କ୍ରାଇମ

ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି, ପୋଲିସର ତଦନ୍ତ ଜାରି

ଜଗତସିଂହପୁର: ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ।  ଜଗତସିଂହପୁର ଜିଲ୍ଲା ଅଳା ଗ୍ରାମପଞ୍ଚାୟତର କବିରପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ସୂଚନାମୁତାବକ ଗତ ବିଳମ୍ବିତ ରାତି ପ୍ରାୟ ୩ ଟା ସମୟରେ, ଜ୍ଞାନ ରଞ୍ଜନ ସାହୁଙ୍କ ଘରେ ପଶି ଦୁର୍ବୁତ୍ତମାନେ ଆଲମାରୀ ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଛନ୍ତି ।

ଆଜି ସକାଳୁ ପରିବାର ଲୋକେ ଘର ଭିତରେ ଚୋରି ହୋଇଥିବା ଦେଖିଲା ପରେ ଜଗତସିଂହପୁର ଥାନାକୁ ଖବର ଦେଇଥିଲେ ।  ପରେ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button