ବିଚାର

ଜାଣନ୍ତୁ କେଉଁ କାରଣ ପାଇଁ ମାଁ ଲକ୍ଷ୍ମୀ ନାରାଜ ହୋଇ ଘର ଛାଡି ପଳାନ୍ତି ଦୂରକୁ- ନିଶ୍ଚୟ ଜାଣନ୍ତୁ

ଏହି କଥା ଆପଣ ସମସ୍ତେ ଜାଣିଛନ୍ତି ଯେ ମାଁ ଲକ୍ଷ୍ମୀ ଯାହା ଉପରେ  ପ୍ରସନ୍ନ ହୋଇ ଥାନ୍ତି ତାଙ୍କ ପାଖରେ କେବେ ଧନ କମ ହୋଇ ନଥାଏ, ଦୁନିଆରେ କେହି ବି ମାଁ ଲକ୍ଷ୍ମୀଙ୍କୁ ନିଜ ଠାରୁ ଦୂରେଇବାକୁ ଚାହନ୍ତି ନାହିଁ କିନ୍ତୁ ବହୁତ ଏମିତି ଲୋକ ଅଛନ୍ତି ଯିଏ ଅଜାଣତ ରେ ମଧ୍ୟ ଏମିତି କିଛି କାମ କରି ଥାନ୍ତି ଯାହା ଫଳରେ ମାଁ ଲକ୍ଷ୍ମୀ ରାଗି ଘର ଛାଡି ପଳାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବୁ ଯାହା ଆପଣଙ୍କୁ କେବେ ଭୁଲରେ ମଧ୍ୟ କରିବା ଉଚିତ ନୁହଁ ।

– କ୍ରୋଧ :

ଧର୍ମ ଶାସ୍ତ୍ର ଅନୁଯାଇ କ୍ରୋଧ ବ୍ୟକ୍ତିକୁ ନର୍କ ରେ ନେଇ ଯାଇ ଥାଏ, ଶାସ୍ତ୍ର ଅନୁଯାଇ କ୍ରୋଧ କରିବା ବ୍ୟକ୍ତି ଏବଂ ଅପଶବ୍ଦ ପ୍ରୟୋଗ କରୁଥିବା ବ୍ୟକ୍ତି କୁ କାପୁରୁଷ କୁହା ଯାଇଛି । କ୍ରୋଧ ପାଇଁ ଘରେ ସବୁବେଳେ ଝଗଡା ହୋଇ ଥାଏ ଯାହା ଫଳରେ ଏହି ଭଳି ଘରେ ମାଁ ଲକ୍ଷ୍ମୀ ରହିବା ପସନ୍ଦ କରନ୍ତି ନାହିଁ ।

– ସାଧୁ ସନ୍ଥ ଏବଂ ଶାସ୍ତ୍ର ଅନାଦର :

ଯଦି ଆପଣ ନିଜ ଜୀବନ ରେ ଯଦି କେବେ ବି ସାଧୁ ସନ୍ତ ବା ଶାସ୍ତ୍ର ଅନାଦର କରି ଥାନ୍ତି ତେବେ ଏହା ଆପଣଙ୍କ ନିଜ ପାଇଁ ହାନିକାର୍କ ଅଟେ କାହିଁକିନା ଏହା ଫଳରେ ମାଁ ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଯାଇ ଥାନ୍ତି ।

– ସୂର୍ଯ୍ୟ ଉଦୟ ପରେ ଏବଂ ସୂର୍ଯ୍ୟ ଅସ୍ତ ହବା ଆଗରୁ ଶୋଇବା :

ଏହି ଦୁଇଟି ସମୟରେ ସୋଇଲେ ଧନ ଦେବୀ ମାଁ ଲକ୍ଷ୍ମୀ ରାଗି ଯାନ୍ତି, ଶାସ୍ତ୍ର ଅନୁଯାଇ ସୂର୍ଯ୍ୟ ଉଦୟ ପରେ ସୌ ଥିବା ଲୋକ ଏବଂ ସୂର୍ଯ୍ୟ ଅସ୍ତ ପୂର୍ବ ରୁ ସୌ ଥିବା ଲୋକ ରାକ୍ଷାଶ ପ୍ରବୃତି ର ହୋଇ ଥାନ୍ତି ।

– ସକାଳେ ସଞ୍ଜରେ ଦୀପ ନ ଜାଳୁଥିବା ଲୋକ :

ଆଜିକା ସମୟରେ ଲୋକ ସଞ୍ଜ ବେଳେ ଦୀପ ଦେଖାଉ ନାହାନ୍ତି ବହୁତ କମ ଲୋକ ଅଛନ୍ତି ଯିଏ ଦୀପ ଜାଳୁଛନ୍ତି । ଯେଉଁ ଲୋକ ସକାଳେ ସଞ୍ଜ ରେ ଦୀପ ଜାଲି ନଥାଏ ତା ଘରେ ମାଁ ଲକ୍ଷ୍ମୀ ରୁହନ୍ତି ନାହିଁ ।

– ଘର ଅସନା ରଖିବା :

କୁହା ଯାଏ ଯେ ଯଦି ଆପଣ ଏବଂ ଆପଣଙ୍କ ଘର ସଫା ହୋଇ ନଥାଏ ତେବେ ମାଁ ଲକ୍ଷ୍ମୀ କେବେ ଆପଣଙ୍କ ଘରୁକୁ ଆସିବେ ନାହିଁ ଏହା ଛଡା ଆପଣଙ୍କ ଦରିଦ୍ର ଅବସ୍ତା ହୋଇ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button