କ୍ରାଇମ

ଭୋଟ ଗଣତି ସମୟରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ଡିଜିପିଙ୍କୁ ମହଙ୍ଗା ପଡ଼ିଲା – Utkal Mail


ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ଭାରତ ରାଷ୍ଟ୍ର ସମିତି (ବିଆରଏସ)କୁ ହରାଇ ସରକାର ଗଢିବାକୁ ଯାଉଛି । ୩ଟି ରାଜ୍ୟରେ ହାରିଥିବା କଂଗ୍ରେସ ପାଇଁ ଏହା ଏକମାତ୍ର ସାନ୍ତ୍ବନା ରହିଛି ବୋଲି ଚର୍ଚ୍ଚା ହେଉଛି।

ଏହି ବିଜୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଭୋଟ ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିବା ଘଟଣାକୁ ନେଇ ଡିଜିପିଙ୍କୁ ମହଙ୍ଗା ପଡ଼ିଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ନିୟମ ଉଲଂଘନ କରିଥିବା ଘଟଣାକୁ କେନ୍ଦ୍ର କରି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଞ୍ଜନି କୁମାରଙ୍କୁ ନିଳମ୍ବିତ କରିଛନ୍ତି।

 

ରବିବାର ସକାଳେ ଡିଜିପି ରାଜ୍ୟ ପୁଲିସର ‌ନୋଡାଲ ଅଧିକାରୀ ସଞ୍ଜୟ ଜୈନ ଓ ମହେଶ ଭାଗବତଙ୍କ ସହିତ ଭେଟଗଣତି ସମୟରେ ହାଇଦ୍ରାବଦରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଅନୁମୁଲା ରେୱନ୍ତ ରେଡ୍ଡିଙ୍କୁ ଭେଟିବା ସହିତ ଫୁଲତୋଡ଼ା ଦେଇଥିଲେ।

ଏହି ସାକ୍ଷାତକାର ସମୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ପୋଷ୍ଟ ହେବାର କିଛି କ୍ଷଣ ମଧ୍ୟରେ ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା। ଏହାପରେ ନିର୍ବାଚନ ଆୟୋଗ ଡିଜିପି କୁମାରଙ୍କୁ ନିଲମ୍ବିତ କରିବା ପାଇଁ ଆଦେଶ ଦେଇଥିଲେ।

 




Related Articles

Leave a Reply

Your email address will not be published. Required fields are marked *

Back to top button