ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 5ଟି ସଂକେତ ।

ବନ୍ଧୁଗଣ ଆମ ଜୀବନରେ ଧନର କେତେ ମହତ୍ଵ ଅଛି ଏହା କାହାକୁ ବା ଅଛପା ନାହିଁ । ଧନର ଅଭାବରୁ କୌଣସି ବ୍ୟକ୍ତି ଖୁସି ରୁହେ ନାହିଁ । ଧନ ହିଁ ଜୀବନର ସବୁ କିଛି ହୋଇ ନ ଥାଏ । ବାସ୍ତବରେ ଧନ ସବୁ କିଛି ନୁହେଁ ବରଂ ବହୁତ କିଛି ହୋଇଥାଏ । ଧନ ଦ୍ଵାରା ଖୁସି କିଣି ହେବ ନାହିଁ କିନ୍ତୁ ଧନ ପାଖରେ ଥିଲେ ସବୁ ଖୁସି ପାଖକୁ ଆସିଥାଏ । ଯଦି ଜୀବନରେ ଧନର ମହତ୍ଵ ନ ଥାନ୍ତା ତେବେ କାହିଁକି ଲୋକେ ପରିଶ୍ରମ କରିଥାନ୍ତି । ଆଜି ଆମେ ଜାଣିବା ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ମିଳିଥାଏ ।
୧- କଳା ରଙ୍ଗର ପିମ୍ପୁଡି : ପିମ୍ପୁଡି ଦେଖିବାକୁ ନାଲି ଓ କଳା ହୋଇଥାଏ । ଘରେ ନାଲି ପିମ୍ପୁଡି ରହିବା ଅଶୁଭ ମାନାଯାଏ । କିନ୍ତୁ ଘରେ କଳା ପିମ୍ପୁଡି ରହିବା ଶୁଭ ମାନାଯାଏ । ଶାସ୍ତ୍ର ଅନୁଯାୟୀ କଳା ପିମ୍ପୁଡି କୁ ମା ଲକ୍ଷ୍ମୀଙ୍କ ପ୍ରତୀକ ମାନାଯାଏ । ଘରେ ଗୋଲ ଆକାରରେ କଳା ପିମୁଦି ଦେଖାଗଲେ ମା ଲକ୍ଷ୍ମୀ ଙ୍କ ଆଗମନର ସଂକେତ ହୋଇଥାଏ ।
୨- ଝିଟିପିଟି : ପିମ୍ପୁଡି ପରି ଝିଟିପିଟି କୁ ମଧ୍ୟ ମା ଲକ୍ଷ୍ମୀ ଙ୍କ ପ୍ରତୀକ ମାନା ଯାଇଥାଏ । ଘରେ ଅଚାନକ ୩ଟି ଝିଟିପିଟି ଗୋଟେ ଜାଗାରେ ଦେଖାଗଲେ ଶୁଭ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କ ଆଗମନର ସୂଚକ ହୋଇଥାଏ । ଯଦି ଝିଟପିଟି ଅନ୍ୟ ଗୋଟେ ଝିଟିପିଟିର ପିଛା କରିବାର ଦେଖାଯାଏ ଏହା ଘରର ଉନ୍ନତିର ସଂକେତ ହୋଇଥାଏ । ତୁଳସୀ ଗଛରେ ଦୀପାବଳି ଦିନ ଝିଟିପିଟି ଦେଖାଗଲେ ଭରପୁର ଧନ ମିଳିବାର ସଂକେତ ହୋଇଥାଏ ।
୩- ଘର ଚଟିଆ : ଶାସ୍ତ୍ର ଅନୁଯାୟୀ କିଛି ପକ୍ଷୀ ମାନଙ୍କର ଘରେ ବା ଘରର ଆଖ ପାଖରେ ରହିବା ଅଶୁଭ ମାନା ଯାଇଥାଏ । କିନ୍ତୁ ଏମିତି କିଛି ପକ୍ଷୀ ଅଛନ୍ତି ଯିଏ ରହିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନର ସଂକେତ ଦେଇଥାଏ । ଘରେ କୌଣସି ପକ୍ଷୀ ବସା ବାନ୍ଧିଲେ ଶୁଭ ସଂକେତ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ମେଥିପାଇଁ ଘରେ କୌଣସି ପକ୍ଷୀ ବସା ବାନ୍ଧି ଥିଲେ ତାହାକୁ ଭାଙ୍ଗନ୍ତୁ ନାହିଁ ।
୪- ଶଙ୍ଖ ର ଧ୍ୱନି : ଯଦି ଦିନର କୌଣସି ସମସ୍ୟାରେ କିମ୍ବା ସକାଳୁ ବା ସନ୍ଧ୍ୟାରେ ଶଙ୍ଖ ର ଧ୍ୱନି ଶୁଣା ଯାଇଥାଏ ଏହା ଅତ୍ୟନ୍ତ ଶୁଭ ମାନଯାଏ । ଏହାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ବହୁତ ଜଲ୍ଦି ମା ଲକ୍ଷ୍ମୀ ଆପଣଙ୍କ ଗୃହ ଓ ଜୀବନରେ ପ୍ରବେଶ କରିବାକୁ ଯାଉଛନ୍ତି ।
୫- ହାତ ର ପାପୁଲି : ଯଦି କୌଣସି ବ୍ଯକ୍ତିର ଡାହାଣ ହାତ ର ପାପୁଲି ଲଗାତାର କୁଣ୍ଡାଇ ହେଉଥାଏ ଧନ ପ୍ରାପ୍ତି ର ଶୁଭ ସଂକେତ ହୋଇଥାଏ । ଏମିତି ସଂକେତ ଦେଖାଗଲେ ମା ଲକ୍ଷ୍ମୀ ଆପଣଙ୍କର ସବୁ ଇଚ୍ଛା ପୁରଣ କରିବାର ସଂକେତ ହୋଇଥାଏ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।