ଦେଶ ବିଦେଶ

ନିଷିଦ୍ଧ ଚୀନ ଫୋନ୍‌ର ଖିଅ ଖୋଜୁଛି ଏନ୍‌ଆଇଏ: ମୋଦୀଙ୍କ ସହ ଆଲୋଚନା କଲେ ଓମାର

ନ୍‌ଆଇଏ ଏବେ ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ଲିଙ୍କ୍‌ ପାଇଛି। ପହଲଗାମରେ ଆକ୍ରମଣ ସମୟରେ ନିଷିଦ୍ଧ ଚୀନ କମ୍ପାନି ହୁୱେଇ ସା‌‌ଟେଲାଇଟ ଫୋନ୍‌ର ବ୍ୟବହାର ହୋଇଥିବା ଜଣାପଡ଼ିଛି। ହୁୱେଇ ହେଉଛି ଚୀନର ଏକ ପ୍ରଯୁକ୍ତି କମ୍ପାନି ଯାହାର ଉତ୍ପାଦକୁ ଭାରତରେ ନିଷିଦ୍ଧ କରାଯାଇଛି। ‌ତେଣୁ ସନ୍ଦେହ ବଢ଼ିଛି ଯେ ଏହି ନିଷିଦ୍ଧ ସାଟେଲାଇଟ ଫୋନ୍‌ ପାକିସ୍ତାନ କିମ୍ବା ଅନ୍ୟ କୌଣସି ବିଦେଶ ରାଷ୍ଟ୍ରରୁ ଚୋରାଚାଲାଣ ହୋଇଛି।  ଏନ୍‌ଆଇଏ ଏବେ ଏ‌ହି ସ୍ମାର୍ଟଫୋନ୍‌ ଲିଙ୍କ୍‌ର ତଦନ୍ତ କରୁଛି। ଅନ୍ୟପଟେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି।

ମୋଦୀଙ୍କ ସହ ଆଲୋଚନା କଲେ ଓମାର
ପହଲଗାମ ଆକ୍ରମଣ ପରେ ପ୍ରଥମ ସାକ୍ଷାତ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଏହି ସାକ୍ଷାତ ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା। ମୋଦୀଙ୍କୁ ସାକ୍ଷାତ ସମୟ‌ରେ ଓମାର ଅବଦୁଲ୍ଲା  ପହଲଗାମ ଆତଙ୍କବାଦୀ ଆକ୍ରମଣ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ‌ରେ ଆଲୋଚନା କରିଥିବା ଜଣାପଡ଼ିଛି। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଏହା‌ ମୋଦୀ ଏବଂ ଓମାରଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟ‌ରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି।  ଅନ୍ୟପକ୍ଷେ ଜମ୍ମୁ କାଶ୍ମୀର ନେସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଆଜି ପହଲଗାମ ଗସ୍ତ କରି ପର୍ଯ୍ୟଟକଙ୍କ ସହ କଥା ହୋଇଛନ୍ତି।  କାଶ୍ମୀର ଭାରତର ଏକ ଅଂଶ ଥିଲା ଏବଂ ରହିବ ବୋଲି ସେ କହିଛନ୍ତି। ସାମ୍ବାଦିକଙ୍କୁ  ଟିପ୍ପଣୀ ଦେଇ ଅବଦୁଲ୍ଲା କହିଛନ୍ତି, ଏହି ଆକ୍ରମଣ ପରେ ସବୁଠାରୁ ବଡ଼ ବାର୍ତ୍ତା ହେଉଛି ପର୍ଯ୍ୟଟକମା‌ନେ ଭୟ କରିନାହାନ୍ତି।

ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି ସେନା

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପଵାଡ଼ା, ଉରି ଓ ଅଖନୁର ସେକ୍ଟରର  ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସୈନ୍ୟମାନେ କ୍ରମାଗତ ନଅ ଦିନ ହେଲା ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛନ୍ତି। ଭାରତୀୟ ସେନା ଏହାର କଡ଼ା ଜବାବ ମଧ୍ୟ ଦେଉଛି। ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଓ ଉତ୍ତେଜନା ବଢ଼ୁଥିବା ବେଳେ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଭାରତ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଉଭୟ ଦେଶର ସାମରିକ ଅପରେସନ୍ ମହାନିର୍ଦେଶକ (ଡିଜିଏମ୍ଓ) ଗତ ମଙ୍ଗଳବାର ହଟ୍‌ଲାଇନ୍ ଆଲୋଚନା କରିଥିଲେ। ଏପ୍ରିଲ ୨୪ରେ ପାକିସ୍ତାନ ଭାରତୀୟ ବିମାନ ଚଳାଚଳ ପାଇଁ ନିଜର ଆକାଶପଥ ବନ୍ଦ କରିଥିଲା। ଏଥିସହିତ ୱାଘା ସୀମା ଓ ଭାରତ ସହ ସମସ୍ତ ବାଣିଜ୍ୟ ବନ୍ଦ କରିଦେଇଥିଲା ଏବଂ କହିଥିଲା ଯେ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ପାକିସ୍ତାନ ପାଇଁ ଉଦ୍ଦିଷ୍ଟ ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କୌଣସି ପ୍ରୟାସ ‘ଯୁଦ୍ଧ କାର୍ଯ୍ୟ’ ଭାବରେ ବିବେଚନା କରାଯିବ। ଭାରତ ମଧ୍ୟ ପାକିସ୍ତାନ ବିରୋଧରେ ଏଭଳି ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button