ଓଡିଶା

ଆଜିଠୁ ରାଜ୍ୟରେ କମିବ ଘୂର୍ଣ୍ଣିବଳୟର ପ୍ରଭାବ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ କମିବ ଘୂର୍ଣ୍ଣିବଳୟର ପ୍ରଭାବ। ଉତ୍ତର ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କେନ୍ଦୁଝର  ଓ ଝାରସୁଗୁଡାରେ ପ୍ରବଳ ବର୍ଷା ନେଇ ଚେତାବନୀ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସେପଟେ ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ୪୪୪.୫ ମିମି  ବର୍ଷା ରେକର୍ଡ ହୋଇଛି। ୨୪ ଦିନରେ ୭ଜିଲ୍ଲାରେ ସ୍ୱାଭାକିରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଦେବଗଡ , ଢେଙ୍କାନାଳ , ନୟାଗଡ , ବୌଦ୍ଧ, କୋରାପୁଟ , ରାୟଗଡା, ଗଜପତି ଓ ଅବଶିଷ୍ଟ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button