ଦେଶ ବିଦେଶ

ତାଜମହଲର ବନ୍ଦ କୋଠରୀ ଖୋଲିବା ଯାଚିକା ଖାରଜ

ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ତାଜମହଲରେ ବନ୍ଦ ଥିବା ୨୨ କୋଠରୀକୁ ଖୋଲିବାକୁ ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଯାଚିକାକୁ ଖାରଜ କରି କହିଛନ୍ତି, ଏହା ଏକ ପବ୍ଲିସିଟି ଇଣ୍ଟରେଷ୍ଟ ଲିଟିଗେସନ। ଇଲାହାବାଦ ହାଇକୋର୍ଟ ଏହି ଯାଚିକା ଖାରଜ କରିବା ସମ୍ପୂର୍ଣ୍ଣ ଠିକ ଥିଲା।

ସୁପ୍ରିମକୋର୍ଟରେ ତାଜମହଲର ୨୨ ବନ୍ଦ କୋଠରୀ ଖୋଲିବାକୁ ଦାୟର ଯାଚିକା ଖାରଜ ହୋଇଯାଇଛି। ପୂର୍ବରୁ ଏହି ଯାଚିକା ଇଲାହାବାଦ ହାଇକୋର୍ଟଙ୍କ ଦ୍ବାରା ଖାରଜକୁ ନେଇ ସୁପ୍ରିମକୋର୍ଟ ଠିକ ବୋଲି କହିଛନ୍ତି। ବନ୍ଦ କୋଠରୀ ଖୋଲିବାକୁ ନେଇ ଡା ରଜନୀଶ ସିଂହଙ୍କ ଦ୍ବାରା ଏକ ଯାଚିକା ଦାୟର ହୋଇଥିଲା। ବିଶ୍ବ ପ୍ରସିଦ୍ଧ ତାଜମହଲର ଇତିହାସର ଯାଞ୍ଚ କରିବାକୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଢିବାକୁ ଆଦେଶ ଦେବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଅପିଲ କରିଥିଲେ।

ଯାଚିକାରେ ଉଲ୍ଲେଖ କରାଯାଇଥିଲା କି, ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ କି, ମୂଳରୂପେ ତାଜମହଲ ଶାହାଜାହାନ ତିଆରି କରିଥିଲେ। ବନ୍ଦ କୋଠରୀ ଖୋଲି ତନଖି କରାଗଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସିବ ବୋଲି ସେ ଦାବି କରିଥିଲେ।

ତେବେ ଇଲାହାବାଦ ହାଇକୋର୍ଟ ଏହି ଯାଚିକାକୁ ଖାରଜ କରି କହିଥିଲେ କି, ଆପଣଙ୍କୁ ଏହି ବିଷୟରେ କୌଣସି ଜ୍ଞାନ ନାହିଁ। ଏହା ଉପରେ ଗବେଷଣା କରନ୍ତୁ। ଏହା ଉପରେ ଏମଏ ଓ ପିଏଚଡି କରିବାକୁ ହାଇକୋର୍ଟ ଯାଚିକାକର୍ତ୍ତା ସିଂହଙ୍କୁ ପରାମର୍ଶ ଦେଇଥିଲେ। ଯଦି କୌଣସି ସଂସ୍ଥା ଏହା ଉପରେ ଗବେଷଣା କରିବାକୁ ଅନୁମତି ନ ଦିଅନ୍ତି ତେବେ ଆମ ପାଖକୁ ଆସନ୍ତୁ ବୋଲି କୋର୍ଟ କହିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button