ରାଜଭବନ ସାମ୍ନାରେ ଛୁଆକୁ ଜନ୍ମଦେଲେ ମହିଳା, ବିରୋଧୀ କହିଲେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସତ୍ୟ – Utkal Mail
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲଖନଉର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିପାଇଁ ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ବାସ୍ତବରେ ଲଖନଉରେ ଜଣେ ଗର୍ଭବତୀ ମହିଳାଙ୍କୁ ଏକ ରିକ୍ସାରେ ଡାକ୍ତରଖାନା ନିଆଯାଉଥିଲା। ଏହି ସମୟରେ ପ୍ରସବ ଯନ୍ତ୍ରଣା ହେତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମହିଳା ରାଜଭବନ ଫାଟକ ସମ୍ମୁଖରେ ଏକ ଶିଶୁକୁ ଜନ୍ମ ଦେଇଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ | ରାଜଭବନ ପାଚେରୀ କଡରେ ଏକ ଲୁଗା ଗୁଡ଼ାଇ ଆମ୍ବୁଲାନ୍ସକୁ ଡ଼କାଯାଇଥିଲା | ତେବେ ଆମ୍ବୁଲାନ୍ସ ଆସିନଥିବାବେଳେ ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ | ବଡ କଥା ଯେ ଶିଶୁ ଜନ୍ମ ହେବାର ଅଧ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ନଥିଲା। ଆଉ ରାଜଧାନୀରେ ସ୍ୱାସ୍ଥ୍ୟ ସେବାର ଏପରି ବିକଳ ଚିତ୍ର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ଦାବି କରିଛନ୍ତି ଯେ ଠିକ୍ ସମୟରେ ଚିକିତ୍ସା ନ ହେବାରୁ ଜନ୍ମ ହୋଇଥିବା ଶିଶୁର ମୃତ୍ୟୁ ଘଟିଛି।
सूबे की स्वास्थ्य व्यवस्था अपने लाख विज्ञापनों व दावों के बावजूद वेंटिलेटर पर है। एम्बुलेंस न मिलने पर रिक्शे से अस्पताल जा रही गर्भवती महिला को राज भवन के पास सड़क पर प्रसव के लिए मजबूर होना पड़े तो यह पूरी व्यवस्था के लिए शर्मनाक व सूबे की स्वास्थ्य व्यवस्था की असल हकीकत है। pic.twitter.com/ebEsBFwVsO
— Shivpal Singh Yadav (@shivpalsinghyad) August 13, 2023
ସମାଜବାଦୀ ପାର୍ଟି ନେତା ଶିବପାଲ ସିଂ ଯାଦବ ଏହି ଘଟଣାର ଭିଡିଓ ଟ୍ୱିଟରରେ ସେୟାର କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ସେ ଟାର୍ଗେଟ କରି ସେ ଲେଖିଛନ୍ତି, ‘ଲକ୍ଷ ଲକ୍ଷ ବିଜ୍ଞାପନ ଏବଂ ଦାବି ସତ୍ତ୍ୱେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭେଣ୍ଟିଲେଟରରେ ଅଛି | ଯେତେବେଳେ ଜଣେ ଗର୍ଭବତୀ ମହିଳା ଆମ୍ବୁଲାନ୍ସ ନ ପାଇବାରୁ ରାଜଭବନ ସମ୍ମୁଖ ରାସ୍ତାରେ ପ୍ରସବ କରିବାକୁ ବାଧ୍ୟ ହୋଇଥିଲେ | ଏହା ସମ୍ପୂର୍ଣ୍ଣ ବ୍ୟବସ୍ଥା ତଥା ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବାସ୍ତବତା | ଅନ୍ୟପଟେ ସମାଜବାଦୀ ପାର୍ଟିର ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଲେଖାଯାଇଛି ଯେ, ‘ଗର୍ଭବତୀ ମହିଳା ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସ ନ ପାଇବା ପରେ ଲଖନଉର ରାଜଭବନ ସମ୍ମୁଖରେ ଏକ ଛୁଆକୁ ଜନ୍ମ କରିବାକୁ ବାଧ୍ୟ ହୋଇଥିଲେ | ତେବେ ଆମ୍ବୁଲାନ୍ସ ନ ଆସିବାରୁ ଜନ୍ମ ହୋଇଥିବା ଶିଶୁର ମୃତ୍ୟୁ ହୋଇଯାଇଛି |