ଓଡିଶା

ପ୍ରେମ ପାଇଁ ଜେଲ ଗଲା ପୁଅ, ଦୁଃଖ ସହି ନପାରି ହସ୍ପିଟାଲରେ ପଡ଼ିଛି ମା’

ପୁଅକୁ ଝୁରି ଝୁରି ମା’ ଶେଷ ନିଶ୍ପତି ନେବା ପାଇଁ ଉଦ୍ୟମ କଲା । ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ପୁଅର ପ୍ରେମ ପାଇଁ ମା’ ଏବେ ହସ୍ପିଟାଲରେ । ପୁଅକୁ କେତେ ଗେଲ ବସରରେ ବଡ଼ କରିଥିଲେ । ଏବେ ପୁଅ ଜେଲରେ ଥିବା ଜାଣି ସହିପାରିଲାନି ମା’ । ଆଉ ଶେଷରେ ଏମିତି ପଦକ୍ଷେପ ନେଲେ ଯେ ଏବେ ହସ୍ପିଟାଲରେ ପଡ଼ିଛନ୍ତି ।

ନାବାଳିକାକୁ ପ୍ରେମ ବିବାହ ପରେ ପ୍ରେମିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାର କରି ପୋଲିସ ପ୍ରେମିକକୁ ଗିରଫ କରିଥିଲା । ତେବେ ପ୍ରେମିକ ଜେଲରେ ଦିନ କାଟୁଥିବା ବେଳେ ଘଟଣାକୁ କେନ୍ଦ୍ରକରି ପ୍ରେମିକଙ୍କ ମା’ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ରାମଚନ୍ଦ୍ରପୁର ଥାନା ମଦନପୁର ଗାଁର ପ୍ରହଲ୍ଲାଦ ପଲେଇଙ୍କ ପୁଅ ଶଙ୍କର୍ଷଣ ଟମକା ଥାନା ଟୁରା ଗାଁର ଜଣେ ଝିଅକୁ ପ୍ରେମ ବିବାହ କରି ବାଙ୍ଗାଲୁରୁରେ ରହୁଥିଲେ । ତେବେ ଝିଅ ଘର ପରିବାର ଲୋକଙ୍କ ଥାନାରେ ଅଭିଯୋଗ ପରେ ଶଙ୍କର୍ଷଣ ସମେତ ସେହି ଝିଅକୁ ଠାବ କରି ପୋଲିସ ଉଭୟଙ୍କୁ ଗାଁକୁ ଆଣିଥିଲା । ପରେ ଶଙ୍କର୍ଷଣକୁ ୨୦୨୪ ମସିହା ଡିସେମ୍ବର ୩୧ ତାରିଖରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ତେବେ ଏହି ଘଟଣାକୁ ସହି ପାରି ନାହାନ୍ତି ଶଙ୍କର୍ଷଣଙ୍କ ମା ଜେମାମଣି । ପୁଅର ଅବସ୍ଥା ବିଷୟରେ  ଜାଣି ନିଜେ ନିଜ ଜୀବନ ନେବା ପାଇଁ ଉଦ୍ୟମ କରିଥିଲେ ।  ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୁଅର ଏମିତି ଅବସ୍ଥାକୁ ସହଜରେ ଗ୍ରହଣ କରି ପାରିନଥିଲେ ଜେମାମଣି । କିନ୍ତୁ ଏମିତି ନିଷ୍ପତି ନେବା ନିଶ୍ଚିତ ଭାବେ ଭୁଲ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button