସଂସଦର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button