ଦେଶ ବିଦେଶ

ପାକିସ୍ତାନର ବାଲୋଚିସ୍ତାନ୍‌ରେ ଚୀନ୍‌ ଇଞ୍ଜିନିୟରଙ୍କ ଗାଡ଼ି ଉପରେ ଆକ୍ରମଣ: ଚାଲିଛି ଗୁଳି ବିନିମୟ – Utkal Mail


ନୂଆଦିଲ୍ଲୀ: ଆଜି ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସଶସ୍ତ୍ର ବିଦ୍ରୋହୀମାନେ ଚୀନ୍‌ ଇଞ୍ଜିନିୟର୍‌ମାନଙ୍କର ଗାଡ଼ି ଉପରେ ଆକ୍ରମଣ କରିଥିବା କଥା ‘ଦି ବାଲୋଚିସ୍ତାନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉ‌େଲ୍ଲେଖ ଅଛି, ବନ୍ଦର ନଗରୀ ଗ୍ବାଦାରର ଚାରିଆଡ଼କୁ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା ବ‌େଳେ ଯାନବାହନ ଚଳାଚଳ ପାଇଁ ସବୁ ସଡ଼କ ପଥ ବନ୍ଦ କରିଦିଆଯାଇଛି।

ଗ୍ବାଦାର୍‌ରେ ଚୀନ୍‌ ଇଞ୍ଜିନିୟର୍‌ମାନଙ୍କ ଉପରେ ଆକ୍ରମଣ କରାଯାଇଛି ବୋଲି ପରିଶେଷରେ ସରକାରୀ କର୍ତ୍ତୃପକ୍ଷମାନେ ମଧ୍ୟ ସୁନିଶ୍ଚିତ କରିଛନ୍ତି। ଗଣମାଧ୍ୟମ ପାଇଁ ଉଦ୍ଦୀଷ୍ଟ ସରକାରୀ ବିବୃତିରୁ ଉଦ୍ଧାର କରି ‘ଦି ବାଲୋଚିସ୍ତାନ ପୋଷ୍ଟ୍‌’ ରିପୋର୍ଟ କରିଛି, ଆଜି ସକାଳ ପ୍ରାୟ ୯.୩୦ରେ ଚୀନ୍‌ ଇଞ୍ଜିନିୟର୍‌ମାନଙ୍କ ଗାଡ଼ିମାଳା ଉପରକୁ ଆକ୍ରମଣ କରାଯାଇଥିଲା। ୨ ଘଣ୍ଟା ହେବ ଭୀଷଣ ଗୁଳିଗୋଳା ବିନିମୟ ଚାଲିଛି।

ଗ୍ବଦାର୍‌ର ଫକୀର କଲୋନି ନିକଟରେ ଏହି ଆକମ୍ରଣ ଆରମ୍ଭ ହୋଇଥିଲା। ଏଥିପାଇଁ ଦାୟୀ ‌ବୋଲି କୌଣସି ସଙ୍ଗଠନ ଘୋଷଣା କରିନାହାନ୍ତି। ସରକାରୀ କର୍ତ୍ତୃପକ୍ଷମାନେ ସହରରେ ହାଇଆଲର୍ଟ ଜାରି କରିଛନ୍ତି। ସହରର ପ୍ରବେଶ ଓ ପ୍ରସ୍ଥାନ ପଥଗୁଡ଼ିକରେ କଟକଣା ଲାଗୁ କରାଯାଇଥିବା କଥା ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button