ଧର୍ମ

ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

କଟକ, ୨୬/୮ କଟକ ଗାୟତ୍ରୀ ଶକ୍ତିପୀଠ ପକ୍ଷରୁ କୁଜଙ୍ଗ ବ୍ଲକର ଗୋବର୍ଦ୍ଧନପୁର ଓ କାଠକଟା ଗ୍ରାମରେ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଡଙ୍ଗା ସାହାଯ୍ୟରେ ପହଂଚାଯାଇଛିି । ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ଶକ୍ତିପୀଠର ସୁକାନ୍ତି ବିଶୋଇ, ଦେବରାଜ କାଳସୀ, ସୂର୍ଯ୍ୟନାରାୟଣ ସାହୁ, ନିର୍ମଳା ପାତ୍ର, ବ୍ରଜ ପାତ୍ର, ରାଜେଶ ପଟ୍ଟନାୟକ, ସୁଧାଂଶୁ ଶେଖ ଓ ଅମ୍ଳାନ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ସହଯୋଗରେ ରିଲିଫ ସାମଗ୍ରୀ ବିତରଣ କରିଥିଲେ । ଏଥିସହିତ ସଖା ଚାରିଟେବୁଲ ସଂସ୍ଥା ସହିତ ମିଶି ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରିଥିଲେ । ଡା. ବିନୟ ମହାନ୍ତି ଓ ତାଙ୍କ ସହଯୋଗୀ ବନ୍ୟା ବିପନ୍ନଙ୍କ ସ୍ୱାସ୍ଥ୍ୟ ପରିକ୍ଷା ସହ ସେମାନଙ୍କୁ ଔଷଧ ବିତରଣ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button