ବିଚାର

ଚାଣକ୍ୟ କହିଥିଲେ ଏହି ୪ଟି ଲୋକଙ୍କ ସହ ରହିବା ମୃତ୍ୟୁ ସହ ରହିବା ସମାନ ଅଟେ- ଜାଣନ୍ତୁ କିଏ

ଚାଣକ୍ୟ ଏମିତି ବହୁତ କଥା କହି ଯାଇଛନ୍ତି ଯାହା ଆମ ଜୀବନ ପାଇଁ ବହୁତ ମୂଲ୍ୟବାନ ଅଟେ, ଯେଉଁ ଲୋକ ଚାଣକ୍ୟ କଥା ମାନି କାମ କରନ୍ତି ତାଙ୍କୁ ଜୀବନ ରେ କେବେ କାଣ୍ଡିବାକୁ ପଡେ ନାହିଁ, ସମସ୍ତେ ସମାନ ନଥାନ୍ତି କିନ୍ତୁ ଚାଣକ୍ୟ ଦୁଷ୍ଟ ମଣିଷ ବିଷୟରେ ଜାଣିବା ପାଇଁ ମଧ୍ୟ କେତେ କଥା କହିଛନ୍ତି ବହୁତ ଲୋକ ଏମିତି ଥାନ୍ତି ଯିଏ ବହୁତ ଶୀଘ୍ର କାହାକୁ ଭରସା କରି ନିଅନ୍ତି ।

କିନ୍ତୁ ଏହା ଭୁଲ ଅଟେ ଓ ଏମିତିକା ଦୁଷ୍ଟ ଲୋକଙ୍କୁ ଚିହ୍ନିବା ପାଇଁ ଚାଣକ୍ୟ ବହୁତ ପ୍ରକାର କଥା କହିଛନ୍ତି ଯାହା ଦ୍ଵାରା ଆପଣ ତାଙ୍କୁ ଚିହ୍ନି ପାରିବେ ।

ତେବେ ଆଜି ଆମେ ଚାଣକ୍ୟଙ୍କ ଏମିତି ଗୋଟେ ନୀତି ବିଷୟରେ ଜାଣିବା ଯାହା ଦ୍ଵାରା ସେ କହିଥିଲେ ଯେ ଏହି ଭଳି ୪ଟି ଲୋକଙ୍କ ସହ ରହିବା ମୃତ୍ୟୁ ସହ ସମାନ ଅଟେ ।

୧. ମିଛ ସାଙ୍ଗ :

ଚାଣକ୍ୟ କୁହନ୍ତି ଲୋକଙ୍କୁ ମିଛ ଲୋକ ସହ ମିତ୍ରତା କରିବା ଉଚିତ ନୁହଁ, ମିଛ ସାଙ୍ଗ ପ୍ରତି କଥା ରେ ମିଛ କହିଥାଏ ଓ ନିଜ ଭୁଲକୁ ଲୁଚେଇବା ପାଇଁ ଅନ୍ୟ କାହା ଉପରେ ଦୋଷ ଦେଇଥାନ୍ତି ।

୨. ଚାକର

ଚାଣକ୍ୟ କହିଲେ ଲୋକଙ୍କୁ ସବୁବେଳେ ଚାକର ଓ ମାଲିକ ସମ୍ପର୍କ ରେ ଦୂରତା ହବା ଉଚିତ, ଚାକର କୁ ଗାଳି କଲେ ଚାକର ମାଲିକ ସହ କିଛି ଖରାପ କରି ପାରେ ସେଥିପାଇଁ ସମ୍ପର୍କ ରେ ଦୂରତା ରଖିବା ଉଚିତ ।

୩. ବିଷାକ୍ତ ଜନ୍ତୁ

ଚାଣକ୍ୟ କୁହନ୍ତି ଯେ ଯଦି ଆପଣଙ୍କ ଘରେ ବିଷାକ୍ତ ସାପ ଥାଏ ବା ସାପ ଗାତଥାଏ ତେବେ ଗାତ ଠାରୁ ଦୂରତା ରଖନ୍ତୁ । ଘର ଆଖ ପାଖରେ ବିଷାକ୍ତ ସାପ ଥାଏ ତେବେ ବଞ୍ଚି ରହିବା ଉଚିତ ଅଟେ । ବା ସେହିଭଳି ଲୋକ ଯିଏ ବିଷାକ୍ତ ଜନ୍ତୁ ସହ ସମାନ କେବେବି ଆପଣଙ୍କୁ ଧୋକା ଦେଇ ପାରିବ ।

୪. ଦୁଷ୍ଟା ନାରୀ

ଦୁଷ୍ଟ ସ୍ତ୍ରୀ ଚାଣକ୍ୟ ଅନୁଯାଇ ଲୋକଙ୍କୁ ଦୁଷ୍ଟ ସ୍ତ୍ରୀ ଠାରୁ ଦୂରେଇ ରହିବା ଉଚିତ ଅଟେ ନଚେତ ଦୁଷ୍ଟ ସ୍ତ୍ରୀ ଆପଣଙ୍କ ଜୀବନ ନଷ୍ଟ କରି ପାରନ୍ତି ସେଥିପାଇଁ ତାଙ୍କ ଠାରୁ ଦୂରେଇ ରହିବା ଉଚିତ ଅଟେ ।

ତେବେ ଆପଣ ବି ଯଦି ସୁଖ ଶାନ୍ତି ରେ ବଞ୍ଚିବାକୁ ଚାହୁଁଛନ୍ତି  ତେବେ ଏହି ସବୁ ଲୋକଙ୍କ ଠାରୁ ବଞ୍ଚିକି ରୁହନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button