ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ଯକ୍ତିର ସ୍ଵଭାବ ବିଷୟରେ ଆଗରୁ ଜାଣି ନଥିବେ

ବନ୍ଧୁଗଣ ସପ୍ତାହ ର ପ୍ରତେକ ଦିନର ଅଲଗା ଅଲଗା ମହତ୍ଵ ଥାଏ । ସେହି ପ୍ରକାରରେ ପ୍ରତେକ ବ୍ଯକ୍ତିର ଜନ୍ମ ବାର ରୁ ତାହାର ବ୍ୟକ୍ତିତ୍ବ ବିଷୟରେ ଜାଣି ହୁଏ । ସପ୍ତାହ 7 ଦିନ ହୋଇଥାଏ । ଏହି ଦିନର କାରକ ଗ୍ରହ ଅଲଗା ଅଲଗା ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଯେ କୌଣସି ବ୍ଯକ୍ତିର ଜନ୍ମ ଯେଉଁ ବାରରେ ହୋଇଥାଏ ସେହି ବ୍ଯକ୍ତିର କାରକ ଗ୍ରହ ତାର ସ୍ଵଭାବ ଓ ଭବିଷ୍ୟତ ଉପରେ ପ୍ରଭାବ ପକାଇଅଥାଏ । ଆଜି ଆମେ ଜାଣିବା ମଙ୍ଗଳବାର ରେ ଜନ୍ମ ହୋଇଥିବା ବ୍ୟକ୍ତଙ୍କର ସ୍ଵଭାବ ବିଷୟରେ ।
ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଲକି ନମ୍ବର 3, 6 ଓ 9 । ଏମାନଙ୍କର ଲକି ରଙ୍ଗ ନାଲି ଓ ମେରୁନ । ଏମାନଙ୍କର ଶୁଭ ଦିନ ମଙ୍ଗଳବାର ଓ ଶୁକ୍ରବାର । ମଙ୍ଗଳବାର କୁ ହନୁମାନ ଜୀ ଙ୍କ ଦିନ ବୋଲି ମାନାଯାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଦେଖିବାକୁ ଆକର୍ଷିତ ହୋଇଥାନ୍ତି । ଏମାନେ ବହୁତ ସାହସୀ ହେବ ସହ ସ୍ଵଭାବରେ ଉଗ୍ର ଓ ଚଞ୍ଚଳ ହୋଇଥାନ୍ତି ।
ତଥା ଏମାନଙ୍କୁ ରାଗ ଜଲ୍ଦି ଆସିଯାଏ । ଏମାନେ କାହାର ଥଟ୍ଟା ସହିପାରନ୍ତି ନାହିଁ । କିନ୍ତୁ ଏମାନେ ବହୁତ ଭଲ ହୋଇଥାନ୍ତି । ଏମାନେ କାହକୁ ସାହାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି । ଏମାନଙ୍କୁ ରକ୍ତ ଓ ତ୍ଵଚା ସମ୍ବଧିତ ରୋଗ ହୋଇପାରେ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ଲକଜରି ଲାଇଫ ବା ଆରାମ ରେ ବଞ୍ଚିବାକୁ ପସନ୍ଦ ଥାଏ । ସେଥିପାଇଁ ଏମାନଙ୍କ ପାଖରେ ବହୁତ ସାରା ଗାଡି, ଘର, ପୋଷାକ ଓ ସେ ସବୁ ଥାଏ ଯାହା ଗୋଟେ ଲକଜରି ଲାଇଫ ପାଇଁ ଜରୁରୀ ଥାଏ ।
ଏମାନଙ୍କ ପାଖରେ ନ ଥିଲେ ବି ବହୁତ ଜଲ୍ଦି ପ୍ରାପ୍ତ ହୋଇଥାଏ । ମଙ୍ଗଳବାରରେ ଜାତ କନ୍ୟାଙ୍କର ସ୍ଵଭାବ ପୁରୁଷଙ୍କ ଭଳି ହୋଇଥାଏ । ନାରୀ ମାନେ ପୁରୁଷଙ୍କ ଭଳି ସାହସୀ ଓ ପୁରୁଷ ସମାନ କାମ ବି କରିଥାନ୍ତି । ମଙ୍ଗଳବାର ଦିନ ଜନ୍ମ ହୋଇଥିବା ଲୋକ ରୋଜଗାର କ୍ଷେତ୍ରରେ ବହୁତ ଜଲ୍ଦି ସଫଳତା ପ୍ରାପ୍ତ କରିଥାନ୍ତି । ଏମାନଙ୍କୁ ଧନର ଅଭାବ କେବେ ବି ହୁଏନି ।
ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କର କ୍ୟାରିୟର ନେତା, ପୋଲିସ, ସେନା, ଖେଳାଳି ରୂପରେ ଅଧିକ ସଫଳ ରହିଥାଏ । ଏମାନଙ୍କର ବୈବାହିକ ଜୀବନ ଖୁସି ରେ କଟିଥାଏ । ଏମାନଙ୍କୁ ବହୁତ ସୁନ୍ଦର ଜୀବନ ସାଥି ମିଳିଥାଏ । ଏମାନଙ୍କର ଦାମ୍ପତ୍ୟ ଜୀବନରେ ସମୟ ସମସ୍ୟାରେ ଛୋଟ ବଡ ସମସ୍ଯା ହୋଇଥାଏ । କିନ୍ତୁ ସେ ଝଗଡା ଅଧିକ ସମୟ ଯାଏଁ ରୁହେ ନାହିଁ ।
ତେବେ ଏହା ଥିଲା ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କର ସ୍ଵଭାବ । ଯାହା ହୁଏ ତ ଖୁବ ଲୋକ ଜାଣି ଥିବେ । ତେବେ ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଜର ଲାଇଫ ରେ ବେଶ ଖୁସି ରେ ରହିଥାନ୍ତି ।