ବିଚାର

ଆଜି ଆମେ ଗୋଟେ ଏମିତିକା ପୋଷ୍ଟ କରିବାକୁ ଯାଉଛୁ ଯାହାକୁ ଦେଖି କିଛି ପୁଅ ଓ ଝିଅ ଆମକୁ ଗାଳି ଦେବେ, କିନ୍ତୁ ଆମକୁ କିଛି ଫରକ ପଡିବ ନାହିଁ କାହିଁକିନା ଏହା ଆବଶ୍ୟକ !

ଆଜିକାଲି ଯୁଗ ରେ ଇଣ୍ଟରନେଟ କଥା ଚାଲିଛି ଆଜିକା ସମୟରେ ଭଲ ପାଇବା ଇଣ୍ଟରନେଟ ଓ ସୋଶିଅଲ ମିଡିଆ ଠାରୁ ଆରମ୍ଭ ହୋଇ ଥାଏ ଯାହା ଗୋଟେ ଦିନ ବି ଚଳିବା ବହୁତ କଷ୍ଟକର । ଆଜିକା ସମୟ ରେ ରିଲେସନ କେବଳ ଟାଇମପାସ୍, ମନୋରଞ୍ଜନ ଏବଂ ସମ୍ବନ୍ଧ ପାଇଁ ବନା ହୋଇଥାଏ । ଆପଣ ବହୁତ ଏମିତି ପୁଅଙ୍କୁ ଦେଖି ଥିବେ ଯିଏ ଭଲ ପାଇବା ଅର୍ଥ ଜାଣି ନଥିବେ କିନ୍ତୁ କେବଳ ନିଜ ଲାଭ ଓ ସମ୍ବନ୍ଧ ପାଇଁ ସରଳ ଝିଅମାନଙ୍କୁ ନିଜ ପ୍ରେମ ଜାଲ ରେ ଫସେଇ ଥାନ୍ତି ।

ଏହା କହିବା ଭୁଲ ହବ ଯେ ଏକାମ ରେ ଭୁଲ କେବଳ ପୁଅ ର ହୋଇଥାଏ ଝିଅ ମଧ୍ୟ ଏହି କାମ ରେ ତାକୁ ସାହାଯ୍ୟ କରିଥାଏ ।

ତେବେ ଆମେ ଝିଅମାନଙ୍କୁ କେବଳ ଏତିକି କହିବା ପାଇଁ ଚାହୁଁଛୁ ଯେ ଯଦି କୌଣସି ପୁଅ ଆପଣଙ୍କୁ ସତରେ ଭଲ ପାଉଛି ତେବେ ସେ ଆପଣଙ୍କ ସହ ବିବାହ ଆଗରୁ ସମ୍ପର୍କ ବନେଇବା ପାଇଁ ଚେଷ୍ଟା କରିବ ନାହିଁ ଏବଂ ଆପଣଙ୍କୁ ସମ୍ପର୍କ ଗଢିବା ପାଇଁ ମଜବୁର ମଧ୍ୟ କରିବନି ।

ଯେମିତି ଆଜିକାଲି କା ପୁଅ ଅଛନ୍ତି ଯିଏ ଆଗ ଝିଅକୁ ଭଲ ପାଇବା ଭରସା ଦଉଛନ୍ତି ଏବଂ ଏହା ପରେ ତାଙ୍କ ସହ ଖରାପ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରୁଛନ୍ତି । କେତେକ ଝିଅ ଏମିତି ମଧ୍ୟ ଅଛନ୍ତି ଯିଏ ଭଲ ପାଇବା ଦେଖି ସମ୍ପର୍କ ଗଢିବା ପାଇଁ ରାଜି ହୋଇ ଯାଉଛନ୍ତି, ଏହା ଏଥିପାଇଁ ହୋଇ ଥାଏ କାହିଁକିନା ପୁଅ ଝିଅକୁ ଭରସା ଦେଇ ଥାଏ ଯେ ସେ ତାକୁ ବିବାହ କରିବ କିନ୍ତୁ ଏମିତି କିଛି ହୋଇ ନଥାଏ ଏବଂ ଝିଅ ଉପଯୋଗ କରି ପୁଅ ତାକୁ ଛାଡି ଦେଇ ଥାଏ ।

ଝିଅମାନେ ଏହି କଥା ବହୁତ ଭଲ ଭାବରେ ବୁଝନ୍ତି ଯେ ତାଙ୍କ ଅସଲ ସମ୍ପତ୍ତି କୌଣସି ଗହଣା ବା ଜମି ବାଡି ନୁହଁ ତାଙ୍କ ଅସଲ ସମ୍ପତ୍ତି ତାଙ୍କ ଇଜ୍ଜତ ହୋଇ ଥାଏ ତେବେ କାହାକୁ ନିଜ ସହ ଖରାପ କରିବା ପାଇଁ ଅନୁମତି ଦବା କଣ ଠିକ ହୋଇ ଥାଏ । ଝିଅ ପିଲାଙ୍କୁ ନିଜ ଧ୍ୟାନ ନିଜେ ରଖିବା ଉଚିତ କାହିଁକିନା ଆଜିକା ସମୟ ରେ ସମସ୍ତେ ଆପଣଙ୍କ ଲାଭ ଉଠେଇବା ପାଇଁ ଚେଷ୍ଟା କରନ୍ତି ସେଥିପାଇଁ ନିଜେ ନିଜର ଧ୍ୟାନ ରଖିବା ଦରକାର ।

ଏହା ଛଡା ବହୁତ ଝିଅ ଭୁଲି ଯାଆନ୍ତି ଯେ ସେ କାହା ଗର୍ଲଫ୍ରେଣ୍ଡ ପଛରେ, ଆଗ ସେ କାହାର ଝିଅ ଓ କାହାର ଭଉଣୀ । ସେଥିପାଇଁ କିଛି ବି ଭୁଲ କରିବା ଆଗରୁ ସେମାନଙ୍କ କଥା ଭାବିବା ବି ଜରୁରୀ, କାହିଁକି ନା ଖରାପ ବାଟକୁ ନେବା ଲୋକ ତ ବହୁତ ମିଳିବେ ହେଲେ ସେଠୁ ଧୋକା ଖାଇବା ପରେ ଯିଏ ତମ ସାଥ ଦିଏ ଓ ସମ୍ଭାଳେ ସେ ତମ ପରିବାର, ତମ ବାପା , ମା ଓ ଭାଇ ହୋଇଥାନ୍ତି ।  ଆଜିକାଲିର ଝିଅ ମାନେ ବହୁତ ବୁଦ୍ଧିଆ ତେଣୁ ପ୍ରେମରେ ପାଗଳ ହୋଇ କିଛି ଭୁଲ କରିବା ଆଗରୁ ନିଜ ହୃଦୟ ସହ ଦିମାଗ ର କଥା ବି ଶୁଣନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button