ଦେଶ ବିଦେଶ

‘ବାଧ୍ୟ ‌ହେଲି ଅଙ୍ଗରକ୍ଷୀଙ୍କୁ ଧନୁ-ତୀର ଧରାଇବାକୁ’: ବିଧାୟକ – Utkal Mail


ନୂଆଦିଲ୍ଲୀ: ଝାଡ଼ଖଣ୍ଡର ମୁକ୍ତି ମୋର୍ଚ୍ଚାର ବରିଷ୍ଠ ବିଧାୟକଙ୍କୁ ନେଇ ନିକଟରେ ଚର୍ଚ୍ଚାର ଜୋର ଧରିଛି। କାରଣ ଏଇ କିଛିଦିନ ହେବ ସେ ଯେଉଁ ସ୍ଥାନକୁ ଯାଉଛନ୍ତି ଧନୁ-ତୀର ଧରିଥିବା ଅଙ୍ଗରକ୍ଷୀଙ୍କୁ ନେଇ ବୁଲୁଥିବା ଦେଖିବାକୁ ମିଳୁଛି।  ଉକ୍ତ ବିଧାୟକଙ୍କ ନାମ ଲୋବିନ ହେମ୍ବ୍ରମ ରହିଛି।

ଏହି ଘଟଣାକୁ ନେଇ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ବିଧାୟକ ଲୋବିନ ହେମ୍ବ୍ରମ କହିଛନ୍ତି, ‘ସରକାର ମୋର ସୁରକ୍ଷାକୁ ଫେରାଇ ନେଇଛନ୍ତି। ପୁଲିସ ପକ୍ଷରୁ ବହୁତ କଷ୍ଟରେ ଜଣେ ଅଙ୍ଗରକ୍ଷୀ ମିଳିଛି। ଯାହାକି ମୋ ସୁରକ୍ଷା ପ‌ାଇଁ ଯଥେଷ୍ଟ ନୁହେଁ। ସେଥିପାଇଁ ବାଧ୍ୟ ହୋଇ ମୋର ସୁରକ୍ଷା ପାଇଁ ଅଙ୍ଗରକ୍ଷୀଙ୍କୁ ଧନୁ-ତୀର ଧରାଇ ଦେଇଛି। କାରଣ ଏଥିପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ପଡ଼େ ନାହିଁ। ବନ୍ଧୁକ କିମ୍ବା ଅନ୍ୟ କୌଣସି ଧାରୁଆ ଅସ୍ତ୍ର ପାଇଁ ଲାଇସେନ୍ସ ଜରୁରୀ ରହିଛି।

ବୋରିଓ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ଲୋବିନ ହେମ୍ବ୍ରମ ବିଧାନସଭା ମୌସୁମୀ ଅଧିବେଶ ସମୟରେ ନିଜର ଜୀବନ ପ୍ରତି ବିପଦ ଥିବା ନେଇ ସ୍ବର ଉଠାଇଛନ୍ତି। ସେ ସରକାରୀଙ୍କୁ ଦାବି କରି କହିଛନ୍ତି କି, ‘ମୋତେ ଯେଉଁ ଦୁଇଟି ସୁରକ୍ଷାକର୍ମୀ ଓ ତିନିଜଣ ହାଉସ ଗ‌ୋର୍ଡ ଦିଆଯାଇଥିଲା ତାହାକୁ ଯଥାଶୀଘ୍ର ଫେରାଇ ଦିଆଯାଉ। କିନ୍ତୁ ସରକାର କାହିଁକି ମୋର କୌଣସି କଥା ଶୁଣୁ ନାହାନ୍ତି। ସରକାର ବିନା ସୂଚନାରେ ମୋର ଗାର୍ଡ ଫେରାଇ ନେଇଛନ୍ତି। କାଲି ସକାଳେ ଯଦି ମୋର କିଛି ହୋଇଯାଏ ତେବେ ଦାୟୀ କିଏ ହେବେ?’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button