କ୍ରାଇମ

ଅଟୋ ସହ ଗଞ୍ଜେଇ ଜବତ: ଦୁଇ ଗିରଫ

କଟକ, ୨୬/୮ ଜଗତପୁର ଥାନା ପୋଲିସ ଆଜି ସକାଳେ ମଙ୍ଗୁଳି ଛକ ନିକଟରୁ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୬ କେଜି ୬୨୫ ଗ୍ରାମ୍ ଗଞ୍ଜେଇ ଓ ସେମାନେ ବ୍ୟବହାର କରିଥିବା ଓଡି-୦୫-ଏ-୫୦୮୨ନମ୍ବରର ଏକ ଅଟୋରିକ୍ସାକୁ ଜବତ କରିଛି । ଅଭିଯୁକ୍ତଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଚକଡାସାହିର ଶିବ ନାରାୟଣ ପ୍ରଧାନ(୨୯) ଓ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଂସେଇଖାନାରେ ରହୁଥିବା ପ୍ରଶାନ୍ତ କୁମାର ପରିଡା(୨୩) । ଏହି ଦୁଇ ଅଭିଯୁକ୍ତ ଅଟୋରେ ଏହି ପରିମାଣର ଗଞ୍ଜେଇ ନେଇ ମଙ୍ଗୁଳି ଛକ ଦେଇ ଯାଉଥିବା ବେଳେ ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି । ଥାନା କେସ ନଂ ୩୫୮/୨୨ରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button