ବିଚାର

ଭଗବାନ ଶିବ ଙ୍କ ଜନ୍ମ କିପରି ହୋଇଥିଲା ? Shiva Purana

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଦେବା ଦେବୀଙ୍କ ସଂଖ୍ୟା ହେଉଛି 33 କୋଟି । କିନ୍ତୁ ଏହି 33 କୋଟି ଦେବତା ମାନଙ୍କ ମଧ୍ୟରେ 3 ଜଣ ପ୍ରମୁଖ ଦେବତା ଅଟନ୍ତି । ସେମାନେ ହେଉଛନ୍ତି ଭଗବାନ ଶିବ, ବ୍ରମ୍ହା, ବିଶୁଣୁ । ଭଗବାନ ବ୍ରମ୍ହା ହେଉଛନ୍ତି ସୃଷ୍ଟି କର୍ତ୍ତା, ଭଗବାନ ବିଶୁଣୁ ପାଳନ କର୍ତ୍ତା ଓ ଭଗବାନ ଶିବ ହେଉଛନ୍ତି ସଂହାର କର୍ତ୍ତା । ତେଣୁ ଏହି ତିନି ଦେବତାଙ୍କୁ ସୃଷ୍ଟି, ସ୍ଥିତି ଓ ପ୍ରଳୟର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଆଜି ଆମେ ଜାଣିବା ଭଗବାନ ଶିବ ଙ୍କ ଜନ୍ମ କିପରି ହୋଇଥିଲା ।

ଭଗବାନ ଶିବ ସଂହାର କର୍ତ୍ତା ହେଲେ ମଧ୍ୟ ଜଗତର କଲ୍ୟାଣ କରିଥାନ୍ତି । ଶିବ, ଶମ୍ବୁ ଓ ଶଙ୍କର ଙ୍କ ନାମରେ ଭଗବାନ ଶିବ ପ୍ରସିଦ୍ଧ ଅଟନ୍ତି । ଏହି 3 ଗୋଟି ନାମର ବିଶେଷତ୍ଵ ହେଉଛି କଲ୍ୟାଣମୟ, କଲ୍ୟାଣତର ଜନ୍ମ ଭୂମି ଓ ପରମ ଶକ୍ତି ପ୍ରିୟ । ଶିବଙ୍କର ଅନ୍ୟ ଏକ ନାମ ହେଉଛି ମହେଶ ବା ମହାଦେବ । ଭଗବାନ ଶିବ ଙ୍କର ଆଉ ଏକ ରୂପ ବା ନାମ ହେଉଛି ରୁଦ୍ର । ଶିବ ଙ୍କର ଏହି ରୁଦ୍ର ନାମ ପଛରେ ଏକ ସୁନ୍ଦର କାହାଣୀ ରହିଛି ।

ଯେବେ ସ୍ରୁତି ର ଆରମ୍ଭ ହେଲା ସେତେବେଳେ ବିଶୁଣୁଙ୍କ ନାଭି ପଦ୍ମ ରୁ ବ୍ରହ୍ମ ଜନ୍ମ ନେଲେ । ତାପରେ ସେମାନେ ଚାହିଁଲେ ସୃଷ୍ଟିର ସଦଜନ ପାଇଁ ଆଉ ଜଣେ ଦେବତା ସୃଷ୍ଟି ହେବା ପାଇଁ । ସେଥିପାଇଁ ସେମାନ ଧ୍ୟାନରେ ବସିଲେ ଓ ସେହି ଧ୍ୟାନ କରିବା ସମୟରେ ତାଙ୍କ କୋଳରେ ନୀଳ ବର୍ଣ୍ଣର ସୁନ୍ଦର ପୁତ୍ର ଜାତ ହୋଇଥିଲା । ଏହା ପରେ ବିଲ ବର୍ଣ୍ଣର ଦେଖା ଯାଉଥିବା ଶିଶୁ ଟି ଜୋର ରେ କାନ୍ଦି ବାକୁ ଲାଗିଲେ ।

ଏହା ପରେ ଭଗବାନ ବ୍ରମ୍ହା ଶିଶୁ କୁ କାନ୍ଦି ବାର କାରଣ ପଚାରିଲେ । ଶିଶୁ ଟି କାନ୍ଦି କାନ୍ଦି କହିଲେ ମୁଁ କିଏ, ମୋର ନାନ କଣ ? ଏହା ପରେ ଭଗବାନ ବ୍ରମ୍ହା ଉତ୍ତର ଦେଲେ ରୁଦ୍ର ଯାହାର ଅର୍ଥ କାନ୍ଦ ନାହିଁ । ତଥାପି ଶିଶୁ ର କାନ୍ଦ ବନ୍ଦ ହେଲା ନାହିଁ । ଶେଷରେ ଭଗବାନ ବ୍ରମ୍ହା କହିଲେ ତୁମର ନାଁ ରୁଦ୍ର । ଶିଶୁ ଟି ଯେତେ ଥର କାନ୍ଦିଲେ ଭଗବାନ ବ୍ରମ୍ହା ତାଙ୍କର ନୂଆ ନାମ ଦେଲେ ।

ଉଲେଖ ରହିଛି କି ଭଗବାନ ଶିବ ରୁଦ୍ର ନାମ ପାଇବା ପରେ 7 ଥର କାନ୍ଦି ଥିଲେ । ତେଣୁ ବ୍ରମ୍ହା ଙ୍କୁ ଆଉ 7 ଗୋଟି ନାମ ଦେଇଥିଲେ । ଯେମିତିକି ଭବ, ସର୍ପ, ଇଶାନ, ପଶୁପତି, ଭୀମ, ଉଗ୍ର, ମହାଦେବ । ବାରମ୍ବାର ଭଗବାନ ଶିବ କାନ୍ଦିବାରୁ ବ୍ରମ୍ହା ତାଙ୍କର 11ଟି ନାମ ଦେଇଥିଲେ ବୋଲି କେତେକେ ପୁରାଣ ଶାସ୍ତ୍ର ରେ ଲେଖା ରହିଛି ।

ସେହି 11 ଟି ନାମ ଅନୁଯାୟୀ ଶିବ ଏକାଦଶୀ ରୁଦ୍ର ଭାବରେ ବେସ ପରିଚିତ ଅଟନ୍ତି । ଭଗବାନ ଶିବ ଓ ତାଙ୍କ ନାମ ସମ୍ପର୍କ ରେ ଆହୁରି ଅନେକ କିଛି କାହାଣୀ ମଧ୍ୟ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button