ବିଚାର

ଏହି ସବୁ କଥା କାହାକୁ କୁହନ୍ତୁ ନାହିଁ, ନଚେତ ହଇରାଣରେ ପଡିବେ – ଚାଣକ୍ୟ ନୀତି

ଚାଣକ୍ୟ ନୀତି ଭିତରେ ରହିଛି ଅନେକ ଗୁଢ଼ ଜ୍ଞାନ ଯାହା ଆମ ଦୈନନ୍ଦିନ ଜୀବନ ପରିଚାଳନା କରିବାକୁ ସରଳ କରିଦିଏ । କୁହାଯାଏ ପ୍ରାୟ ହଜାର ବର୍ଷ ତଳେ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ତିଆରି ଏହି ନୀତି ଆଜି ବି ଆମ ଜୀବନ ପାଇଁ ଆଦର୍ଶ ଅଟେ । ତେବେ ଆଚାର୍ଯ୍ୟ ଚାଣକ୍ୟକୁ କିଏ ବା ନ ଜାଣେ ।  ତାଙ୍କର ଚାଣକ୍ୟ ନୀତି ଆଜି ବି ଲୋକଙ୍କୁ ବହୁତ ସାହାଯ୍ୟ କରୁଛି । ତେବେ ସେହି ନୀତି ରୁ କିଛି ଆଜି ଆମେ ଆପଣଙ୍କୁ କହିବୁ ।

ଚାଣକ୍ୟ ନୀତି ଅନୁସାରେ କେଉଁ କଥା ପୁରୁଷମାନେ ଅନ୍ୟଙ୍କୁ କହିବା କଥା ନୁହେଁ :

ଯଦି ଧନର ଅଭାବ ଅଛି କିମ୍ବା କୌଣସି କଥାକୁ ନେଇ ଦୁଃଖୀ ଅଛନ୍ତି ତେବେ ଏଇ କଥା କାହାକୁ କୁହନ୍ତି ନାହିଁ କାରଣ ଅନ୍ୟମାନେ ଆପଣଙ୍କୁ ପରିହାସ କରିବେ ।

ଆପଣଙ୍କ ବୈବାହିକ ଜୀବନ କଥା କିମ୍ବା ସ୍ତ୍ରୀ ଙ୍କର ଚରିତ୍ର ସମ୍ବନ୍ଧିତ ଗୁପ୍ତ କଥାକୁ ଅନ୍ୟ ମାନଙ୍କୁ କହିବା କଥା ନୁହେଁ । ଏହାଦ୍ୱାରା ଆପଣଙ୍କର ସମ୍ମାନ ହାନି ହୁଏ ।

ଯଦି ଆପଣଙ୍କ ଠାରୁ ବୟସରେ ଛୋଟ ଥିବା ବ୍ୟକ୍ତି କିମ୍ବା ଆପଣଙ୍କର ଅଫିସର ତଳିଆ କର୍ମଚାରୀ ଆପଣଙ୍କୁ ଅପମାନ କରୁଛନ୍ତି ତେବେ ଏହି କଥାକୁ ଅନ୍ୟ ମାନଙ୍କୁ କୁହନ୍ତୁ ନାହିଁ । ଏହା ଦ୍ୱାରା ଅନ୍ୟମାନେ ଆପଣଙ୍କୁ ପରିହାସ କରିବେ ।

ଯଦି ପରିବାରରେ କିଛି ଘଟିଛି ଯାହା ବାହାର ଲୋକ ଜାଣିଲେ ଆପଣଙ୍କ ପାଇଁ ଠିକ ନୁହେଁ ସେହିଭଳି କଥା କାହାକୁ କୁହନ୍ତୁ ନାହିଁ ।

ନିଜର ଦୁର୍ବଳତା  ବିଷୟରେ କେବେ ବି କାହାକୁ କହିବେ ନାହିଁ ନଚେତ, ସେହି ଲୋକ ଏମିତି ସମୟ ଆସିବ ଯେତେବେଳେ ତମ ଦୁର୍ବଳତାର ଫାଇଦା ଉଠାଇବାକୁ ପଛାଇବେ ନାହିଁ ।

ତେବେ ଏମିତି ଅନେକ କଥା ଅଚଚି ଯାହା ଆପଣଙ୍କୁ କେବେବି କୌଣସି ବହର ଲୋକ ଆଗରେ ଶେୟାର କରିବା କଥା ନୁହେଁ, କାହିଁକି ନା ଯଦି ସେହି ବ୍ୟକ୍ତି ସହ କେବେ ଆପଣଙ୍କ ମନୋମାଳିନ୍ୟ ହୋଇଯିବ ସେହି ବ୍ୟକ୍ତି ଆପଣଙ୍କ ସବୁ ରାଜ ଊ ବାହାରେ ପକାଇ ଦେବ । ଯାହା ଆପଣ କେବେବି ଚାହିଁବେ ନାହିଁ । ସେଥିପାଇଁ ଯେତେ ବି ଘନିଷ୍ଠ ବନ୍ଧୁ ହୋଇଥିଲେ ମଧ୍ୟ ଏହି ସବୁ କଥା କାହାକୁ କୁହନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button