ଋଷ ପାଖରେ ରହିଛି ” ଫାଦର ଅଫ ଅଲ ବମ ” , ବ୍ୟବହାର କରିପାରେ ୟୁକ୍ରେନ ବିରୋଧରେ , ଜଣାନ୍ତୁ କଣ ଏହି ବୋମା :-

ବର୍ତ୍ତମାନ ସମୟରେ ଯୁଦ୍ଧ ପରିସ୍ଥିତି ସମ୍ବନ୍ଧରେ କହିବାକୁ ଗଲେ ୟୁକ୍ରେନ ଏବଂ ଋଷିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । କେହି କାହାକୁ ଛାଡ଼ିବାକୁ ରାଜି ନୁହେଁ । ଏପରି ପରିସ୍ଥିତି କାରଣରୁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ପରିସ୍ଥିତି ଆହୁରି ଖରାପ ହେବାର ଅନୁମାନ କରାଯାଉଛି । ସବୁଠି ଲୋକଙ୍କ ଚିତ୍କାର ଶୁଭୁଛି । ଏହା କାହାକୁ ଜଣା ନାହିଁ ଯେ ଋଷିଆ କେଉଁ ସମୟରେ ୟୁକ୍ରେନ ଉପରେ କେଉଁ ବୋମା ପକାଇବ । ଏମିତିରେ ବର୍ତ୍ତମାନ ବି ସେଠାରେ ଗୋଳା ବାରୁଦ ଏବଂ ବୋମା ବିସ୍ଫୋରଣ ଚାଲୁ ରହିଛି ।
କିନ୍ତୁ ୟୁକ୍ରେନ ଆଦୌ ଭୟଭୀତ ହୋଇନାହିଁ । ଋଷ ସୈନ୍ୟ ଧୀରେ ଧୀରେ ୟୁକ୍ରେନ ସୀମା ଲଙ୍ଘନ କରି ଭିତରକୁ ପ୍ରବେଶ କରୁଥିବାର ଦେଖା ଯାଇଛି । କିନ୍ତୁ ୟୁକ୍ରେନ ସୈନ୍ୟ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧରେ ରତ ରହିଛନ୍ତି । କିନ୍ତୁ ଏଭଳି ସମୟରେ ଅନେକ ସୂଚନା ଆସୁଛି ଯେ ଋଷିଆ ପାଖରେ ଏପରି ଏକ ଅସ୍ତ୍ର ଅଛି ଯାହାକୁ ଯଦି ସେ ୟୁକ୍ରେନ ବିରୋଧରେ ବ୍ୟବହାର କରେ ତେବେ ପୃଥିବୀ ଧ୍ୱଂସ ହୋଇଯିବ କହିଲେ ଚଳେ । ଯାହାକୁ ଫାଦର ଅଫ ଅଲ ବମ ବୋଲି କୁହାଯାଇଥାଏ । ଏହାର ଅର୍ଥ ଏହିକି ଯେ ଏହା ସବୁଠାରୁ ବଡ଼ ବୋମା ଅର୍ଥାତ ବଡ଼ ଅସ୍ତ୍ର ଭଳି ଯାହା ଲକ୍ଷ ଲକ୍ଷ ଅସ୍ତ୍ର ସହିତ ସମାନ ଅଟେ ।
ତେବେ ଆପଣ ମାନେ ଜାଣିଥିବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବି ଋଷିଆ , ଜାପାନ ର ହିରୋସୀମା ଏବଂ ନାଗାସାକି ସହର ଉପରେ ପରମାଣୁ ବୋମା ପକାଇଥିଲା । ଯାହାର ଫଳ ସ୍ୱରୂପ ପୁରା ସହର ଧ୍ୱଂସ ହୋଇ ଯାଇଥିଲା । ବଡ଼ ବଡ଼ ଅଟ୍ଟାଳିକା ଏବଂ ହଜାର ହଜାର ଜୀବନ ମାଟିରେ ମିଶି ଯାଇଥିଲା । ସେହି ଦୃଶ୍ୟ କୁ ଅନୁମାନ କରି ଏହି ସନ୍ଦେହ ପ୍ରକାଶ କରାଯାଉଛି ଯେ ହୁଏତ ଋଷିଆ ଏବେବି ସେହିପରି କିଛି ଉଦ୍ଦେଶ୍ୟରେ ଅଛି । ଋଷିଆ ପାଖରେ ଥିବା ସେହି ବଡ଼ ଅସ୍ତ୍ର ମଧ୍ୟ ପରମାଣୁ ବୋମା ଭଳି ଶକ୍ତିଶାଳୀ ଅଟେ ।
ତେବେ ସେହି ବୋମା କୁ ଋଷିଆ ୨୦୦୭ ମସିହାରେ ବିକଶିତ କରିଥିବା ସୂଚନା ରହିଛି । ଯାହାର ଓଜନ ୭ ହଜାର ୧୦୦ କିଲୋଗ୍ରାମ ଥିବା ମଧ୍ୟ କୁହାଯାଉଛି । ସୂଚନା ଅନୁଯାୟୀ ଯଦି ଏହି ବୋମା କୁ ନିକ୍ଷେପ କରାଯାଏ ତେବେ ତାହା ପ୍ରାଥମିକ ସମୟରେ ବାୟୁମଣ୍ଡଳରୁ ଉପଯୁକ୍ତ ଅକ୍ସୀଜେନ ଗ୍ରହଣ କରି ଅଧିକ ଶକ୍ତିଶାଳୀ ହୋଇଥାଏ ଯାହାକି ଗୋଟିଏ ଦେଶକୁ ଧ୍ୱଂସ କରିବାକୁ ମଧ୍ୟ କ୍ଷମତା ରଖିଛି । ତେଣୁ ଏହି ଯୁଦ୍ଧ ସମୟରେ ଋଷିଆ ଏହି ଅସ୍ତ୍ରକୁ ୟୁକ୍ରେନ ବିରୋଧରେ ବ୍ୟବହାର କରିପାରେ ବୋଲି ସନ୍ଦେହ କରାଯାଉଛି ।