କ୍ରାଇମ

ନଗଦ ଟଙ୍କା ସହ ଗଞ୍ଜେଇ ଜବତ, ୨ ଗିରଫ

କଟକ, ୨୬/୮ ଲାଲବାଗ ଥାନା ପୋଲିସ ଆଜି ଦୁଇ ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରି ସେମାନଙ୍କଠାରୁ ୪୧ ହଜାର ୪୦୦ ନଗଦ ଟଙ୍କା ଓ ୪ କିଲୋ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ଜଲାଙ୍ଗି ଥାନା ଅନ୍ତର୍ଗତ ସରକାରପଡାର ସେକ ମିତୁଲ(୪୪) ଓ ସେହି ଅଂଚଳର ସେକ ମିଜାନୁର(୩୫) । ଏହି ଦୁଇ ଅଭିଯୁକ୍ତ ଏକ ଜରି ବ୍ୟାଗରେ ଗଞ୍ଜେଇ ନେଇ ଶିଶୁଭବନ ନିକଟସ୍ଥ ବେଲଭ୍ୟୁ ଛକରେ ଗ୍ରାହକକୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ପୋଲିସ ଚଢଉ କରି ଉଭୟଙ୍କୁ ଗିରଫ କରିବା ସହ ଟଙ୍କା ଓ ଗଞ୍ଜେଇ ଜବତ କରିଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button